ନୂଆଦିଲ୍ଲୀ: 7th Pay Commission, Central Government Employees, DA Hikes, DA Arrears: କେନ୍ଦ୍ର ସରକାର (Central Government) ନିଜର ୪୭ ଲକ୍ଷ ୬୮ ହଜାର କର୍ମଚାରୀ (Central Government Employees) ଓ ୬୮ ଲକ୍ଷ ୬୨ ହଜାର ପେନସନଭୋଗୀ (Central Government Pensioners) ଙ୍କୁ ପୁଣି ଥରେ ଉପହାର ପ୍ରଦାନ କରିପାରନ୍ତି । ଯଦି ଆପଣ ମଧ୍ୟ ମହଙ୍ଗା ଭତ୍ତା  (Dearness Allowance) ର ବୃଦ୍ଧିକୁ ଅପେକ୍ଷା କରୁଛନ୍ତି, ତେବେ ଆପଣ ଶୀଘ୍ର ବଡ଼ ଖୁସି ପାଇବାକୁ ଯାଉଛନ୍ତି । ଖୁବ୍ ଶୀଘ୍ର ଆପଣଙ୍କ ବ୍ୟାଙ୍କ ଖାତାରେ ମହଙ୍ଗା ଭତ୍ତାର ବର୍ଦ୍ଧିତ (DA Hike) ଟଙ୍କା ଆସିପାରେ । କେନ୍ଦ୍ର ସରକାର ନବରାତ୍ରୀ (Navratri 2022) ରେ ଆପଣଙ୍କର ଦରମା ବୃଦ୍ଧି କରିବାକୁ ଯାଉଛନ୍ତି । ଏହା ବ୍ୟତୀତ କେନ୍ଦ୍ର ସରକାରଙ୍କ କର୍ମଚାରୀ ୧୮ ମାସର ମହଙ୍ଗା ଭତ୍ତା ଅର୍ଥାତ ଡିଏ ଅରିୟର (DA Arrears) ର ଅପେକ୍ଷା କରୁଛନ୍ତି । ଯାହାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି ।


COMMERCIAL BREAK
SCROLL TO CONTINUE READING

କେନ୍ଦ୍ର କର୍ମଚାରୀ ଓ ପେନସନଭୋଗୀଙ୍କୁ ଆସନ୍ତା ମାସରେ ୧୮ ମାସର ମହଙ୍ଗା ଭତ୍ତାର ବକେୟା ରାଶିକୁ ନେଇ ଭଲ ଖବର ମିଳିପାରେ । ସେପ୍ଟେମ୍ବରରେ ନ୍ୟାସନାଲ କାଉନସିଲ୍ ଅଫ୍ ଷ୍ଟାଫ୍ ସାଇଡ୍ (Secretary of the National Council of Staff Side) ର ସଚିବ ଦ୍ୱାରା କ୍ୟାବିନେଟ୍ ସଚିବ ଓ ରାଷ୍ଟ୍ରୀୟ ପରିଷଦର ସଭାପତିଙ୍କୁ ଚିଠି ଲେଖିବା ପରେ ପିଏମ ମୋଦିଙ୍କୁ ପେନସନଭୋଗୀଙ୍କ ଜ୍ଞାପନ ଦେବା ପରେ ସେପ୍ଟେମ୍ବରରେ ବକେୟା ରାଶି ଉପରେ ନିଷ୍ପତ୍ତି ନିଆଯାଇପାରେ ବୋଲି ଆଶା କରାଯାଉଛି । ଯଦି ରାଶି ପ୍ରଦାନ କରାଯାଏ, କର୍ମଚାରୀ-ପେନସନଭୋଗୀଙ୍କ ସ୍ତର ଅନୁଯାୟୀ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବକେୟା ଅର୍ଥ ରାଶି ପ୍ରଦାନ କରାଯିବ । ତେବେ ସରକାରଙ୍କ ତରଫରୁ ଏପର୍ଯ୍ୟନ୍ତ କୌଣସି ଆଧିକାରୀକ ବୟାନ ସାମ୍ନାକୁ ଆସି ନାହିଁ ।


ବାସ୍ତବରେ, ୧ ଜୁଲାଇ ୨୦୨୦ ଓ ୧ ଜାନୁଆରୀ ୨୦୨୧ ପର୍ଯ୍ୟନ୍ତ ମହଙ୍ଗା ଭତ୍ତାର ବକେୟା ବିଚାରାଧୀନ ଅଛି । ଏ ସମ୍ପର୍କରେ ଅନେକ ପର୍ଯ୍ୟାୟର ବୈଠକ ଅନୁଷ୍ଠିତ ହୋଇଯାଇଛି, କିନ୍ତୁ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇନାହିଁ । ନିକଟ ଅତୀତରେ ପେନସନଭୋଗୀ ସଂଘ ବକେୟା ସମ୍ପର୍କରେ ଶୀଘ୍ର ନିଷ୍ପତ୍ତି ନେବାକୁ ଆବେଦନ କରି ପିଏମ ମୋଦିଙ୍କୁ ଏକ ଜ୍ଞାପନ ପ୍ରଦାନ କରିଥିଲେ । ଏଥି ସହିତ କର୍ମଚାରୀ ସଂଘ ମଧ୍ୟ ଏହାର ସମାଧାନ ପାଇଁ ଦାବି କରିଥିଲା । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କର୍ମଚାରୀ-ପେନସନଭୋଗୀଙ୍କ ଚାପ ବଢ଼ିବା ପରେ ମୋଦି ସରକାର ସେପ୍ଟେମ୍ବରରେ ଚୂଡ଼ାନ୍ତ ନିଷ୍ପତ୍ତି ନେଇପାରନ୍ତି ।


ଅଧିକ ପଢ଼ନ୍ତୁ:-ଭାରତକୁ ଅଣଦେଖା କରି କାହିଁକି ପାକିସ୍ତାନକୁ ଏତେ ବଡ଼ ସାହାଯ୍ୟ କରୁଛି ଆମେରିକା? କାରଣ କହିଲା ବାଇଡେନ ପ୍ରଶାସନ


ଅଧିକ ପଢ଼ନ୍ତୁ:-ଏହି ସବୁ ଅଭ୍ୟାସ ଯୋଗୁଁ ପୁରୁଷମାନେ ଶୀଘ୍ର ହୋଇଯାଆନ୍ତି ବୃଦ୍ଧ, କରନ୍ତୁନି ଏସବୁ କାମ ରହିବେ ଚିର ଯୌବନ!


ଅଧିକ ପଢ଼ନ୍ତୁ:-ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର, ମହଙ୍ଗା ଭତ୍ତାରେ ବୃଦ୍ଧି ପୂର୍ବରୁ ସରକରାର କଲେ ଏହି ବଡ଼ ଘୋଷଣା


 


ସରକାରୀ କର୍ମଚାରୀମାନେ ଆଶା କରୁଛନ୍ତି ଯେ, ଡିଏ ବକେୟାକୁ ନେଇ ସରକାର ବିଚାର କରିବେ ଓ ଏହାର ସମାଧାନ ବାଟ ବାହାର କରିବେ । ନ୍ୟାସନାଲ କାଉନ୍ସିଲ୍ ଅଫ୍ ଜେସିଏମ୍ ର ଶିବ ଗୋପାଳ ମିଶ୍ରାଙ୍କ ଅନୁଯାୟୀ, କାଉନ୍ସିଲ ସରକାରଙ୍କ ଆଗରେ ନିଜର ଦାବି ରଖିଛି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସମାଧାନର ବାଟ ବାହାରି ନାହିଁ ।


ଆପଣଙ୍କୁ କହିରଖୁଛୁ ଯେ, ଗତ ବର୍ଷ ଜୁଲାଇ ୧ରେ କେନ୍ଦ୍ର ସରକାର ନିଜ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି କରିଥିଲେ । ଯାହା ପରେ ଏହା ବଢ଼ି ୨୮ ପ୍ରତିଶତରେ ପହଞ୍ଚିଥିଲା । ଏହାପୂର୍ବରୁ ସେମାନେ ୧୭ ପ୍ରତିଶତ ହାରରେ ଡିଏ ପାଉଥିଲେ । ଏଥି ସହିତ ଅକ୍ଟୋବର ୨୦୨୧ରେ ଏହାକୁ ୩ ପ୍ରତିଶତ ବୃଦ୍ଧି କରାଯାଇଥିଲା । ଯାହା ପରେ ଏହା ବଢ଼ି ୩୧ ପ୍ରତିଶତକୁ ପହଞ୍ଚିଥିଲା । ଏଥି ସହିତ ମାର୍ଚ୍ଚ ୨୦୨୨ରେ ପୁଣି ଥରେ ମହଙ୍ଗା ଭତ୍ତା ୩ ପ୍ରତିଶତ ବୃଦ୍ଧି କରାଯାଇଛି । ଯାହା ପରେ ବର୍ତ୍ତମାନ ୩୪ ପ୍ରତିଶତ ହାରରେ ମହଙ୍ଗା ଭତ୍ତା ମିଳୁଛି ।


କେନ୍ଦ୍ର କର୍ମଚାରୀ ସଂଗଠନ ୧୮ ମାସର ବକେୟା ପାଇଁ ସରକାରଙ୍କ ଉପରେ କ୍ରମାଗତ ଭାବରେ ଚାପ ପକାଉଛି । ସେମାନେ କହିଛନ୍ତି ଯେ ସୁପ୍ରିମକୋର୍ଟଙ୍କ ରାୟ ହେଉଛି ଦରମା ଓ ଭତ୍ତା କର୍ମଚାରୀଙ୍କ ମୌଳିକ ଅଧିକାର । ଏଭଳି ପରିସ୍ଥିତିରେ କର୍ମଚାରୀମାନଙ୍କୁ ୧୮ ମାସର ବକେୟା ସୁବିଧା ମଧ୍ୟ ମିଳିପାରେ । ନ୍ୟାସନାଲ କାଉନସିଲ୍ ଅଫ୍ ଜେସିଏମ୍ ର ଶିବ ଗୋପାଳ ମିଶ୍ରାଙ୍କ ଅନୁଯାୟୀ, ଲେଭଲ୍ -1 କର୍ମଚାରୀଙ୍କ ଡିଏ ବକେୟା ୧୧,୮୮୦ରୁ ୩୭,୫୫୪ ଟଙ୍କା ମଧ୍ୟରେ ରହିଛି । ଯେତେବେଳେ କି, ଲେଭଲ୍ -13 (7th CPC basic pay scale ୧,୨୩,୧୦୦ ଟଙ୍କାରୁ ୨,୧୫,୯୦୦ ଟଙ୍କା) କିମ୍ବା ଲେଭଲ୍ -14 (7th CPC basic pay scale) ପାଇଁ ଜଣେ କର୍ମଚାରୀ ଡିଏ ବକେୟା ୧,୪୪,୨୦୦ ଟଙ୍କାରୁ ୨,୧୮,୨୦୦ ଟଙ୍କା ମଧ୍ୟରେ ରହିଛି ।