ସୁପ୍ରିମକୋର୍ଟ ଓ ହାଇକୋର୍ଟରେ ଗୋଟିଏ ମାମଲା ଲଢ଼ିବା ପାଇଁ କେତେ ଫି ନିଅନ୍ତି କପିଲ ସିବଲ? ଜାଣନ୍ତୁ ଏଠାରେ...
Advertisement

ସୁପ୍ରିମକୋର୍ଟ ଓ ହାଇକୋର୍ଟରେ ଗୋଟିଏ ମାମଲା ଲଢ଼ିବା ପାଇଁ କେତେ ଫି ନିଅନ୍ତି କପିଲ ସିବଲ? ଜାଣନ୍ତୁ ଏଠାରେ...

Kapil Sibal Fees: ଏଠାରେ କହି ରଖୁଛୁ ଯେ, କପିଲ ସିବଲ (Kapil Sibal) ଙ୍କୁ ଓକିଲାତି ପରିବାରରୁ ହିଁ ମିଳିଛି । ତାଙ୍କ ବାପା ମଧ୍ୟ ଦେଶର ଜଣେ ଜଣାଶୁଣା ଓକିଲ ଥିଲେ । ତାଙ୍କୁ ଅନ୍ତର୍ଜାତୀୟ ବାର୍ ଆସୋସିଏସନ୍ ଅଫ୍ ଲିଭିଙ୍ଗ୍ ଲିଜେଣ୍ଡ୍ ଅଫ୍ ଆଖ୍ୟା ମଧ୍ୟ ପ୍ରଦାନ କରାଯାଇଥିଲା । ନିଜ ବାପାଙ୍କଦାଙ୍କ ଅନୁସରଣ କରି କପିଲ ସିବଲ ମଧ୍ୟ ଦେଶର ଜଣେ ପ୍ରସିଦ୍ଧ ଓକିଲ ହୋଇପାରିଛନ୍ତି ।

ସୁପ୍ରିମକୋର୍ଟ ଓ ହାଇକୋର୍ଟରେ ଗୋଟିଏ ମାମଲା ଲଢ଼ିବା ପାଇଁ କେତେ ଫି ନିଅନ୍ତି କପିଲ ସିବଲ? ଜାଣନ୍ତୁ ଏଠାରେ...

ନୂଆଦିଲ୍ଲୀ: Kapil Sibal Fees: ସମାଜବାଦୀ ପାର୍ଟି (Samajwadi Party) ରୁ ରାଜ୍ୟସଭା ଯିବେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ କପିଲ ସିବଲ (Kapil Sibal) ।  ସେ ବିଗତ ଦିନରେ କଂଗ୍ରେସ (Congress) ରୁ ଇସ୍ତଫା ମଧ୍ୟ ଦେଇଥିଲେ । ଏହା ସହିତ ସମାଜବାଦୀ ପାର୍ଟି (SP) କୁ କପିଲ ସିବଲ ରୂପରେ ଜଣେ ପ୍ରସିଦ୍ଧ ଓକିଲ ମିଳିବା ସହ ରାଜ୍ୟସଭା ପାଇଁ ଦଳ ଏକ ଭଲ ନେତା ମଧ୍ୟ ପାଇବେ, ଯିଏ ନିଜ ମତକୁ ଖୋଲାଖୋଲି ଭାବେ ରଖନ୍ତି  । ଉଲ୍ଲେଖନୀୟ କଥା ହେଉଛି, କପିଲ ସିବଲ ମଧ୍ୟ ଏସପି ନେତା ଆଜାମ ଖାନଙ୍କ କେସ୍ ଲଢୁଛନ୍ତି । ଆସନ୍ତୁ ଜାଣିବା ସୁପ୍ରିମକୋର୍ଟର ଏହି ଜଣାଶୁଣା ଓକିଲ କପିଲ ସିବଲ ଗୋଟିଏ କେସ୍ ବା ମାମଲା ଲଢ଼ିବା ପାଇଁ କେତେ ଫି ନିଅନ୍ତି ।

୨୦୧୫ରେ ମିଣ୍ଟରେ ଦିଆଯାଇଥିବା ସୂଚନା ଅନୁଯାୟୀ, ପୂର୍ବତନ ଆଇନ ମନ୍ତ୍ରୀ କପିଲ ସିବଲ ଥରେ ସୁପ୍ରିମକୋର୍ଟ (Supreme Court) ରେ ହାଜର ହେବା ପାଇଁ ଅତି କମରେ ୮ ଲକ୍ଷରୁ ୧୫ ଲକ୍ଷ ଟଙ୍କା ଚାର୍ଜ କରୁଥିଲେ । ଯଦି ରିପୋର୍ଟଗୁଡିକ ବିଶ୍ୱାସ କରାଯାଏ, ତେବେ ସୁପ୍ରିମକୋର୍ଟରେ କେସ୍ ଲଢ଼ିବା ପାଇଁ ସିବଲ୍ ୨୦-୨୫ ଲକ୍ଷ ପର୍ଯ୍ୟନ୍ତ ଚାର୍ଜ କରନ୍ତି । ଏଥିସହିତ ହାଇକୋର୍ଟ (High Court) ରେ କେସ୍ ଲଢ଼ିବା ପାଇଁ ୯ରୁ ୧୬ ଲକ୍ଷ ଟଙ୍କା ଆଦାୟ କରୁଛନ୍ତି ।

ଏଠାରେ କହି ରଖୁଛୁ ଯେ, କପିଲ ସିବଲ (Kapil Sibal) ଙ୍କୁ ଓକିଲାତି ପରିବାରରୁ ହିଁ ମିଳିଛି । ତାଙ୍କ ବାପା ମଧ୍ୟ ଦେଶର ଜଣେ ଜଣାଶୁଣା ଓକିଲ ଥିଲେ । ତାଙ୍କୁ ଅନ୍ତର୍ଜାତୀୟ ବାର୍ ଆସୋସିଏସନ୍ ଅଫ୍ ଲିଭିଙ୍ଗ୍ ଲିଜେଣ୍ଡ୍ ଅଫ୍ ଆଖ୍ୟା ମଧ୍ୟ ପ୍ରଦାନ କରାଯାଇଥିଲା । ନିଜ ବାପାଙ୍କ ପଦାଙ୍କ ଅନୁସରଣ କରି କପିଲ ସିବଲ ମଧ୍ୟ ଦେଶର ଜଣେ ପ୍ରସିଦ୍ଧ ଓକିଲ ହୋଇପାରିଛନ୍ତି ।

ଏହା ବି ପଢ଼ନ୍ତୁ:-ପୁରୁଷଙ୍କ ପାଇଁ ଖଜୁରୀ ସେବନ କୌଣସି ବରଦାନ ଠାରୁ କମ୍ ନୁହେଁ; ପ୍ରତିଦିନ କରନ୍ତୁ ସେବନ, ମିଳିବ ଆଶ୍ଚର୍ଯ୍ୟଜନକ ଲାଭ

ଏହା ବି ପଢ଼ନ୍ତୁ:-ହାସ୍ୟ ଅଭିନେତା ଯୋଗେଶ ଜୋଜୋଙ୍କୁ ମାଡ଼ ଓ ହତ୍ୟା ଧମକ, ରୁଜୁ ହେଲା ମାମଲା

ଏହା ବି ପଢ଼ନ୍ତୁ:-ବିୟର ପିଉଥିବା ଲୋକମାନେ ସାବଧାନ! ସ୍ୱାସ୍ଥ୍ୟକୁ ପହଞ୍ଚାଇଥାଏ ଏହି ୮ଟି କ୍ଷତି

କପିଲ ସିବଲ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କ କ୍ୟାରିଅରରେ ଅନେକ ବଡ଼ ବଡ଼ ମାମଲା ଲଢ଼ିଛନ୍ତି । ବର୍ତ୍ତମାନ ସେ ଏସପି ନେତା ଆଜମ ଖାନ (SP Leader Azam Khan) ଙ୍କ କେସ୍ ଲଢ଼ୁଛନ୍ତି । କପିଲ ସିବଲଙ୍କ ଲବିର ଏହା ହେଉଛି ଫଳାଫଳ ଯେ ନିକଟ ଅତୀତରେ ଆଜମ ଖାନଙ୍କୁ ସୁପ୍ରିମକୋର୍ଟରୁ ଜାମିନ ମିଳିଥିଲା ଓ ତାଙ୍କୁ ମୁକ୍ତ କରାଯାଇଥିଲା । ଏହା ବ୍ୟତୀତ ଏନସିପି ନେତା ନବାବ ମଲିକ (NCP Leader Nawab Malik) ଙ୍କ ଓକିଲ ମଧ୍ୟ କପିଲ ସିବଲ, ସେ ସୁପ୍ରିମକୋର୍ଟରେ ମଲିକଙ୍କ ଜାମିନ ମାମଲାରେ ଲଢ଼ିଥିଲେ । କେବଳ ଏତିକି ନୁହେଁ, ହାଇକୋର୍ଟରୁ ଚାରା ଦୁର୍ନୀତି ମାମଲାରେ ଆରଜେଡି ଚିଫ୍ ଲାଲୁ ଯାଦବ (RJD Chief Lalu Yadav) ଙ୍କୁ ମଧ୍ୟ ଜାମିନ ପ୍ରଦାନ କରାଇଥିଲେ । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ହେମନ୍ତ ସୋରେନ ମଧ୍ୟ ନିଜ ବିରୋଧରେ ମାମଲାରେ କପିଲ ସିବଲଙ୍କଠାରୁ ଆଇନଗତ ପରାମର୍ଶ ଲୋଡିଛନ୍ତି ।