ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ଜୁଲାଇ ୧ରେ ପୁଣି ବଢ଼ିବ ଏତେ ଦରମା!
7th Pay Commission, Central Government Employees, DA Hike: କେନ୍ଦ୍ର କର୍ମଚାରୀଙ୍କ ସପ୍ତମ ବେତନ ଆୟୋଗ (7th Pay Commission) ଅନ୍ତର୍ଗତ ବର୍ଷକୁ ଦୁଇଥର ମହଙ୍ଗା ଭତ୍ତା (DA) ବୃଦ୍ଧି କରାଯାଏ । ପ୍ରଥମ ଥର ଜାନୁଆରୀରେ ଓ ଦ୍ୱିତୀୟ ଥର ଜୁଲାଇରେ ମହଙ୍ଗା ଭତ୍ତା ବୃଦ୍ଧି ହୁଏ । ଚଳିତ ବର୍ଷ ଜାନୁଆରୀ ପାଇଁ ମାର୍ଚ୍ଚରେ ମହଙ୍ଗା ଭତ୍ତାକୁ ୩ ପ୍ରତିଶତ ବୃଦ୍ଧି କରିବାକୁ ଘୋଷଣା କରାଯାଇଛି । ଏହାସହ ତିନି ମାସର ବକେୟା ଅର୍ଥ ପ୍ରଦାନ କରିବାକୁ ସରକାର ଘୋଷଣା କରିଛନ୍ତି । ସେପଟେ ପରବର୍ତ୍ତୀ ମହଙ୍ଗା ଭତ୍ତା (DA) ଜୁଲାଇରେ ସଂଶୋଧିତ ହେବ ।
ନୂଆଦିଲ୍ଲୀ: 7th Pay Commission, Central Government Employees, DA Hike: କେନ୍ଦ୍ରର ପ୍ରାୟ ୫୦ ଲକ୍ଷ ସରକାରୀ କର୍ମଚାରୀ (Central Government Employees) ଓ ୬୫ ଲକ୍ଷ ପେନସନଭୋଗୀ (Central Government Pensioners) ଙ୍କ ପାଇଁ ଏକ ବଡ଼ ଖୁସି ଖବର ଅଛି । ଦେଶରେ ବୃଦ୍ଧି ପାଉଥିବା ମୁଦ୍ରାସ୍ଫୀତିରୁ ସେମାନଙ୍କୁ ରିହାତି ମିଳିବ ବୋଲି ଆଶା କରାଯାଉଛି । ସରକାର ଜୁଲାଇ ୧ରୁ ମହଙ୍ଗା ଭତ୍ତା (Dearness Allowance) ବୃଦ୍ଧି କରିପାରନ୍ତି ବୋଲି ଆଶା କରାଯାଉଛି ।
ଜାନୁଆରୀ ଓ ଫେବୃଆରୀର AICP Index ହ୍ରାସ ପରେ ମାର୍ଚ୍ଚରେ ଏଥିରେ ଏକ ବଡ଼ ବୃଦ୍ଧି ଆସିଛି । ଏହି ତଥ୍ୟ ଜାରି ହେବା ପରେ ମହଙ୍ଗା ଭତ୍ତା ବୃଦ୍ଧିର ଆଶା ବଢ଼ିଛି । ଚଳିତ ବର୍ଷ ଜାନୁୟାରୀରେ AICPI ସୂଚକାଙ୍କ ସଂଖ୍ୟା ୧୨୫.୧ରେ ଥିଲା । ଫେବୃଆରୀରେ ଏହା ଆହୁରି ହ୍ରାସ ପାଇଥିଲା ଓ ଏହା ୧୨୫କୁ ଖସି ଆସିଥିଲା । ଏହାକୁ ଆଧାର କରି ମାର୍ଚ୍ଚରେ ମଧ୍ୟ ଏହା ହ୍ରାସ ପାଇବ ବୋଲି ଆଶା କରାଯାଉଥିଲା, କିନ୍ତୁ ଏଥିରେ ଗୋଟିଏ ପଏଣ୍ଟ ବୃଦ୍ଧି ହୋଇ ଏହା ୧୨୬କୁ ପହଞ୍ଚିଛି । ସେପଟେ ଏପ୍ରିଲ୍, ମେ ଏବଂ ଜୁନର AICPI ନମ୍ୱର ଏପର୍ଯ୍ୟନ୍ତ ଆସି ନାହିଁ । ଯଦି ଏହା ମାର୍ଚ୍ଚ ସ୍ତରରୁ ଅଧିକ ରହିଥାଏ, ତେବେ ସରକାର ମହଙ୍ଗା ଭତ୍ତା (DA Hike) ବୃଦ୍ଧି କରିପାରନ୍ତି । ସରକାର ଏଥର ମହଙ୍ଗା ଭତ୍ତାରେ ୪ ପ୍ରତିଶତ ବୃଦ୍ଧି କରିପାରନ୍ତି । ଯଦି ଏପରି ହୁଏ ତେବେ ମହଙ୍ଗା ଭତ୍ତା ୩୪ ପ୍ରତିଶତରୁ ବଢ଼ି ୩୮ ପ୍ରତିଶତକୁ ପହଞ୍ଚିବ ।
ବର୍ତ୍ତମାନ ସମୟରେ ଦେଶରେ ମୁଦ୍ରାସ୍ଫୀତି ଯୋଗୁଁ ଖରାପ ଅବସ୍ଥାରେ ଅଛି । ଏପ୍ରିଲରେ ଖୁଚୁରା ମୁଦ୍ରାସ୍ଫୀତି ଦର ୭.୭୯ ପ୍ରତିଶତର ରେକର୍ଡରେ ପହଞ୍ଚିଛି । ଅନ୍ୟପଟେ ଖାଦ୍ୟ ମୁଦ୍ରାସ୍ଫୀତି ଦର ୮.୩୮ ପ୍ରତିଶତ ରହିଛି । ମୁଦ୍ରାସ୍ଫୀତିର ଏହି ହାର ଗତ ୮ ବର୍ଷର ଉଚ୍ଚ ସ୍ତରରେ ଅଛି । କେନ୍ଦ୍ର ସରକାରୀ କର୍ମଚାରୀମାନେ ଜୁନ୍ ୨୦୧୭ରୁ ସପ୍ତମ ବେତନ ଆୟୋଗର ଲାଭ ପାଉଛନ୍ତି । ଏଭଳି ପରିସ୍ଥିତିରେ ଯଦି ମହଙ୍ଗା ଭତ୍ତା ୩୮ ପ୍ରତିଶତକୁ ବୃଦ୍ଧି ହୁଏ, ତେବେ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଦରମା ବଢ଼ିବା ନିଶ୍ଚିତ ।
ଏହା ବି ପଢ଼ନ୍ତୁ:-ରାଜ୍ୟସଭା ନିର୍ବାଚନ: କଂଗ୍ରେସର ଗଣିତକୁ ବିଗାଡ଼ିବା ପାଇଁ ବିଜେପି କରୁଛି ପ୍ଲାନ, ଚର୍ଚ୍ଚାରେ କୁମାର ବିଶ୍ୱାସଙ୍କ ନାମ
ଏହା ବି ପଢ଼ନ୍ତୁ:-ସୁପ୍ରିମକୋର୍ଟ ଓ ହାଇକୋର୍ଟରେ ଗୋଟିଏ ମାମଲା ଲଢ଼ିବା ପାଇଁ କେତେ ଫି ନିଅନ୍ତି କପିଲ ସିବଲ? ଜାଣନ୍ତୁ ଏଠାରେ...
ଏହା ବି ପଢ଼ନ୍ତୁ:-ହାସ୍ୟ ଅଭିନେତା ଯୋଗେଶ ଜୋଜୋଙ୍କୁ ମାଡ଼ ଓ ହତ୍ୟା ଧମକ, ରୁଜୁ ହେଲା ମାମଲା
ଏକ ଆକଳନ ଅନୁଯାୟୀ, ଯଦି ଜଣେ କର୍ମଚାରୀଙ୍କ ବେସିକ ଦରମା ୧୮,୦୦୦ ଟଙ୍କା, ତେବେ ୩୪ ପ୍ରତିଶତ ହାରରେ ତାଙ୍କର ମହଙ୍ଗା ଭତ୍ତା ୬,୧୨୦ ଟଙ୍କା ହୋଇଥାଏ । ବର୍ତ୍ତମାନ ଯଦି ଏହା ୩୮ ପ୍ରତିଶତ ହେବ, ତେବେ କର୍ମଚାରୀ ୬,୮୪୦ ଟଙ୍କା ଡିଏ ପାଇବେ ।
କେନ୍ଦ୍ର କର୍ମଚାରୀଙ୍କ ସପ୍ତମ ବେତନ ଆୟୋଗ (7th Pay Commission) ଅନ୍ତର୍ଗତ ବର୍ଷକୁ ଦୁଇଥର ମହଙ୍ଗା ଭତ୍ତା (DA) ବୃଦ୍ଧି କରାଯାଏ । ପ୍ରଥମ ଥର ଜାନୁଆରୀରେ ଓ ଦ୍ୱିତୀୟ ଥର ଜୁଲାଇରେ ମହଙ୍ଗା ଭତ୍ତା ବୃଦ୍ଧି ହୁଏ । ଚଳିତ ବର୍ଷ ଜାନୁଆରୀ ପାଇଁ ମାର୍ଚ୍ଚରେ ମହଙ୍ଗା ଭତ୍ତାକୁ ୩ ପ୍ରତିଶତ ବୃଦ୍ଧି କରିବାକୁ ଘୋଷଣା କରାଯାଇଛି । ଏହାସହ ତିନି ମାସର ବକେୟା ଅର୍ଥ ପ୍ରଦାନ କରିବାକୁ ସରକାର ଘୋଷଣା କରିଛନ୍ତି । ସେପଟେ ପରବର୍ତ୍ତୀ ମହଙ୍ଗା ଭତ୍ତା (DA) ଜୁଲାଇରେ ସଂଶୋଧିତ ହେବ । ଏହାର ଆଧାର ଜାନୁଆରୀରୁ ଜୁନ୍ ପର୍ଯ୍ୟନ୍ତ ଅଲ ଇଣ୍ଡିଆ ଗ୍ରାହକ ମୂଲ୍ୟ ସୂଚକାଙ୍କ ହେବ । ଜାନୁଆରୀ, ଫେବୃଆରୀରେ ଏଥିରେ ହ୍ରାସ ଘଟିଥିଲା କିନ୍ତୁ ମାର୍ଚ୍ଚରେ ବୃଦ୍ଧି ଦେଖାଦେଇଛି ।