7th Pay Commission: ଜୁଲାଇରୁ ବୃଦ୍ଧି ପାଇବ DA! ପିଏମ ମୋଦି ଦେଇପାରନ୍ତି ମଞ୍ଜୁରୀ
ଜାନୁଆରୀ ୨୦୨୦ ପାଇଁ କେନ୍ଦ୍ର ପ୍ରିୟତା ଭତ୍ତା (DA) କୁ ୪ ପ୍ରତିଶତ ବୃଦ୍ଧି କରିଛି । ସେହି ବର୍ଷ ଆହୁରି ୩ ପ୍ରତିଶତ ବୃଦ୍ଧି ଘଟିଥିଲା । ଏହାପରେ ଜାନୁଆରୀ ୨୦୨୧ ରେ, DA କୁ ୪ ପ୍ରତିଶତ ବୃଦ୍ଧି କରାଯାଇଥିଲା । ବର୍ତ୍ତମାନ ଲକ୍ଷ ଲକ୍ଷ କେନ୍ଦ୍ର କର୍ମଚାରୀ ଜୁଲାଇରୁ DA ବୃଦ୍ଧିର ଲାଭ ପାଇପାରିବେ ।
ନୂଆଦିଲ୍ଲୀ: କେନ୍ଦ୍ର ଲକ୍ଷ ଲକ୍ଷ ସରକାରୀ କର୍ମଚାରୀଙ୍କୁ (Government Employees) ଜୁଲାଇ ୨୦୨୧ ରେ ଏକ ବଡ଼ ଖବର ଦେଇପାରେ । ବାସ୍ତବରେ ଜୁଲାଇ ମାସରେ ପ୍ରିୟତା ଭତ୍ତାକୁ (Dearness Allowance Hike) ୩ ପ୍ରତିଶତ ବୃଦ୍ଧି କରାଯାଇପାରେ । ଅର୍ଥାତ କର୍ମଚାରୀମାନେ ଜୁଲାଇ ମାସ ପାଇଁ ଡିଏ ବୃଦ୍ଧି ସହିତ ଦରମା ପାଇବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Narendra Modi) ଶୀଘ୍ର ବର୍ଦ୍ଧିତ ଡିଏକୁ ଅନୁମୋଦନ କରିପାରନ୍ତି ବୋଲି ବିଶ୍ୱାସ କରାଯାଉଛି । ଜାନୁୟାରୀ ୨୦୨୧ ରୁ ମେ ୨୦୨୧ ର ଅଲ ଇଣ୍ଡିଆ କଞ୍ଜୁମର ପ୍ରାଇସ ଇଣ୍ଡେକ୍ସ (AICPI) ଆସିବାକୁ ଯାଉଛି । ଆଶା କରାଯାଏ ଯେ ଏହି ଡାଟାକୁ ଧ୍ୟାନରେ ରଖି କେନ୍ଦ୍ର ଜୁଲାଇ ୨୦୨୧ ର ଦରମା ସମେତ DA କୁ ୩ ପ୍ରତିଶତ ବୃଦ୍ଧି କରିବେ ।
ସେପ୍ଟେମ୍ବରରେ ମିଳିବ ୩୧ ପ୍ରତିଶତ DA
ଜାନୁଆରୀ ୨୦୨୦ ରେ କେନ୍ଦ୍ର ସରକାର ପ୍ରିୟ ଭତ୍ତାକୁ (DA) ୪ ପ୍ରତିଶତ ବୃଦ୍ଧି କରିଥିଲେ । ତେବେ ସେହି ବର୍ଷ ଆହୁରି ୩ ପ୍ରତିଶତ ବୃଦ୍ଧି ଘଟିଥିଲା । ଏହା ପରେ ଜାନୁଆରୀ ୨୦୨୧ ରେ ଡିଏ ୪% ବୃଦ୍ଧି କରାଯାଇଥିଲା । ତେବେ କର୍ମଚାରୀମାନେ ୧୭ ପ୍ରତିଶତ ପୁରୁଣା ହାରରେ ଡିଏ ପାଉଥିଲେ । କୋରୋନା ସଙ୍କଟ ଯୋଗୁଁ ବର୍ଦ୍ଧିତ DA କୁ ବନ୍ଦ କରାଯାଇଥିଲା । ବିଶ୍ୱାସ ରହିଛି ଯେ ସରକାର ଜୁଲାଇ ୨୦୨୧ ପାଇଁ ଜୁଲାଇରେ DA ଘୋଷଣା କରିପାରନ୍ତି । ବର୍ତ୍ତମାନ ଅଲ ଇଣ୍ଡିଆ କଞ୍ଜୁମର ପ୍ରାଇସ ଇଣ୍ଡେକ୍ସ (AICPI) ଡାଟା ପରେ କେନ୍ଦ୍ର DA କୁ ୩ ପ୍ରତିଶତ ବୃଦ୍ଧି କରିପାରନ୍ତି । କେନ୍ଦ୍ରୀୟ କର୍ମଚାରୀମାନଙ୍କୁ ସେପ୍ଟେମ୍ବର ୨୦୨୧ ର ବେତନରେ ୩୧ ପ୍ରତିଶତ DA ମିଳିପାରେ ।
ଅଧିକ ପଢ଼ନ୍ତୁ: ସଂସଦର ମୌସୁମୀ ଅଧିବେଶନରେ ଆଗତ ହେବ ଜନସଂଖ୍ୟା ନିୟନ୍ତ୍ରଣ ବିଲ୍, BJP ବନାଇଛି ଖାସ ରଣନୀତି
DA ଓ DR ଉପରେ ପ୍ରତିବନ୍ଧକ ଲଗାଇଥିଲା କେନ୍ଦ୍ର
ନ୍ୟାସନାଲ କାଉନସିଲ୍ ଅଫ୍ ଜଏଣ୍ଟ କନ୍ସେଲ୍ଟଟିଭ ମେସିନ (JCM) ହେଉଛି କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଏକ ସଂଗଠନ । କେନ୍ଦ୍ରୀୟ କର୍ମଚାରୀମାନେ ଏପର୍ଯ୍ୟନ୍ତ DA ର ତିନୋଟି କିସ୍ତି ପାଇ ନାହାଁନ୍ତି । କୋରୋନା ସଙ୍କଟ କାରଣରୁ ସରକାର ଡିଏକୁ ଫ୍ରିଜ୍ କରିଦେଇଥିଲେ । ଏଥିସହ ପୂର୍ବତନ କର୍ମଚାରୀଙ୍କୁ ପ୍ରିୟତା ରିଲିଫ୍ (DR) ର କିସ୍ତି ପ୍ରଦାନ କରାଯାଇ ନାହିଁ । ୧ ଜାନୁଆରୀ ୨୦୨୦, ୧ ଜୁଲାଇ ୨୦୨୦ ଓ ୧ ଜାନୁଆରୀ ୨୦୨୧ ର କର୍ମଚାରୀ ଓ ପେନସନଭୋଗୀଙ୍କର DA ଓ DR ବିଚାରାଧୀନ ଅବସ୍ଥାରେ ଅଛି । କେନ୍ଦ୍ରୀୟ କର୍ମଚାରୀ ଓ ପେନସନଭୋଗୀଙ୍କର ୧ ଜାନୁୟାରୀ ୨୦୨୦, ୧ ଜୁଲାଇ ୨୦୨୦ ଓ ୧ ଜାନୁଆରୀ ୨୦୨୧ ରେ ଡିଏ ବନ୍ଦ କରାଯାଇଥିଲା । କେନ୍ଦ୍ରୀୟ କର୍ମଚାରୀମାନେ ବର୍ତ୍ତମାନ ୧୭ ପ୍ରତିଶତ DA ପାଉଛନ୍ତି । ଅର୍ଥ ମନ୍ତ୍ରଣାଳୟ ଜୁନ୍ ୨୦୨୧ ପର୍ଯ୍ୟନ୍ତ ୫୦ ଲକ୍ଷରୁ ଅଧିକ କେନ୍ଦ୍ରୀୟ କର୍ମଚାରୀ ଓ ୬୧ ଲକ୍ଷ ପେନସନଭୋଗୀଙ୍କ ପାଇଁ ପ୍ରିୟତା ଭତ୍ତା (DA) ବୃଦ୍ଧିକୁ ବନ୍ଦ କରିବାକୁ ରାଜି ହୋଇଥିଲା ।