ନୂଆଦିଲ୍ଲୀ: 7th Pay Commission: ଖୁବ ଶୀଘ୍ର କେନ୍ଦ୍ର କର୍ମଚାରୀଙ୍କୁ ନେଇ କେନ୍ଦ୍ର ସରକାର ଏକ ବଡ ନିଷ୍ପତ୍ତି ନେଇପାରନ୍ତି । ନିକଟ ଅତୀତରେ କେନ୍ଦ୍ର ସରକାର କେନ୍ଦ୍ର କର୍ମଚାରୀଙ୍କୁ ଏକ ବଡ଼ ଖୁସି ଖବର ଦେଇଛନ୍ତି । ମୋଦି ସରକାର କେନ୍ଦ୍ର କର୍ମଚାରୀଙ୍କ ପାଇଁ ତିନୋଟି ବକେୟା କିସ୍ତି ଜାରି କରିବାକୁ ନିଷ୍ପତ୍ତି ନେଇଛନ୍ତି ।


COMMERCIAL BREAK
SCROLL TO CONTINUE READING

ଏହି ଆଦେଶ ଜାରି ହେବା ପରେ କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା (Dearness Allowance) ୨୮ ପ୍ରତିଶତ ବୃଦ୍ଧି ପାଇଛି । ବର୍ତ୍ତମାନ ପୁଣିଥରେ ସେପ୍ଟେମ୍ବରରେ କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA) ବୃଦ୍ଧି କରି ଉପହାର ଦିଆଯାଇପାରେ । ତେବେ ସରକାରଙ୍କ ତରଫରୁ ଏନେଇ ଏପର୍ଯ୍ୟନ୍ତ କୌଣସି ଅପଡେଟ ଜାରି କରାଯାଇନାହିଁ ।


ଅଧିକ ପଢ଼ନ୍ତୁ:-ପୁଣି ଚିନ୍ତା ବଢ଼ାଇଲା କୋରୋନା: ଦିନକରେ ୪୦ ହଜାରରୁ ଉର୍ଦ୍ଧ୍ୱ ମାମଲା ଚିହ୍ନଟ, ୬ ଶହରୁ ଅଧିକ ସଂକ୍ରମିତଙ୍କ ମୃତ୍ୟୁ


ଅନୁମାନ କରାଯାଉଛି ଯେ ଏଥର ମହଙ୍ଗା ଭତ୍ତା ୩ ପ୍ରତିଶତ ବୃଦ୍ଧି କରାଯାଇପାରେ । ଯାହା ପରେ ମହଙ୍ଗା ଭତ୍ତା ବୃଦ୍ଧି ଘଟି ଏହା ୨୮ପ୍ରତିଶତରୁ ୩୧ ପ୍ରତିଶତ ହୋଇଯିବ ।


ନିକଟ ଅତୀତରେ କେନ୍ଦ୍ର ସରକାର କେନ୍ଦ୍ର କର୍ମଚାରୀଙ୍କ DA ର ତିନୋଟି କିସ୍ତି ଜାରି କରିଛନ୍ତି । ଯାହା ପରେ ମହଙ୍ଗା ଭତ୍ତା ୨୮ ପ୍ରତିଶତକୁ ବୃଦ୍ଧି ପାଇଛି । ଜୁଲାଇ ୧, ୨୦୨୧ରେ କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା ୧୧ ପ୍ରତିଶତ ବୃଦ୍ଧି କରାଯାଇଥିଲା ।


ଅଧିକ ପଢ଼ନ୍ତୁ:-ତୈଳ କମ୍ପାନୀଗୁଡିକ ଜାରି କଲେ ଆଜିର ଡିଜେଲ-ପେଟ୍ରୋଲର ଦାମ୍ ନୂଆ ଦାମ୍, ଗାଡ଼ିରେ ତେଲ ଭରିବା ପୂର୍ବରୁ ଚେକ୍ କରନ୍ତୁ ରେଟ୍


ସପ୍ତମ ବେତନ ଆୟୋଗ (7th Pay Commission) ଅଧୀନରେ କେନ୍ଦ୍ର କର୍ମଚାରୀଙ୍କ ଦରମା ଶୀଘ୍ର ୩ ପ୍ରତିଶତ ବୃଦ୍ଧି ହୋଇପାରେ । ଏହା ପରେ କର୍ମଚାରୀଙ୍କ ଦରମା ୩୧ ପ୍ରତିଶତକୁ ବୃଦ୍ଧି ପାଇବ ।


ସୂଚନାଯୋଗ୍ୟ, ମହଙ୍ଗା ଭତ୍ତା ସହିତ କେନ୍ଦ୍ର କର୍ମଚାରୀମାନେ ଶୀଘ୍ର ଯାତ୍ରା ଭତ୍ତା, ସିଟି ଅଲାଉନ୍ସ ମଧ୍ୟ ପାଇବେ । ସେହିପରି ଆଗାମୀ ଦିନରେ ପ୍ରୋଭିଡେଣ୍ଟ୍ ଫଣ୍ଡ ଓ କର୍ମଚାରୀଙ୍କ ଗ୍ରାଚ୍ୟୁଟିରେ ମଧ୍ୟ ବୃଦ୍ଧି ହୋଇପାରେ ।


ଅଧିକ ପଢ଼ନ୍ତୁ:-ପୁରୁଷମାନେ ପ୍ରତିଦିନ ଏହି ସମୟରେ ଖାଆନ୍ତୁ ରସୁଣର କେବଳ ଗୋଟିଏ କୋଲା, ତା’ପରେ ଦେଖନ୍ତୁ ଚମତ୍କାର!