ହୋଲି ଉପହାର! କର୍ମଚାରୀଙ୍କୁ ବିନା ସୁଧରେ ୧୦,୦୦୦ ଟଙ୍କା ଦେଉଛନ୍ତି ସରକାର
7th Pay Commission: ଲକ୍ଷ ଲକ୍ଷ ସରକାରୀ କର୍ମଚାରୀ (Central Govt Employees) ଙ୍କୁ କେନ୍ଦ୍ର ସରକାର (Central Govt) ହୋଲି (Holi) ଅବସରରେ ଉପହାର ଦେବାକୁ ଯାଉଛନ୍ତି । ସ୍ୱତନ୍ତ୍ର ଫେଷ୍ଟିଭାଲ୍ ଆଡଭାନ୍ସ ସ୍କିମ୍ (Special Festival Advance Scheme) ଅଧୀନରେ ସରକାର ନିଜ କର୍ମଚାରୀମାନଙ୍କୁ ଅଗ୍ରୀମ ୧୦,୦୦୦ ଟଙ୍କା ଦେଉଛନ୍ତି । ଏହି ନିଷ
ନୂଆଦିଲ୍ଲୀ: 7th Pay Commission: ଲକ୍ଷ ଲକ୍ଷ ସରକାରୀ କର୍ମଚାରୀ (Central Govt Employees) ଙ୍କୁ କେନ୍ଦ୍ର ସରକାର (Central Govt) ହୋଲି (Holi) ଅବସରରେ ଉପହାର ଦେବାକୁ ଯାଉଛନ୍ତି । ସ୍ୱତନ୍ତ୍ର ଫେଷ୍ଟିଭାଲ୍ ଆଡଭାନ୍ସ ସ୍କିମ୍ (Special Festival Advance Scheme) ଅଧୀନରେ ସରକାର ନିଜ କର୍ମଚାରୀମାନଙ୍କୁ ଅଗ୍ରୀମ ୧୦,୦୦୦ ଟଙ୍କା ଦେଉଛନ୍ତି । ଏହି ନିଷ୍ପତ୍ତି ସପ୍ତମ ବେତନ ଆୟୋଗ (7th Pay Commission) ରେ ଅନ୍ତର୍ଭୁକ୍ତ ରହିଛି । ବିଶେଷ କଥା ହେଉଛି କର୍ମଚାରୀଙ୍କ ଦ୍ୱାରା ନିଆଯାଇଥିବା ଟଙ୍କା ଉପରେ କୌଣସି ସୁଧ ଲାଗିବ ନାହିଁ । ଏହି ଯୋଜନା ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଲାଗୁ ରହିବ ।
ଅଧିକ ପଢ଼ନ୍ତୁ:-ଫାଇନାଲ ଓପିନିଅନ ପୋଲ୍: ଜାଣନ୍ତୁ ବଙ୍ଗଳା, ଆସାମ, କେରଳ, ତାମିଲନାଡୁ ଓ ପୁଡୁଚେରୀରେ କିଏ ଗଢ଼ିବେ ସରକାର?
ଏହି ଯୋଜନା ସ୍ପେଶାଲ କାରଣ ସପ୍ତମ ବେତନ ଆୟୋଗ କାର୍ଯ୍ୟକାରୀ ହେବାବେଳେ ଏହି ଯୋଜନା ନଥିଲା । ଷଷ୍ଠ ବେତନ ଆୟୋଗରେ ଅଧିକାରୀ ଏବଂ କର୍ମଚାରୀମାନେ ୪.୫୦୦ ଟଙ୍କା ଫେଷ୍ଟିଭାଲ ଆଡଭାନ୍ସ ପାଉଥିଲେ । ତେବେ ବର୍ଷକୁ ଥରେ ଏହି ଅଗ୍ରୀମ ଦିଆଯିବ । ଏହାର ଅର୍ଥ ହେଉଛି ଯଦି ଜଣେ କେନ୍ଦ୍ର କର୍ମଚାରୀ ପୂର୍ବରୁ ଏହି ସୁବିଧା ପାଇନାହାଁନ୍ତି । ହୋଲି ପର୍ବରେ ସେମାନେ ଏହାର ଲାଭ ଉଠାଇ ପାରିବେ ।
ଅଧିକ ପଢ଼ନ୍ତୁ:-ପେନସନଭୋଗୀଙ୍କ ପାଇଁ ବଡ଼ ଖବର: ନିୟମ ବଦଳାଇଲେ ମୋଦି ସରକାର, କୋଟି କୋଟି ଲୋକଙ୍କୁ ହେବ ସିଧାସଳଖ ଲାଭ
ଏହା ପୂର୍ବରୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଥିଲେ ଯେ, ଉତ୍ସବ ପାଇଁ ଦିଆଯାଉଥିବା ଅଗ୍ରୀମ ପ୍ରି ଲୋଡ୍ ହେବ । ଟଙ୍କା ପୂର୍ବରୁ ହିଁ କର୍ମଚାରୀଙ୍କ ଏଟିଏମରେ ରହିବ, ସେମାନଙ୍କୁ କେବଳ ଖର୍ଚ୍ଚ କରିବାକୁ ପଡିବ । ସେ କହିଥିଲେ ଯେ ୧୦,୦୦୦ ଟଙ୍କା ଅଗ୍ରୀମ ସୁଧମୁକ୍ତ ଅଟେ । ଏହି ଟଙ୍କାକୁ ସହଜ ୧୦ କିସ୍ତିରେ ଜମା କରିବାକୁ ପଡିବ । ଅର୍ଥାତ୍ ମାସିକ କେବଳ ଏକ ହଜାର ଟଙ୍କାର କିସ୍ତି ଦେବାକୁ ପଡ଼ିବ ।
ଅଧିକ ପଢ଼ନ୍ତୁ:-ହୋଲି ପୂର୍ବରୁ ରେଳ ଯାତ୍ରୀଙ୍କ ପାଇଁ ଗୁଡ୍ ନ୍ୟୁଜ୍! ରେଲୱେ ପୁଣି ଘୋଷଣା କଲା ଅନେକ ସ୍ୱତନ୍ତ୍ର ଟ୍ରେନ୍, ଦେଖନ୍ତୁ ପୁରା ଲିଷ୍ଟ୍
ଏଥି ସହିତ ଅର୍ଥମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ, ଫେଷ୍ଟିଭାଲ ଆଡଭାନ୍ସ ସ୍କିମରେ ୪୦୦ କୋଟି ଟଙ୍କା ବିତରଣ କରାଯିବ ବୋଲି ଆକଳନ କରାଯାଇଛି । ଯଦି ରାଜ୍ୟ ସରକାର ଏହି ଯୋଜନା କାର୍ଯ୍ୟକାରୀ କରନ୍ତି, ତା’ହେଲେ ସେମାନେ ପ୍ରାୟ ୮୦୦ କୋଟି ଭାର ବହନ କରିବେ । ଏହା ବ୍ୟତୀତ କେନ୍ଦ୍ର ସରକାର ଏହାର କର୍ମଚାରୀ ଏବଂ ପେନସନଭୋଗୀଙ୍କୁ ରିହାତି ଯୋଗାଇବାକୁ ଯାଉଛନ୍ତି । ଜୁଲାଇ ଠାରୁ ମହଙ୍ଗା ଭତ୍ତା ଓ ମହଙ୍ଗା ରିଲିଫର ସେମାନଙ୍କର ତିନୋଟି ଅଟକି ଥିବା କିସ୍ତି ପୁନଃ ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି ।