ନୂଆଦିଲ୍ଲୀ: 7th Pay Commission: ଦୀପାବଳୀ ଅବସରରେ ରାଜ୍ୟ କର୍ମଚାରୀଙ୍କୁ ବିହାରର ନୀତିଶ ସରକାର ଏକ ବଡ଼ ଉପହାର ଦେଇଛନ୍ତି । ସରକାର କର୍ମଚାରୀଙ୍କ ମହଙ୍ଗା ଭତ୍ତା (Dearness Allowance) କୁ ୩ ପ୍ରତିଶତ ବୃଦ୍ଧି କରିଛନ୍ତି । ଯାହା ପରେ ବର୍ତ୍ତମାନ ଡିଏ ୩୧ ପ୍ରତିଶତକୁ ବୃଦ୍ଧି ପାଇଛି । ଏହା ପୂର୍ବରୁ ରାଜ୍ୟ କର୍ମଚାରୀଙ୍କୁ ୨୮ ପ୍ରତିଶତ ପର୍ଯ୍ୟନ୍ତ DA ଦିଆଯାଉଥିଲା । ବୁଧବାର କ୍ୟାବିନେଟ ବୈଠକରେ ବିହାର ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ପେନସନଭୋଗୀମାନେ ମଧ୍ୟ ନୀତିଶ ସରକାର (Nitish Government) ଙ୍କ ଏହି ନିଷ୍ପତ୍ତିର ଲାଭ ପାଇବେ ।


COMMERCIAL BREAK
SCROLL TO CONTINUE READING

ଦୀପାବଳୀ ଅବସରରେ ରାଜ୍ୟ ସରକାର (State Government)  କେନ୍ଦ୍ର ସରକାର (Central Governmnet) ଙ୍କ ପରି କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA) ବୃଦ୍ଧି କରିଛନ୍ତି । ବର୍ତ୍ତମାନ କର୍ମଚାରୀମାନଙ୍କୁ ୩୧ ପ୍ରତିଶତ ହାରରେ ମହଙ୍ଗା ଭତ୍ତା ପ୍ରଦାନ କରାଯିବ । ଏହି ନିଷ୍ପତ୍ତି ଯୋଗୁଁ ୩.୬୭ ଲକ୍ଷ କର୍ମଚାରୀ ଓ ୪ ଲକ୍ଷ ପେନସନଭୋଗୀ ଉପକୃତ ହେବେ । ନୀତିଶ ସରକାରଙ୍କ କ୍ୟାବିନେଟ ବୈଠକରେ ଅନେକ ପ୍ରସ୍ତାବ ଉପରେ ସହମତି ପ୍ରକାଶ ପାଇଥିଲା ।


ମହଙ୍ଗା ଭତ୍ତା (DA) ବୃଦ୍ଧି ବ୍ୟତୀତ ଧାନ କ୍ରୟ ପାଇଁ ପାଞ୍ଚ ହଜାର କୋଟି ଟଙ୍କା ଦେବାକୁ ସହମତି ହୋଇଛି । ଏଥି ସହିତ ଦରଭଙ୍ଗା AIIMS ପାଇଁ କେନ୍ଦ୍ର ସରକାରଙ୍କୁ ୨୦୦ ଏକର ଜମି ଦେବାକୁ ପ୍ରସ୍ତାବ ମଞ୍ଜୁର କରାଯାଇଛି । ସୂଚନା ଦେଇ କ୍ୟାବିନେଟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସଞ୍ଜୟ କୁମାର କହିଛନ୍ତି ଯେ କ୍ୟାବିନେଟରେ ୨୩ଟି ପ୍ରସ୍ତାବରେ ଉପରେ ମଞ୍ଜୁରୀ ପ୍ରଦାନ କରିଛି ।


ସୂଚନାଯୋଗ୍ୟ, ଜୁଲାଇରେ କେନ୍ଦ୍ର ସରକାର କେନ୍ଦ୍ରୀୟ କର୍ମଚାରୀଙ୍କ DA ବୃଦ୍ଧି କରିବାକୁ ଘୋଷଣା କରିଥିଲେ । କେନ୍ଦ୍ର କ୍ୟାବିନେଟର ଅନୁମୋଦନ ପରେ କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ ମହଙ୍ଗା ଭତ୍ତା (DA) ଓ ମହଙ୍ଗା ରିଲିଫ୍ (DR) ହାର ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଥିଲା । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ପରେ ବିହାର ସରକାର ସମେତ ଅନେକ ରାଜ୍ୟ ମହଙ୍ଗା ଭତ୍ତା ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି ।


ଏଠାରେ କହିରଖୁଛୁ ଯେ କୋଭିଡ ମହାମାରୀ ହେତୁ କର୍ମଚାରୀଙ୍କ DA ଓ HRD ବୃଦ୍ଧି ଉପରେ ପ୍ରତିବନ୍ଧକ ଲଗାଯାଇଥିଲା । ଯାହା ପୂର୍ବରୁ ୨୮ ପ୍ରତିଶତକୁ ବୃଦ୍ଧି କରାଯାଇଥିଲା । ବର୍ତ୍ତମାନ ଏହାକୁ ୩୧ ପ୍ରତିଶତକୁ ବୃଦ୍ଧି କରାଯାଇଛି । ବିହାର ସରକାରଙ୍କ ଏହି ବୃଦ୍ଧି ପରେ ଅନ୍ୟ ରାଜ୍ୟରେ ମଧ୍ୟ ବୃଦ୍ଧି ଆଶା କରାଯାଉଛି ।


ଏହା ବି ପଢ଼ନ୍ତୁ:-ଅତ୍ୟଧିକ ଲୁଣ ସେବନ ସ୍ୱାସ୍ଥ୍ୟ ପାଇଁ ବିପଦ: ଆପଣ ଯଦି ଦିନରେ ୫ ଗ୍ରାମରୁ ଅଧିକ ଖାଉଛନ୍ତି ତେବେ ଶରୀରର ଏସବୁ ଅଙ୍ଗ ହୋଇପାରେ ନଷ୍ଟ


ଏହା ବି ପଢ଼ନ୍ତୁ:-କେଏଲ୍ ରାହୁଲ ଅଧିନାୟକ ହେବା ମାତ୍ରେ ଏହି ବୋଲର ଦଳରେ ମାରିବେ ଏଣ୍ଟ୍ରି! ବୁମ୍ରା-ଶାମି ଅପେକ୍ଷା ଅଧିକ ଘାତକ


ଏହା ବି ପଢ଼ନ୍ତୁ:-ପୁଣି ବଢ଼ିଲା କୋରୋନା ମାମଲା, ଦିନକରେ ଚିହ୍ନଟ ହେଲେ ଏତିକି ସଂକ୍ରମିତ


ଏହା ବି ପଢ଼ନ୍ତୁ:-ଦୀପାବଳୀ ଦିନ ସାଧାରଣ ଜନତାଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି; ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ହ୍ରାସ, ଚେକ୍ କରନ୍ତୁ ନୂଆ ଦର