ନୂଆଦିଲ୍ଲୀ: 7th Pay Commission: ନୂତନ ବର୍ଷ ଆରମ୍ଭରେ କେନ୍ଦ୍ର ଓ ରାଜ୍ୟ କର୍ମଚାରୀମାନଙ୍କୁ ବହୁତ ବଡ଼ ଖସି ଖବର ମିଳିପାରେ । କର୍ମଚାରୀଙ୍କ ଦରମା ବୃଦ୍ଧି ହୋଇପାରେ । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ମୋଦି ସରକାର ଏହାର ପ୍ରସ୍ତୁତି ଶେଷ କରିନେଇଛନ୍ତି । ପ୍ରଥମେ ମହଙ୍ଗା ଭତ୍ତା (Dearness Allowance) ପରେ HRA ଏବଂ TA ପଦୋନ୍ନତି ମିଳବା ପରେ ବର୍ତ୍ତମାନ ନୂତନ ବର୍ଷରେ ପୁନର୍ବାର ଏକ ଉପହାର ମିଳିପାରେ । ବାସ୍ତବରେ, ଫିଟମେଣ୍ଟ ଫ୍ୟାକ୍ଟର୍ ବୃଦ୍ଧି ପାଇଁ ଚର୍ଚ୍ଚା ଚାଲିଛି ।


COMMERCIAL BREAK
SCROLL TO CONTINUE READING

ଫିଟମେଣ୍ଟ ଫ୍ୟାକ୍ଟର୍ ବୃଦ୍ଧି କରିବା ଉପରେ ଚାଲିଛି ବିଚାର


ମୁଦ୍ରାସ୍ଫୀତି ବୃଦ୍ଧିକୁ ଦୃଷ୍ଟିରେ ରଖି ଏହା ସରକାରଙ୍କ ଏକ ଉତ୍ତମ ପଦକ୍ଷେପ । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ମୋଦି ସରକାର ମଧ୍ୟ ଫିଟମେଣ୍ଟ ଫ୍ୟାକ୍ଟର୍ ବୃଦ୍ଧି କରିବାକୁ ଚିନ୍ତା କରୁଛନ୍ତି । ଆପଣଙ୍କୁ କହି ରଖୁଛୁ ଯେ, ଫିଟମେଣ୍ଟ ଫ୍ୟାକ୍ଟର୍ ସମସ୍ତ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ମୌଳିକ ବେତନ ସ୍ଥିର କରେ । ଯଦି କେନ୍ଦ୍ର ସରକାର ଫିଟମେଣ୍ଟ ଫ୍ୟାକ୍ଟର୍ ବୃଦ୍ଧି କରନ୍ତି, ତେବେ କେନ୍ଦ୍ର କର୍ମଚାରୀଙ୍କ ଦରମା ସ୍ୱୟଂଚାଳିତ ଭାବେ ବୃଦ୍ଧି ପାଇବ ।


୨୦୧୬ରେ ଫିଟମେଣ୍ଟ ଫ୍ୟାକ୍ଟର୍ ବୃଦ୍ଧି କରାଯାଇଥିଲା


ଏହାପୂର୍ବରୁ ୨୦୧୬ ମସିହାରେ ଫିଟମେଣ୍ଟ ଫ୍ୟାକ୍ଟର୍ (Fitment Factor) ବୃଦ୍ଧି କରାଯାଇଥିଲା । ସେହି ବର୍ଷ ସପ୍ତମ ବେତନ ଆୟୋଗ ମଧ୍ୟ କାର୍ଯ୍ୟକାରୀ କରାଯାଇଥିଲା । ସେହି ସମୟରେ କର୍ମଚାରୀଙ୍କ ସର୍ବନିମ୍ନ ଦରମା ସିଧାସଳଖ ୬୦୦୦ରୁ ୧୮,୦୦୦ ଟଙ୍କାକୁ ବୃଦ୍ଧି କରାଯାଇଥିଲା । ବର୍ତ୍ତମାନ ସରକାର ୨୦୨୨ ମସିହାରେ କେନ୍ଦ୍ରୀୟ କର୍ମଚାରୀଙ୍କ (CG Employees Salary) ଦରମା ବୃଦ୍ଧି କରିପାରେ । ସୂଚନାନୁସାରେ, ବର୍ଷ ଆରମ୍ଭରେ କେନ୍ଦ୍ର ଓ ରାଜ୍ୟ କର୍ମଚାରୀଙ୍କ ଫିଟମେଣ୍ଟ ଫ୍ୟାକ୍ଟର୍ ବୃଦ୍ଧି ପାଇପାରେ । ଫିଟମେଣ୍ଟ ବୃଦ୍ଧି ସହିତ କେନ୍ଦ୍ରୀୟ କର୍ମଚାରୀଙ୍କ ସର୍ବନିମ୍ନ ବେତନ ପୁଣି ଥରେ ବୃଦ୍ଧି ପାଇବ । ଫିଟମେଣ୍ଟ ଫ୍ୟାକ୍ଟରର ସମ୍ଭାବ୍ୟ ବୃଦ୍ଧି ସର୍ବନିମ୍ନ ୨୬,୦୦୦ ଟଙ୍କା ବେତନ ହୋଇପାରେ ।


ଫିଟମେଣ୍ଟ ଫ୍ୟାକ୍ଟର୍ କ’ଣ?


ଫିଟମେଣ୍ଟ ଫ୍ୟାକ୍ଟର୍ ହେଉଛି କେନ୍ଦ୍ର କର୍ମଚାରୀଙ୍କ ଦରମାକୁ ଅଢେଇ ଗୁଣରୁ ଅଧିକ ବଢ଼ାଇଥାଏ । ସପ୍ତମ ବେତନ ଆୟୋଗ (7th Pay Commission) ର ସୁପାରିଶ ଅନୁଯାୟୀ, କେନ୍ଦ୍ର କର୍ମଚାରୀଙ୍କ ଦରମା ଭତ୍ତା ବ୍ୟତୀତ ସେମାନଙ୍କର ମୌଳିକ ଦରମା (Basic Salary) ଓ ଫିଟମେଣ୍ଟ ଫ୍ୟାକ୍ଟର୍ (Fitment factor) ଦ୍ୱାରା ନିର୍ଣ୍ଣୟ କରାଯାଏ ।


ଏହା ବି ପଢ଼ନ୍ତୁ:- ଚଉଠି ରାତିରେ ଭୁଲରେ ବି କରନ୍ତୁ ନାହିଁ ଏହି ୫ଟି କାମ, ନଚେତ୍ ହୋଇପାରେ ଗଡ଼ବଡ଼


ଏହା ବି ପଢ଼ନ୍ତୁ:- ଦେଶରେ ଦିନକରେ ଚିହ୍ନଟ ହେଲା ଏତିକି ମାମଲା, ୩୯୧ ସଂକ୍ରମିତଙ୍କ ମୃତ୍ୟୁ


ଏହା ବି ପଢ଼ନ୍ତୁ:-କଳିଙ୍ଗା ଘାଟିରେ ଓଲଟିଲା ବସ୍‌, ୫୦ ଆହତ


ଦରମା ଉପରେ କେଲକୁଲେଶନ


ସର୍ବନିମ୍ନ ମୌଳିକ ଦରମା = ୧୮,୦୦୦ ଟଙ୍କା 
ଭତ୍ତା ବ୍ୟତୀତ ଦରମା = ୧୮,୦୦୦X ୨.୫୭= ୪୬,୨୬୦ ଟଙ୍କା 
୩% ଆଧାରରେ ୨୬୦୦୦X୩ = ୭୮୦୦୦ ଟଙ୍କା 
ସମୁଦାୟ ଯୋଗ= ୭୮୦୦୦-୪୬,୨୬୦ =୩୧,୭୪୦


ଅର୍ଥାତ କର୍ମଚାରୀଙ୍କ ସାମଗ୍ରିକ ଦରମା ୩୧,୭୪୦ ଟଙ୍କା ବୃଦ୍ଧି ପାଇବ । ସର୍ବନିମ୍ନ ମୌଳିକ ବେତନ ଉପରେ ଏହି ଗଣନା କରାଯାଇଛି । ଅଧିକ ବେତନ ପାଉଥିବା କର୍ମଚାରୀଙ୍କୁ ଅଧିକ ଲାଭ ମିଳିବ ।