ଏଣିକି ପେ କମିଶନ ଆଧାରରେ ବଢ଼ିବନି ଦରମା, ପ୍ରତିବର୍ଷ ବେସିକ୍ ସାଲାରୀ ବୃଦ୍ଧି କରିବାର ଏହା ହେଉଛି ଫର୍ମୂଲା!
7th Pay Commission: ବିଗତ ଗତ କିଛି ଦିନ ହେବ ଗଣମାଧ୍ୟମରେ ଖବର ଆସିଛି ଯେ ସରକାର ଶୀଘ୍ର କେନ୍ଦ୍ର କର୍ମଚାରୀଙ୍କ ଫିଟମେଣ୍ଟ ଫ୍ୟାକ୍ଟର (Fitment factor hike) କୁ ବଢ଼ାଇ ପାରନ୍ତି । କିନ୍ତୁ, ସୂଚନାନୁସାରେ ୨୦୨୨ ମସିହାରେ ଫିଟମେଣ୍ଟ ଫ୍ୟାକ୍ଟର୍ ବୃଦ୍ଧି ପାଇବ ନାହିଁ । ବର୍ତ୍ତମାନ ସରକାର ଫିଟମେଣ୍ଟ ଫ୍ୟାକ୍ଟର ବୃଦ୍ଧି ସପକ୍ଷରେ ନାହାଁନ୍ତି । କୋରୋନା ଓ ମୁଦ୍ରାସ୍ଫୀତି ଯୋଗୁଁ ଏହି ଅତିରିକ୍ତ ଆର୍ଥିକ ବୋଝ ପରିସ୍ଥିତିକୁ ଆହୁରି ଖରାପ କରିପାରେ ।
ନୂଆଦିଲ୍ଲୀ: 7th Pay Commission: କେନ୍ଦ୍ରର ସରକାରୀ କର୍ମଚାରୀ (Central Government Employees) ଙ୍କ ପାଇଁ ଏକ ବଡ଼ ଖୁସି ଖବର ଅଛି । ବର୍ତ୍ତମାନ ବେତନ ଆୟୋଗ ଅନୁଯାୟୀ ଦରମା (Salary) ବଢ଼ିବ ନାହିଁ । ଦରମା ବୃଦ୍ଧି ପାଇଁ ଏକ ନୂତନ ଫର୍ମୂଲା ପ୍ରସ୍ତୁତ କରାଯିବ । ସୂତ୍ରାନୁସାରେ, କେନ୍ଦ୍ର କର୍ମଚାରୀଙ୍କ ପାଇଁ ପରବର୍ତ୍ତୀ ବେତନ ଆୟୋଗ (8th Pay Commission) ଆସିବାର ଆଶା କମ୍ ଅଛି । ଫିଟମେଣ୍ଟ ଫ୍ୟାକ୍ଟର୍ (Fitment Factor) ମାଧ୍ୟମରେ ବେତନ ବୃଦ୍ଧି କରିବା ପରିବର୍ତ୍ତେ, ନୂଆ ଫର୍ମୂଲା ସହିତ ବେସିକ୍ ସାଲାରୀ ବୃଦ୍ଧି କରିବାକୁ ବିଚାର କରାଯାଇପାରେ ।
କେନ୍ଦ୍ରର ସରକାରୀ କର୍ମଚାରୀ (Central Government Employees) ଙ୍କୁ ସପ୍ତମ ବେତନ ଆୟୋଗ (7th Pay Commission) ଅଧୀନରେ ବର୍ଦ୍ଧିତ ବେତନ (Salary) ର ଲାଭ ମିଳୁଛି । ସରକାର ଏଥିରେ ପ୍ରତିବର୍ଷ ବୃଦ୍ଧି କରୁଛନ୍ତି । ଏହା ବ୍ୟତୀତ ବର୍ଷକୁ ୨ ଥର ମହଙ୍ଗା ଭତ୍ତା (Dearness Allowance) ରେ ମଧ୍ୟ ବୃଦ୍ଧି ଘଟୁଛି । କିନ୍ତୁ ସରକାରୀ କର୍ମଚାରୀ (Government Employees) ଙ୍କ ବେତନ ବୃଦ୍ଧି ପାଇଁ କେନ୍ଦ୍ର ସରକାର ଖୁବ୍ ଶୀଘ୍ର ଏକ ନୂତନ ସୂତ୍ର ବା ଫର୍ମୂଲା ଆଣିପାରନ୍ତି । ମିଡିଆ ରିପୋର୍ଟ ଅନୁସାରେ, ଅର୍ଥ ମନ୍ତ୍ରଣାଳୟର ସୂତ୍ର କହିଛି ଯେ, ଏଣିକି କେନ୍ଦ୍ର ସରକାର କର୍ମଚାରୀଙ୍କ ପାଇଁ ନୂଆ ବେତନ ଆୟୋଗ ଆଣିବ ନାହିଁ ।
ନୂତନ ସୂତ୍ର ଅନୁଯାୟୀ, ସରକାର ପ୍ରତିବର୍ଷ ମୌଳିକ ବେତନ ବୃଦ୍ଧି କରିବାକୁ ଯୋଜନା କରୁଛନ୍ତି । ୨୦୨୪ ପରେ ନୂତନ ଫର୍ମୂଲା କାର୍ଯ୍ୟକାରୀ ହେବ ବୋଲି ଆଶା କରାଯାଉଛି । ତେବେ ଏହି ଫର୍ମୂଲା ସମ୍ପର୍କରେ ସରକାର କୌଣସି ଆଧିକାରୀକ ସୂଚନା ଦେଇନାହାଁନ୍ତି। ଏହି ଆଧାରରେ ବାର୍ଷିକ ଦରମା ବୃଦ୍ଧି ଏକ ଭଲ ବିକଳ୍ପ ହୋଇପାରେ । ଏଠାରେ କହି ରଖୁଛୁ ଯେ, ୨୦୧୬ ମସିହାରେ ସପ୍ତମ ପେ କମିଶନ (7th Pay Commission) ର ସୁପାରିଶ ଲାଗୁ କରାଯାଇଥିଲା ।
ବର୍ତ୍ତମାନ କର୍ମଚାରୀଙ୍କ ଦରମା ବୃଦ୍ଧି ପାଇଁ ସରକାର ଆକ୍ରୋଏଡ୍ ସୂତ୍ର (Aykroyd Formula) କୁ ବିଚାର କରିପାରନ୍ତି । ଦୀର୍ଘ ଦିନ ଧରି ଏହି ନୂଆ ଫର୍ମୂଲାକୁ ନେଇ ଚର୍ଚ୍ଚା ହୋଇଆସୁଛି । ବର୍ତ୍ତମାନ ସରକାରୀ କର୍ମଚାରୀଙ୍କ ସର୍ବନିମ୍ନ ମୌଳିକ ଦରମା (Minimum Basic Salary) ଫିଟମେଣ୍ଟ ଫ୍ୟାକ୍ଟର ଆଧାରରେ ସ୍ଥିର ହୋଇଥାଏ । ଏହା ଉପରେ ବର୍ଷକୁ ଦୁଇ ଥର ଜାନୁଆରୀ ଓ ଜୁଲାଇରେ ମହଙ୍ଗା ଭତ୍ତା ସଂଶୋଧନ କରାଯାଏ । କିନ୍ତୁ ମୌଳିକ ଦରମା ପୂର୍ବ ପରି ସମାନ ରହିଥାଏ । ଯଦି ନୂତନ ଫର୍ମୁଲା ଲାଗୁ ହୁଏ, ତେବେ ଦରମା ମୁଦ୍ରାସ୍ଫୀତି ହାର, କଷ୍ଟ ଅଫ୍ ଲିବିଂ ଏବଂ କର୍ମଚାରୀଙ୍କ କାର୍ଯ୍ୟଦକ୍ଷତା ସହିତ ଜଡ଼ିତ ହେବ । ଅର୍ଥାତ ଘରୋଇ କ୍ଷେତ୍ର ପରି ସରକାରୀ କର୍ମଚାରୀଙ୍କ ଦରମା ମଧ୍ୟ ବୃଦ୍ଧି ପାଇବ ।
କେନ୍ଦ୍ରର ଧ୍ୟାନ ହେଉଛି ସମସ୍ତ ବର୍ଗର କର୍ମଚାରୀଙ୍କୁ ସମାନ ସୁବିଧା ମିଳୁ । ବର୍ତ୍ତମାନ ଅଲଗା ଅଲଗା ଗ୍ରେଡ୍ ପେ ଅଛି, ଯାହା ଅନୁଯାୟୀ ବେତନରେ ଏକ ବଡ଼ ପାର୍ଥକ୍ୟ ରହିଛି । ନୂତନ ଫର୍ମୂଲା ସହିତ ଏହି ପାର୍ଥକ୍ୟ ହ୍ରାସ କରାଯାଇପାରେ ।
ଏହା ବି ପଢ଼ନ୍ତୁ:-ଲାଭ ବଦଳରେ ହେବ କ୍ଷତି! ଏମାନେ ଭୁଲରେ ବି ଖାଆନ୍ତୁ ନାହିଁ ଏହି ୫ଟି ଫଳ
ଏହା ବି ପଢ଼ନ୍ତୁ:-ଏହି ନେତାମାନଙ୍କୁ ରାଜ୍ୟସଭାକୁ ପଠାଇବ କଂଗ୍ରେସ, ଉପର ଗୃହରେ ଦଳର ବଢ଼ିବ ଆସନ!
ଏହା ବି ପଢ଼ନ୍ତୁ:-କ୍ଷମତା ପରିବର୍ତ୍ତନ ପାଇଁ ଇମ୍ରାନଙ୍କ 'ଆଜାଦୀ ମାର୍ଚ୍ଚ': ପାକିସ୍ତାନରେ ଗୃହଯୁଦ୍ଧ ପରି ପରିସ୍ଥିତି, ଜଳୁଛି ରାଜଧାନୀ
ବିଗତ ଗତ କିଛି ଦିନ ହେବ ଗଣମାଧ୍ୟମରେ ଖବର ଆସିଛି ଯେ ସରକାର ଶୀଘ୍ର କେନ୍ଦ୍ର କର୍ମଚାରୀଙ୍କ ଫିଟମେଣ୍ଟ ଫ୍ୟାକ୍ଟର (Fitment factor hike) କୁ ବଢ଼ାଇ ପାରନ୍ତି । କିନ୍ତୁ, ସୂଚନାନୁସାରେ ୨୦୨୨ ମସିହାରେ ଫିଟମେଣ୍ଟ ଫ୍ୟାକ୍ଟର୍ ବୃଦ୍ଧି ପାଇବ ନାହିଁ । ବର୍ତ୍ତମାନ ସରକାର ଫିଟମେଣ୍ଟ ଫ୍ୟାକ୍ଟର ବୃଦ୍ଧି ସପକ୍ଷରେ ନାହାଁନ୍ତି । କୋରୋନା ଓ ମୁଦ୍ରାସ୍ଫୀତି ଯୋଗୁଁ ଏହି ଅତିରିକ୍ତ ଆର୍ଥିକ ବୋଝ ପରିସ୍ଥିତିକୁ ଆହୁରି ଖରାପ କରିପାରେ ।
ସୂତ୍ରାନୁସାରେ, ବେତନ ବୃଦ୍ଧି ପାଇଁ ଏକ ନୂତନ ସୂତ୍ର ଆଣିବା ପରେ ଫିଟମେଣ୍ଟ ଫ୍ୟାକ୍ଟର୍ ମଧ୍ୟ ସ୍ଥିର ହେବ । ଏହାପୂର୍ବରୁ କୌଣସି ପ୍ରକାରର ଅନୁମାନ କରିବା କଷ୍ଟକର । ସରକାର ଏହା ଉପରେ ନିରନ୍ତର କାର୍ଯ୍ୟ କରୁଛନ୍ତି ଯେ ଏଭଳି କୌଣସି ସୂତ୍ର ପ୍ରସ୍ତୁତ କରାଯାଉ, ଯାହା ସମୟ ସମୟରେ ଦରମା ବୃଦ୍ଧି ହେଉଥିବ । ଅର୍ଥ ମନ୍ତ୍ରଣାଳୟର ଜଣେ ଅଧିକାରୀଙ୍କ ଅନୁଯାୟୀ, ଅରୁଣ ଜେଟଲୀ ଚାହୁଁଥିଲେ ଯେ ମଧ୍ୟବିତ୍ତ କର୍ମଚାରୀ ତଥା ନିମ୍ନ ସ୍ତରର କର୍ମଚାରୀମାନଙ୍କ ବେତନ ବୃଦ୍ଧି କରାଯାଉ ।