ଲକ୍ଷ ଲକ୍ଷ କେନ୍ଦ୍ର କର୍ମଚାରୀଙ୍କୁ ମିଳିବ ଖୁସି ଖବର, ୩ ବକେୟା ମହଙ୍ଗା ଭତ୍ତା ଉପରେ ଏହି ମାସରେ ଅନୁଷ୍ଠିତ ହେବ ବୈଠକ?
ସୂଚନାଯୋଗ୍ୟ, ମହଙ୍ଗା ଭତ୍ତା ବର୍ଷକୁ ଦୁଇଥର ବୃଦ୍ଧି କରାଯାଇଥାଏ, କିନ୍ତୁ କୋରୋନା ସଙ୍କଟ (Coronavirus Crisis) ଓ ଲକଡାଉନ୍ (Lockdown) ହୋଇଥିବାରୁ ସରକାରୀ କୋଷ ଉପରେ ପ୍ରତିକୂଳ ପ୍ରଭାବ ପଡ଼ିଛି । ଯାହାକୁ ଦୃଷ୍ଟିରେ ରଖି ଏହା ଉପରେ ଦେଢ଼ ବର୍ଷ ଯାଏ ରୋକ ଲଗାଯାଇଛି ।
ନୂଆଦିଲ୍ଲୀ: 7th Pay Commission, 7th CPC Latest News, Central Government Employees: କେନ୍ଦ୍ର ସରକାର ମାର୍ଚ୍ଚ ୨୦୨୧ରେ ଘୋଷଣା କରିଥିଲେ ଯେ କେନ୍ଦ୍ର କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତା (DA) ଓ ପେନସନଭୋଗୀଙ୍କ ମହଙ୍ଗା ରିଲିଫ (DR) କୁ ୧ ଜୁଲାଇ ୨୦୨୧ରୁ ପୁନଃ ଆରମ୍ଭ କରିଦିଆଯିବ । ତଥାପି, ସରକାର ୧ ଜାନୁଆରୀ ୨୦୨୦, ୧ ଜୁଲାଇ ୨୦୨୦ ଏବଂ ୧ ଜାନୁଆରୀ ୨୦୨୧ର ତିନୋଟି ବକେୟା ମହଙ୍ଗା ଭତ୍ତା (dearness allowance) କିସ୍ତି ଦେୟ ବିଷୟରେ କିଛି କହି ନାହାଁନ୍ତି । ସରକାରଙ୍କ ସହ ହେବାକୁ ଥିବା ମେ ୮ର ବୈଠକ ମଧ୍ୟ ସ୍ଥଗିତ ରଖାଯାଇଛି, ବର୍ତ୍ତମାନ ଏହି ବୈଠକ ଚଳିତ ମାସର ଶେଷ ସପ୍ତାହରେ ଅନୁଷ୍ଠିତ ହେବ ବୋଲି ଆଶା କରାଯାଉଛି ।
ଅଧିକ ପଢ଼ନ୍ତୁ:-କୋରୋନା ସଂକ୍ରମିତ ହେଲେ କଙ୍ଗନା ରାନାୱତ
DA ର ୩ଟି ବକେୟା କିସ୍ତିର ଅପେକ୍ଷା
୯ ମାର୍ଚ୍ଚ ୨୦୨୦ରେ ରାଜ୍ୟ ଅର୍ଥମନ୍ତ୍ରୀ ଅନୁରାଗ ଠାକୁର ( Minister of State (MoS) Finance Anurag Thakur) ରାଜ୍ୟସଭାରେ ଲିଖିତ ଉତ୍ତର କହିଛନ୍ତି ଯେ ବିଚାରାଧୀନ ତିନୋଟି ଡିଏ କିସ୍ତି ୧ ଜୁଲାଇ ୨୦୨୧ର ନୂଆ ଦରରେ ମିଳିବାକୁ ଯାଉଥିବା ଡିଏରେ ସାମିଲ ହେବ । DA ର ଏହି ତିନୋଟି ବିଚାରାଧୀନ କିସ୍ତି କେନ୍ଦ୍ର କର୍ମଚାରୀଙ୍କ ପାଇଁ ଏକ ଚିନ୍ତାର ବିଷୟ ପାଲଟିଛି । ଜୁଲାଇ ୧ରୁ ଡିଏ ପୁନଃ ଆରମ୍ଭ ହେବା ସହିତ କେନ୍ଦ୍ର କର୍ମଚାରୀଙ୍କ ବେତନରେ ଏକ ବଡ ବୃଦ୍ଧି ଦେଖିବାକୁ ମିଳିବ, କାରଣ ସେମାନଙ୍କ ମହଙ୍ଗା ଭତ୍ତା ବର୍ତ୍ତମାନର ୧୭ ପ୍ରତିଶତରୁ ୨୮ ପ୍ରତିଶତକୁ ବୃଦ୍ଧି ପାଇପାରେ ବୋଲି ଆଶା କରାଯାଉଛି । ଯଦିଓ, ଏହି କିସ୍ତିଗୁଡ଼ିକ ଉପରେ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ, ତେବେ ସେମାନଙ୍କର ସପ୍ତମ ପେ କମିଶନ (7th Pay Commission) ର ବକେୟା ଉପରେ ଏକ ବଡ ପ୍ରଭାବ ପଡ଼ିବ ।
ଅଧିକ ପଢ଼ନ୍ତୁ:-ଦିନକରେ ରେକର୍ଡ ୪୧୮୭ ମୃତ୍ୟୁ, ୪ ଲକ୍ଷରୁ ଉର୍ଦ୍ଧ୍ୱ ନୂଆ ସଂକ୍ରମିତ ଚିହ୍ନଟ
ଆପଣଙ୍କୁ କହି ରଖୁଛୁ ଯେ କୋରୋନା ମହାମାରୀକୁ ଦୃଷ୍ଟିରେ ରଖି କେନ୍ଦ୍ର କର୍ମଚାରୀ ଓ ପେନସନଭୋଗୀଙ୍କ ଜାନୁଆରୀ ୨୦୨୦, ଜୁଲାଇ ୨୦୨୦ ଏବଂ ଜାନୁୟାରୀ ୨୦୨୧ର DA ଓ DR ଉପରେ ରୋକ ଲଗାଇଦେଇଥିଲେ । ବର୍ତ୍ତମାନ ସରକାର ସ୍ପଷ୍ଟ କରିଛନ୍ତି ଯେ ଚଳିତ ବର୍ଷ ଜୁଲାଇ ୧ରେ ପୁଣି ମହଙ୍ଗା ଭତ୍ତା ମିଳିବା ଆରମ୍ଭ ହୋଇଯିବ । ଯାହାକି ଲକ୍ଷ ୫୦ କେନ୍ଦ୍ର କର୍ମଚାରୀ ଓ ଲକ୍ଷ ୬୫ ଲକ୍ଷ ପେନସନଭୋଗୀଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତିକର ଖବର । ମିଡିଆ ରିପୋର୍ଟରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ କର୍ମଚାରୀମାନେ ୧୭ ପ୍ରତିଶତ ହାରରେ DA, DR ପାଉଛନ୍ତି । ଯାହା ୨୮ ପ୍ରତିଶତକୁ ବୃଦ୍ଧି ପାଇପାରେ ।
ଅଧିକ ପଢ଼ନ୍ତୁ:-ଲୁଣ ଖାଇବାକୁ ନେଇ ଗାଇଡଲାଇନ ଜାରି କଲା WHO, ଆପଣ ଯଦି ଦିନରେ ୫ ଗ୍ରାମରୁ ଅଧିକ ଖାଉଛନ୍ତି ତେବେ ଶରୀରର ଏହି ଅଙ୍ଗ ହୋଇଯିବ ନଷ୍ଟ
ସୂଚନାଯୋଗ୍ୟ, ମହଙ୍ଗା ଭତ୍ତା ବର୍ଷକୁ ଦୁଇଥର ବୃଦ୍ଧି କରାଯାଇଥାଏ, କିନ୍ତୁ କୋରୋନା ସଙ୍କଟ (Coronavirus Crisis) ଓ ଲକଡାଉନ୍ (Lockdown) ହୋଇଥିବାରୁ ସରକାରୀ କୋଷ ଉପରେ ପ୍ରତିକୂଳ ପ୍ରଭାବ ପଡ଼ିଛି । ଯାହାକୁ ଦୃଷ୍ଟିରେ ରଖି ଏହା ଉପରେ ଦେଢ଼ ବର୍ଷ ଯାଏ ରୋକ ଲଗାଯାଇଛି ।