ନୂଆଦିଲ୍ଲୀ: 7th Pay Commission, DA Hike, Central Government Employees: ଯଦି ଆପଣ ଜଣେ କେନ୍ଦ୍ରୀୟ କର୍ମଚାରୀ, ତେବେ ଏହି ଖବର ଆପଣଙ୍କ ପାଇଁ ରହିଛି । କେନ୍ଦ୍ରର ସରକାରୀ କର୍ମଚାରୀ (Central Government Employees) ଙ୍କୁ ଝଟକା ଦେବା ପାଇଁ ମୋଦି ସରକାର (Modi Government) ମୁଡରେ ଅଛନ୍ତି । କେନ୍ଦ୍ରୀୟ କର୍ମଚାରୀ ଓ ପେନସନଭୋଗୀ (Pensioners) ଙ୍କ ପାଇଁ ମହଙ୍ଗା ଭତ୍ତା  (Dearness Allowance) ଓ ମହଙ୍ଗା ରିଲିଫ (Dearness Relief) ର ହାରକୁ ସଂଶୋଧନ କରିବାକୁ ସରକାର ସମ୍ପୂର୍ଣ୍ଣ ରୂପେ ମନା କରି ଦେଇଛନ୍ତି । 


COMMERCIAL BREAK
SCROLL TO CONTINUE READING

ରାଜ୍ୟସଭାରେ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ଅର୍ଥ ରାଜ୍ୟମନ୍ତ୍ରୀ ପଙ୍କଜ ଚୌଧରୀ (Minister of State for Finance Pankaj Choudhary) କହିଛନ୍ତି ଯେ, ମହଙ୍ଗା ଭତ୍ତା (DA) କୁ ୩ ପ୍ରତିଶତରୁ ଅଧିକ ବୃଦ୍ଧି କରିବାର କୌଣସି ଆବଶ୍ୟକତା ନାହିଁ । ଡିଏ ବୃଦ୍ଧି ପାଇଁ କର୍ମଚାରୀମାନେ ଦୀର୍ଘ ସମୟ ଅପେକ୍ଷା କରିଥିଲେ ମଧ୍ୟ ସରକାରଙ୍କ ତରଫରୁ ସେମାନଙ୍କୁ ନିରାଶ ମିଳିଛି ।


DA ଓ DR ବୃଦ୍ଧି ଉପରେ ଅର୍ଥ ରାଜ୍ୟମନ୍ତ୍ରୀ ପଙ୍କଜ ଚୌଧୁରୀ ରାଜ୍ୟସଭାରେ କହିଛନ୍ତି ଯେ, କେନ୍ଦ୍ର ଶ୍ରମ ମନ୍ତ୍ରଣାଳୟ ଦ୍ୱାରା ଜାରି ଅଲ ଇଣ୍ଡିଆ ଗ୍ରାହକ ମୂଲ୍ୟ ସୂଚକାଙ୍କ (AICPI-IW) ଅନୁଯାୟୀ ମୁଦ୍ରାସ୍ଫୀତିକୁ ଆଧାର କରି ମହଙ୍ଗା ଭତ୍ତା ଓ ମହଙ୍ଗା ରିଲିଫ୍ ବଢ଼ାଯିବ । ସରକାର ମଧ୍ୟ ସଂସଦକୁ କହିଛନ୍ତି ଯେ ଗତ ଦୁଇ ତ୍ରୈମାସରେ ମୁଦ୍ରାସ୍ଫୀତି ହାର ୫ ପ୍ରତିଶତରୁ ଅଧିକ ରହିଛି ।


ମଙ୍ଗଳବାର ରାଜ୍ୟସଭା ସାଂସଦ ନରଣ ଭାଇ ଜେ ରାଠୱା ଅର୍ଥମନ୍ତ୍ରୀଙ୍କୁ ପଚାରିଥିଲେ ଯେ ମୁଦ୍ରାସ୍ଫୀତି ହାର ଅଧିକ ଥିବାବେଳେ କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନସନଭୋଗୀଙ୍କ ମହଙ୍ଗା ଭତ୍ତା କାହିଁକି ୩ ପ୍ରତିଶତରେ ହିଁ ସ୍ଥିର ରହିଛି? ତେବେ ଏହାର ଜବାବରେ ପଙ୍କଜ ଚୌଧୁରୀ କହିଛନ୍ତି ଯେ ଡିଏକୁ ୩ ପ୍ରତିଶତରୁ ଅଧିକ ବୃଦ୍ଧି କରିବାକୁ ସରକାର ଯୋଜନା କରୁନାହାଁନ୍ତି । କେନ୍ଦ୍ରୀୟ କର୍ମଚାରୀ ଓ ପେନସନଭୋଗୀମାନଙ୍କ ପାଇଁ ମହଙ୍ଗା ଭତ୍ତା ଓ ମହଙ୍ଗା ରିଲିଫ୍ ବୃଦ୍ଧି ହାରକୁ ପୁନର୍ବିଚାର କରିବାର କୌଣସି ଆବଶ୍ୟକତା ନାହିଁ ବୋଲି ସେ କହିଛନ୍ତି ।


ଏହା ବି ପଢ଼ନ୍ତୁ:-ଯେଉଁ ପୁରୁଷମାନଙ୍କର ରହିଛି ଏହି ୭ଟି ଅଭ୍ୟାସ, ସେମାନଙ୍କର ଯୌନ ଜୀବନ ହୋଇଥାଏ ବିନ୍ଦାସ୍


ଏହା ବି ପଢ଼ନ୍ତୁ:-ଦେଶରେ କୋରୋନା ମାମଲାରେ ୧୨ ପ୍ରତିଶତ ବୃଦ୍ଧି, ଦିନକରେ ଚିହ୍ନଟ ହେଲେ ଏତିକି ସଂକ୍ରମିତ


ସୂଚନାଯୋଗ୍ୟ, କେନ୍ଦ୍ରୀୟ କର୍ମଚାରୀମାନଙ୍କୁ ୩୧ ପ୍ରତିଶତ ମହଙ୍ଗା ଭତ୍ତା ଦିଆଯାଉଛି । ଯଦି ହୋଲି ପୂର୍ବରୁ DA ୩ ପ୍ରତିଶତ ବୃଦ୍ଧି ହୋଇଥାନ୍ତା, ତେବେ ମୋଟ ମହଙ୍ଗା ଭତ୍ତା ୩୪ ପ୍ରତିଶତକୁ ଯାଇଥାନ୍ତା । ସରକାରଙ୍କ ଏହି ନିଷ୍ପତ୍ତିରେ ୫୦ ଲକ୍ଷରୁ ଅଧିକ ସରକାରୀ କର୍ମଚାରୀ ଓ ୬୫ ଲକ୍ଷରୁ ଅଧିକ ପେନସନଭୋଗୀ ଉପକୃତ ହୋଇଥାନ୍ତେ । ସପ୍ତମ ବେତନ ଆୟୋଗ (7th Pay Commission) ର ସୁପାରିଶ ଆଧାରରେ କେନ୍ଦ୍ର ସରକାର ଡିଏ ବୃଦ୍ଧି କରନ୍ତି । ସାରା ଦେଶରେ ଲକ୍ଷ ଲକ୍ଷ କର୍ମଚାରୀ DA ବୃଦ୍ଧି ପାଇଁ ଅପେକ୍ଷା କରିଥିଲେ, କିନ୍ତୁ ସେମାନେ ପୁଣି ନିରାଶ ହୋଇଛନ୍ତି ।