ନୂଆଦିଲ୍ଲୀ: 7th Pay Commission, DA Hike: ଦେଶର ଅନେକ ରାଜ୍ୟ ସରକାର ସେମାନଙ୍କ କର୍ମଚାରୀଙ୍କ ମହଙ୍ଗା ଭତ୍ତା (Dearness Allowance) ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି । ଯେଉଁଥିରେ ମଧ୍ୟପ୍ରଦେଶ, ଗୁଜୁରାଟ, ଛତିଶଗଡ ଏବଂ ତ୍ରିପୁରା ସରକାର ସାମିଲ ଅଛନ୍ତି । ଉଲ୍ଲେଖଥାଉ କି, ଦେଢ଼ ବର୍ଷ ମଧ୍ୟରେ ଏହି ସବୁ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାର ଅଛି । ଏହା ମଧ୍ୟ ଏକ ବଡ଼ କାରଣ ଯେ ଏହି ସରକାରମାନେ ସରକାରୀ କର୍ମଚାରୀ ଓ ସେମାନଙ୍କ ପରିବାର ସଦସ୍ୟଙ୍କ ଭୋଟ୍ ପାଇବାକୁ ଏହି ନିଷ୍ପତ୍ତି ନେଇଛନ୍ତି । କିନ୍ତୁ ବର୍ତ୍ତମାନ ସମସ୍ତଙ୍କ ନଜର କେନ୍ଦ୍ର ସରକାରଙ୍କ ଉପରେ ରହିଛି । କେନ୍ଦ୍ର କର୍ମଚାରୀମାନେ (Central Government Employees)  ମୋଦି ସରକାର (Modi Government) ଙ୍କ ମହଙ୍ଗା ଭତ୍ତା ବୃଦ୍ଧି (DA Hike) ଘୋଷଣାକୁ ଅପେକ୍ଷା କରି ବସିଛନ୍ତି ।


COMMERCIAL BREAK
SCROLL TO CONTINUE READING

ଅଷ୍ଟମ ବେତନ ଆୟୋଗ (8th Pay Commission) ଗଠନ ଉପରେ ବର୍ତ୍ତମାନ କିଛି କହିବା କଷ୍ଟକର । କାରଣ ବେତନ ବୃଦ୍ଧି (Salary Hike) ପାଇଁ ଅଷ୍ଟମ ବେତନ ଆୟୋଗ ଗଠନ ପାଇଁ ସରକାରଙ୍କ ପାଖରେ କୌଣସି ପ୍ରସ୍ତାବ ନାହିଁ ବୋଲି କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି । କିନ୍ତୁ ମୋଦି ସରକାର ଡେମେସ କଣ୍ଟ୍ରୋଲ କରିବା ପାଇଁ କେନ୍ଦ୍ରୀୟ କର୍ମଚାରୀ କେନ୍ଦ୍ର କର୍ମଚାରୀ ଓ ପେନସନଭୋଗୀଙ୍କୁ ଏକ ବଡ଼ ଉପହାର ଦେଇପାରନ୍ତି । ମନେ କରାଯାଉଛି ଯେ, ପାର୍ବଣ ଋତୁରେ କେନ୍ଦ୍ର କ୍ୟାବିନେଟ ବୈଠକରେ କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA) ବୃଦ୍ଧିକୁ ସରକାର ମୋହର ମାରିପାରନ୍ତି ।


ଆପଣଙ୍କୁ କହିରଖୁଛୁ ଯେ, ଖୁଚୁରା ମୁଦ୍ରାସ୍ଫୀତି ତଥ୍ୟ ଆଧାରରେ ଜାନୁଆରୀ ଓ ଜୁଲାଇ ମାସରେ କେନ୍ଦ୍ର ସରକାର ବର୍ଷକୁ ଦୁଇଥର DA ଓ DR ସଂଶୋଧନ କରନ୍ତି । ଦେଶରେ ମୁଦ୍ରାସ୍ଫୀତି ଆରବିଆଇର ଆକଳନଠାରୁ ଅଧିକ ପହଞ୍ଚିଛି । ଖୁଚୁରା ମୁଦ୍ରାସ୍ଫୀତି ଆରବିଆଇର ସହନଶୀଳତା ସ୍ତରରୁ ୬ ପ୍ରତିଶତ ଅତିକ୍ରମ କରିଛି । ଜୁଲାଇ ମାସରେ ଖୁଚୁରା ମୁଦ୍ରାସ୍ଫୀତି ହାର ୬.୧୭ ପ୍ରତିଶତ ହୋଇଛି । ୨୦୨୨ ବର୍ଷର ପ୍ରଥମାର୍ଦ୍ଧ ପାଇଁ ଜାନୁଆରୀରୁ ଜୁନ୍ ପର୍ଯ୍ୟନ୍ତ ସରକାର ମହଙ୍ଗା ଭତ୍ତା ବୃଦ୍ଧି କରିଛନ୍ତି । ବର୍ତ୍ତମାନ ଜୁଲାଇ ମାସରୁ ଡିସେମ୍ବର ମାସ ପାଇଁ ମହଙ୍ଗା ଭତ୍ତାର ବୃଦ୍ଧିକୁ ଅପେକ୍ଷା କରାଯାଇଛି ।


ଏହା ବି ପଢ଼ନ୍ତୁ:-ସର୍ଭେ: ଜାଣନ୍ତୁ ଦେଶର ନମ୍ବର ୧ ଅଭିନେତା କିଏ, ଅମିତାଭ ବଚ୍ଚନ-ଅକ୍ଷୟ କୁମାର-ଶାହରୁଖ ଖାନ; ନା ଅନ୍ୟ କେହି


ଏହା ବି ପଢ଼ନ୍ତୁ:-ଶକ୍ତି ପ୍ରଦର୍ଶନ ପୂର୍ବରୁ ଜେଡିୟୁରେ ବିଦ୍ରୋହ! ଦଳର ବିଧାୟକ ମନ୍ତ୍ରୀଙ୍କ ବିରୋଧୀରେ ଆଣିଲେ ଦାଦାବଟି ଆଦାୟ ଓ ହତ୍ୟା ପରି ଗୁରୁତର ଅଭିଯୋଗ


ଏହା ବି ପଢ଼ନ୍ତୁ:-ପତଞ୍ଜଳି ଗାଈ ଘିଅର ନମୁନା ପରୀକ୍ଷଣରେ ଫେଲ୍; ଲାବୋରେଟୋରୀ ରିପୋର୍ଟରେ କୁହାଯାଇଛି ଘିଅରେ ହୋଇଛି ମିଶ୍ରଣ, ଯାହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ


ସୂଚନାଯୋଗ୍ୟ, ବିଗତ ମାର୍ଚ୍ଚ ମାସରେ ମୋଦି ସରକାର କର୍ମଚାରୀଙ୍କ ଡିଏକୁ ତିନି ପ୍ରତିଶତ ବୃଦ୍ଧି କରିଥିଲେ । ଏହି ବୃଦ୍ଧି ପରେ କେନ୍ଦ୍ର କର୍ମଚାରୀଙ୍କ ପାଇଁ ଡିଏ ୩୧ ପ୍ରତିଶତରୁ ୩୪ ପ୍ରତିଶତକୁ ବୃଦ୍ଧି ପାଇଛି । ବର୍ତ୍ତମାନ ଅନୁମାନ କରାଯାଉଛି ଯେ ପୁଣି ୫ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି ହୋଇପାରେ । ଯଦି ଏଥିରେ ପାଞ୍ଚ ପ୍ରତିଶତ ବୃଦ୍ଧି ହୁଏ, ତେବେ କେନ୍ଦ୍ର କର୍ମଚାରୀଙ୍କ ଡିଏ ୩୪ ପ୍ରତିଶତରୁ ୩୯ ପ୍ରତିଶତକୁ ବୃଦ୍ଧି ପାଇବ । କୁହାଯାଉଛି ଯେ ଡିଏ ବୃଦ୍ଧି ଘୋଷଣା ଖୁବ୍ ଶୀଘ୍ର କରାଯାଇପାରେ । ତେବେ ଏ ବାବଦରେ ସରକାରଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଆଧିକାରୀକ ବୟାନ ଆସିନାହିଁ । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ଯୋଗୁଁ ୪୭ ଲକ୍ଷ କର୍ମଚାରୀ ଓ ୬୮ ଲକ୍ଷ ପେନସନଭୋଗୀଙ୍କୁ ଲାଭ ପହଞ୍ଚାଇବ ।