ନୂଆଦିଲ୍ଲୀ: କେନ୍ଦ୍ର ପରେ ବର୍ତ୍ତମାନ ରାଜ୍ୟ ସରକାରୀ କର୍ମଚାରୀମାନଙ୍କୁ ମଧ୍ୟ ଖୁସି ଖବର ମିଳିବାରେ ଲାଗିଛି । କାରଣ ରାଜ୍ୟ ସରକାର ସେମାନଙ୍କ ମହଙ୍ଗା ଭତ୍ତା (Dearness Allowance) ବୃଦ୍ଧି କରିବାର ନିଷ୍ପତ୍ତି ନେଇଛନ୍ତି । ଏଥିମଧ୍ୟରେ ବିହାର ସରକାର (Bihar Govt) ଚଳିତ ବର୍ଷ ଦଶହରା (Dusshehra 2021) ରେ ସରକାରୀ କର୍ମଚାରୀଙ୍କୁ ଏକ ବଡ ଉପହାର ଦେବାକୁ ଯାଉଛନ୍ତି । ଅକ୍ଟୋବରରେ ଦୁଇ ମାସର ବକେୟା ସହିତ ରାଜ୍ୟ ସରକାର କର୍ମଚାରୀମାନଙ୍କୁ ବର୍ଦ୍ଧିତ ମହଙ୍ଗା ଭତ୍ତା (DA) ପ୍ରଦାନ କରିବେ । ନିକଟରେ ବିହାର କ୍ୟାବିନେଟ ଏହି ନିଷ୍ପତ୍ତିକୁ ଅନୁମୋଦନ କରିଛି । ଏହା ସହିତ ମଧ୍ୟପ୍ରଦେଶରେ ମହଙ୍ଗା ଭତ୍ତା (DA) ବୃଦ୍ଧି ଘୋଷଣା ଖୁବ ଶୀଘ୍ର କରାଯାଇପାରେ । ଅକ୍ଟୋବରରେ ୭ ଲକ୍ଷ କର୍ମଚାରୀ (Govt Emloyess) ଙ୍କୁ ମହଙ୍ଗା ଭତ୍ତା (DA) ଓ ପେନସନଭୋଗୀ (Pensioners) ଙ୍କୁ ମହଙ୍ଗା ରିଲିଫ (DR) ପ୍ରଦାନ କରିବାକୁ ମଧ୍ୟ ପ୍ରଦେଶ ସରକାର (Madhya Pradesh Govt) ନିର୍ଦ୍ଦେଶ ଜାରି କରିବ ।


COMMERCIAL BREAK
SCROLL TO CONTINUE READING

ଅନ୍ୟପକ୍ଷରେ ଉତ୍ତରପ୍ରଦେଶ (Uttar Pradesh) ରେ ମହଙ୍ଗା ଭତ୍ତା (DA) ୧୧ ପ୍ରତିଶତ ବୃଦ୍ଧି ଘୋଷଣା କରାଯାଇଛି । ଶୁକ୍ରବାର ସନ୍ଧ୍ୟାରେ କ୍ୟାବିନେଟ ଏହାର ବିଜ୍ଞପ୍ତି ଜାରି କରିଛି । ଏହା ସହିତ ଅକ୍ଟୋବରରେ ସରକାରୀ କର୍ମଚାରୀଙ୍କ ଦରମା ବୃଦ୍ଧି ପାଇବ । ସରକାରୀ ମୁଖପାତ୍ରଙ୍କ ଅନୁଯାୟୀ, ଅକ୍ଟୋବରରୁ ଉତ୍ତରପ୍ରଦେଶର କର୍ମଚାରୀମାନେ କେନ୍ଦ୍ର ସହିତ ସମାନ DA ପାଇବେ । ଏଥିପାଇଁ ରାଜ୍ୟକୁ ମାସକୁ ୧୫୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ହେବ । ଏହି ରାଜ୍ୟଗୁଡିକରେ DA ବୃଦ୍ଧି ଦ୍ୱାରା ୧୫ ଲକ୍ଷରୁ ଅଧିକ କର୍ମଚାରୀ ଓ ପେନସନଭୋଗୀ ଉପକୃତ ହେବେ ।


କେତେ ମିଳିବ ଲାଭ


ମହଙ୍ଗା ଭତ୍ତା (DA) ହିସାବ କରୁଥିବା ଏଜି ଅଫିସ୍ ବ୍ରଦରହୁଡର ପୂର୍ବତନ ସଭାପତି ହରିଶଙ୍କର ତିୱାରୀ ସପ୍ତମ ପେ ମ୍ୟାଟ୍ରିକ୍ସ ସ୍ତର ୧ (7th Pay Matrix Level 1) କର୍ମଚାରୀଙ୍କ ବେତନ ହିସାବ କରିଛନ୍ତି, ଯାହା ନିମ୍ନଲିଖିତ ଅଟେ:


ମୌଳିକ ଦରମା: ମାସକୁ ସର୍ବନିମ୍ନ ୧୮,୦୦୦ ଟଙ୍କା


ମହଙ୍ଗା ଭତ୍ତା (୧୭ ପ୍ରତିଶତ) ଯାହା ପୂର୍ବରୁ ମିଳୁଥିଲା = ମାସକୁ ୩୦୬୦ ଟଙ୍କା 


ମହଙ୍ଗା ଭତ୍ତାରେ ବୃଦ୍ଧି (୧୧ ପ୍ରତିଶତ) କେତେ ହେଲା= ମାସରେ ୧୮୯୦ ଟଙ୍କା 


ସମୁଦାୟ DA (୨୮ ପ୍ରତିଶତ) ବର୍ତ୍ତମାନ ମିଳିବ= ମାସକୁ ୫୦୪୦ ଟଙ୍କା


ଘର ଭଡା ଭତ୍ତା (HRA) = ମାସକୁ ୫୪୦୦ ଟଙ୍କା


ପରିବହନ ଭତ୍ତା (TA) (ଯଦି ଆପଣ ଦିଲ୍ଲୀ ପରି ମେଟ୍ରୋରେ ରୁହନ୍ତି) = ମାସକୁ ୧୭୨୮ ଟଙ୍କା 


ମୋଟ ଦରମା: ମାସକୁ ପ୍ରାୟ ୩୦,୧୬୮ ଟଙ୍କା (Excluding other Perks)


କେତେ ବୃଦ୍ଧି ପାଇଲା TA ଓ HRA  


ହରିଶଙ୍କର ତିୱାରୀଙ୍କ ଅନୁଯାୟୀ, ମହଙ୍ଗା ଭତ୍ତା ବୃଦ୍ଧି ହେତୁ HRA ଓ TA ରେ ପ୍ରବଳ ବୃଦ୍ଧି ଘଟିଛି । X ବର୍ଗର ସହରରେ ରହୁଥିବା ସ୍ତର ୧ କର୍ମଚାରୀଙ୍କ HRA ରେ ମାସକୁ ପ୍ରାୟ ୫୪୦ ଟଙ୍କାର ଲାଭ ହୋଇଥାଏ । ତଥାପି, ଏହି ସହରଗୁଡ଼ିକରେ ସର୍ବନିମ୍ନ HRA ସ୍ଥିର ହୋଇଛି । ଏଥି ସହିତ Transport Allowance (TPTA Cities) ମାସକୁ ପ୍ରାୟ ୨୩୦ ଟଙ୍କା ବୃଦ୍ଧି ପାଇଛି ।


ଅଧିକ ପଢ଼ନ୍ତୁ:-ଅକ୍ଟୋବରରେ ୨୧ ଦିନ ବନ୍ଦ ରହିବ ବ୍ୟାଙ୍କ, RBI ଜାରି କଲା ଗାଇଡଲାଇନ୍, ଇଣ୍ଟରନେଟ ଓ ମୋବାଇଲରୁ ହିଁ ହୋଇପାରିବ ନେଣଦେଣ


ଅଧିକ ପଢ଼ନ୍ତୁ:-ରାସନ କାର୍ଡରେ ଏହିପରି ଯୋଡ଼ନ୍ତୁ ନିଜ ପରିବାରର ନୂଆ ସଦସ୍ୟଙ୍କ ନାମ, ଜାଣନ୍ତୁ ଅନଲାଇନ୍ ଓ ଅଫଲାଇନ୍ ପ୍ରକ୍ରିୟା


ଅଧିକ ପଢ଼ନ୍ତୁ:-ଖୁବ୍ ଶୀଘ୍ର ପୃଥିବୀ ମାନଚିତ୍ରରୁ ଗାଏବ ହୋଇଯିବ ଏସବୁ ସ୍ଥାନ!