କେନ୍ଦ୍ର କର୍ମଚାରୀଙ୍କ ପାଇଁ ବଡ଼ ଖବର, ପୁଣି ୩ ପ୍ରତିଶତ ବଢ଼ିବ ମହଙ୍ଗା ଭତ୍ତା! ଜାଣନ୍ତୁ କେବେ ମିଳିବ ଖୁସି ଖବର
Advertisement

କେନ୍ଦ୍ର କର୍ମଚାରୀଙ୍କ ପାଇଁ ବଡ଼ ଖବର, ପୁଣି ୩ ପ୍ରତିଶତ ବଢ଼ିବ ମହଙ୍ଗା ଭତ୍ତା! ଜାଣନ୍ତୁ କେବେ ମିଳିବ ଖୁସି ଖବର

ସୂଚନାଯୋଗ୍ୟ, ଜୁଲାଇରେ କେନ୍ଦ୍ର ମହଙ୍ଗା ଭତ୍ତା (DA) ୧୭ ପ୍ରତିଶତରୁ ୨୮ ପ୍ରତିଶତକୁ ଓ ଘର ଭଡା ଭତ୍ତା ୨୪ ପ୍ରତିଶତରୁ ୨୭ ପ୍ରତିଶତକୁ ବୃଦ୍ଧି କରିଥିଲା । ବର୍ତ୍ତମାନ କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA) ପୁଣି ୩ ପ୍ରତିଶତ ବୃଦ୍ଧି ପାଇବ । ଯାହା ପରେ ଏହା ୩୧ ପ୍ରତିଶତ ହୋଇଯିବ ।

ପ୍ରତୀକାତ୍ମକ ଫଟୋ

ନୂଆଦିଲ୍ଲୀ: 7th Pay Commission: ଖୁବ୍ ଶୀଘ୍ର ଲକ୍ଷ ଲକ୍ଷ କେନ୍ଦ୍ର କର୍ମଚାରୀ ଓ ପେନସନଭୋଗୀଙ୍କୁ ଆଉ ଏକ ବଡ଼ ଖବର ମିଳିବାକୁ ଯାଉଛି । ସେମାନଙ୍କର ମହଙ୍ଗା ଭତ୍ତା (Dearness Allowance) ପୁଣି ଥରେ ବୃଦ୍ଧି ହେବାକୁ ଯାଉଛି । ଜୁଲାଇ ୨୦୨୧ ପାଇଁ ମହଙ୍ଗା ଭତ୍ତା (DA) ୩ ପ୍ରତିଶତ ବୃଦ୍ଧି କରିବାକୁ ସ୍ଥିର ହୋଇଛି । ତେବେ କେନ୍ଦ୍ର ସରକାର (Central Govt) କେବେ ଏହାର ଘୋଷଣା କରିବେ, ସେହି ତାରିଖ ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ । କିନ୍ତୁ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ଚଳିତ ପାର୍ବଣ ଋତୁରେ ମୋଦି ସରକାର (Modi Government) କର୍ମଚାରୀମାନଙ୍କୁ ଏହି ଉପହାର ଦେଇପାରନ୍ତି । ବାସ୍ତବରେ, ଚଳିତ ବର୍ଷ ଜୁନ ମଧ୍ୟରେ AICPI ର ତଥ୍ୟରେ ଏହା ସ୍ପଷ୍ଟ ହୋଇଛି ଯେ ଜୁଲାଇ ପାଇଁ ୩ ପ୍ରତିଶତ ମହଙ୍ଗା ଭତ୍ତା (DA) ବୃଦ୍ଧି ହୋଇପାରେ ।

ଯଦି ଏହା ଘଟେ, ତେବେ ସମୁଦାୟ ମହଙ୍ଗା ଭତ୍ତା (DA) ୨୮ ପ୍ରତିଶତ ପରିବର୍ତ୍ତେ ୩୧ ପ୍ରତିଶତ ହେବ । ଏହାର ଅର୍ଥ ହେଉଛି କେନ୍ଦ୍ର କର୍ମଚାରୀଙ୍କ ଦରମାରେ ପୁଣି ଥରେ ବମ୍ପର ବୃଦ୍ଧି ହେବାକୁ ଯାଉଛି ।

କେନ୍ଦ୍ର ସରକାର ମହଙ୍ଗା ଭତ୍ତା ଅର୍ଥାତ୍ DA କୁ ୧୭ ରୁ ୨୮ ପ୍ରତିଶତକୁ ବୃଦ୍ଧି କରିଥିଲେ । ଏହି ସମୟରେ କର୍ମଚାରୀଙ୍କ ପାଇଁ ଆଉ ଏକ ଖୁସି ଖବର ଅଛି ଯେ ଦୀପାବଳୀ ପୂର୍ବରୁ ସେମାନଙ୍କର ମହଙ୍ଗା ଭତ୍ତା (DA) ଆହୁରି ୩ ପ୍ରତିଶତ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । ଯଦି ଏହା ଘଟେ, ତେବେ ସମୁଦାୟ ମହଙ୍ଗା ଭତ୍ତା (DA) ୩୧ ପ୍ରତିଶତ ହେବ । ଅର୍ଥାତ ଏହି ଦୀପାବଳୀ କର୍ମଚାରୀଙ୍କ ପାଇଁ ଖୁସି ଆଣିପାରେ ।

ଆପଣଙ୍କୁ କହିରଖୁଛୁ ଯେ, ଜୁଲାଇରେ ଲକ୍ଷ ଲକ୍ଷ କର୍ମଚାରୀ ଓ ପେନସନଭୋଗୀଙ୍କ ମହଙ୍ଗା ଭତ୍ତା (DA) ଉପରେ ଥିବା ପ୍ରତିବନ୍ଧକକୁ ହଟାଇବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିଲେ । କୋରୋନା ଅବଧିରେ ସରକାର ଦେଢ଼ ବର୍ଷ ପାଇଁ ମହଙ୍ଗା ଭତ୍ତା (DA) ଓ ମହଙ୍ଗା ରିଲିଫ (DR) କୁ ଅଟକାଇ ରଖିଥିଲେ । ବର୍ତ୍ତମାନ ମୋଦି ସରକାର ପାର୍ବଣ ଋତୁରେ କର୍ମଚାରୀମାନଙ୍କୁ ଆଉ ଏକ ଉପହାର ଦେଇପାରେ ।

ଏହି ସମୟରେ ଖବର ଆସୁଛି ଯେ ସରକାର ଖୁବ ଶୀଘ୍ର କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ୩ ପ୍ରତିଶତ ବୃଦ୍ଧି ଘୋଷଣା କରିପାରନ୍ତି । AICPI ର ତଥ୍ୟ ଅନୁଯାୟୀ, ଚଳିତ ବର୍ଷ ଜୁନରେ ସପ୍ତମ ବେତନ ଆୟୋଗ (7th Pay Commission) ଅଧୀନରେ ମହଙ୍ଗା ଭତ୍ତା (DA) ୩ ପ୍ରତିଶତ ବୃଦ୍ଧି ହେବ । ଯଦି ଏହା ଘଟେ, ତେବେ ସମୁଦାୟ DA ୩୧ ପ୍ରତିଶତକୁ ବୃଦ୍ଧି ପାଇବ । ସେପ୍ଟେମ୍ବର ମାସର ଦରମା ସହିତ ୩୧ ପ୍ରତିଶତ ମହଙ୍ଗା ଭତ୍ତା (DA) ପ୍ରଦାନ କରାଯିବ ।

ସୂଚନାଯୋଗ୍ୟ, ଜୁଲାଇରେ କେନ୍ଦ୍ର ମହଙ୍ଗା ଭତ୍ତା (DA) ୧୭ ପ୍ରତିଶତରୁ ୨୮ ପ୍ରତିଶତକୁ ଓ ଘର ଭଡା ଭତ୍ତା ୨୪ ପ୍ରତିଶତରୁ ୨୭ ପ୍ରତିଶତକୁ ବୃଦ୍ଧି କରିଥିଲା । ବର୍ତ୍ତମାନ କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA) ପୁଣି ୩ ପ୍ରତିଶତ ବୃଦ୍ଧି ପାଇବ । ଯାହା ପରେ ଏହା ୩୧ ପ୍ରତିଶତ ହୋଇଯିବ ।

ଅଧିକ ପଢ଼ନ୍ତୁ:-ସରକାରଙ୍କ ଆକ୍ସନର ପ୍ରଭାବ, ଶସ୍ତା ହେଲା ଖାଇବା ତେଲ!

ଅଧିକ ପଢ଼ନ୍ତୁ:-ଏକାସାଙ୍ଗରେ ଚୀନ ଓ ପାକିସ୍ଥାନ ପାଇଁ ଆସିଲା ଖରାପ ଖବର, ଉଭୟ ଦେଶ ଉପରେ ମାଡ଼ି ଆସୁଛି ବଡ଼ ସଙ୍କଟ

ଅଧିକ ପଢ଼ନ୍ତୁ:-ଏକାସାଙ୍ଗରେ ୩ଟି ଗୁରୁତର ସଙ୍କଟର ସାମ୍ନା କରୁଛି ଚୀନ, ବୁଡ଼ି ଯାଇପାରେ ଅର୍ଥ ବ୍ୟବସ୍ଥା