ନୂଆଦିଲ୍ଲୀ: 7th Pay Commission: ରେଳ କର୍ମଚାରୀଙ୍କୁ ସରକାରଙ୍କଠାରୁ ଏକ ବଡ଼ ରିହାତି ମିଳିଛି । ସପ୍ତମ ବେତନ ଆୟୋଗ (7th Pay Commission) ଅନ୍ତର୍ଗତ ରେଳବାଇ (Indian Railways) ନାଇଟ୍ ଡ୍ୟୁଟି ଭତ୍ତା (night duty allowance) ନିୟମରେ କିଛି ପରିବର୍ତ୍ତନ କରିଛି । ଯାହା ରେଳ କର୍ମଚାରୀ (railway employees) ଙ୍କ ପାଇଁ ଲାଭଦାୟକ ହେବ ବୋଲି ଆଶା କରାଯାଉଛି ।


COMMERCIAL BREAK
SCROLL TO CONTINUE READING

ରେଳବାଇ ଦ୍ୱାରା ପରିବର୍ତ୍ତିତ ନିୟମ ଅନୁଯାୟୀ, ଯେଉଁ ରେଳ କର୍ମଚାରୀମାନଙ୍କର ମୂଳ ଦରମା ୪୩,୬୦୦ରୁ ଅଧିକ ସେମାନଙ୍କୁ ଆଉ ନାଇଟ୍ ଡ୍ୟୁଟି ଭତ୍ତା ଦିଆଯିବ ନାହିଁ । ଏଥି ସହିତ ସପ୍ତମ ବେତନ ଆୟୋଗ କାର୍ଯ୍ୟକାରୀ ହେବା ପରେ ଯେଉଁମାନେ ରାତ୍ରି ଡ୍ୟୁଟି ଭତ୍ତା ପାଇଥିଲେ ସେମାନଙ୍କ ରିକଭରୀର କଥା ମଧ୍ୟ କୁହାଯାଇଥିଲା । ବର୍ତ୍ତମାନ ରିକଭରୀ ଉପରେ ରୋକ୍ ଲଗାଇବା ସହ Department of Personnel and Training (DOPT) କୁ ଚିଠି ଲେଖି ଅଲଗା ଅଲଗା ପରିସ୍ଥିତିରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ସ୍ଥିତିକୁ ଦୃଷ୍ଟିରେ ରଖି ନାଇଟ୍ ଡ୍ୟୁଟି ଅଲାଉନ୍ସ (night duty allowance) ର ବ୍ୟବସ୍ଥା କରିବାର କଥା କୁହାଯାଇଛି ।


ଅଧିକ ପଢ଼ନ୍ତୁ:-ଦିଲ୍ଲୀ-ମହାରାଷ୍ଟ୍ରରେ ଥମୁନି କୋରୋନାର ପ୍ରକୋପ, ଏହି ୧୧ଟି ରାଜ୍ୟର ସ୍ଥିତି ଚିନ୍ତାଜନକ


ରେଲୱେ ଦେଲା କର୍ମଚାରୀମାନଙ୍କୁ ବଡ ରିହାତି


ଉତ୍ତର ରେଳବାଇ (Northern Railway) ର ଦିଲ୍ଲୀ ବିଭାଗର ସାଧାରଣ ସମ୍ପାଦକ ଅନୁପ ଶର୍ମାଙ୍କ ଅନୁଯାୟୀ ରେଳବାଇ ବର୍ତ୍ତମାନ ନାଇଟ୍ ଡ୍ୟୁଟି ଭତ୍ତା (night duty allowance) ରିକଭରୀକୁ ବନ୍ଦ କରି ଦେଇଛି । ଏହା ଏକ ଆଶ୍ୱସ୍ତିକର ଖବର । ରେଳ ୟୁନିଅନମାନେ ରେଳ ମନ୍ତ୍ରଣାଳୟ ସମ୍ମୁଖରେ ନାଇଟ୍ ଡ୍ୟୁଟି ଭତ୍ତା ପ୍ରସଙ୍ଗ ଉଠାଇଛନ୍ତି । ରେଲୱେ ୟୁନିୟନ ପକ୍ଷରୁ ଏକ ଦାବି ଆସିଛି ଯେ ଯଦି ଜଣେ କର୍ମଚାରୀଙ୍କୁ ରାତ୍ରି ଡ୍ୟୁଟି ଭତ୍ତା (night duty allowance) ଦିଆଯାଉ ନାହିଁ ତେବେ ତାଙ୍କୁ ରାତିରେ ଡକା ନଯାଉ ।


ଭତ୍ତା ସ୍ଥିର କରିବାର ଏହା ହେଉଛି ଫର୍ମୂଲା


ରାତି ଡ୍ୟୁଟି ଭତ୍ତା (night duty allowance) ର ହିସାବ ପାଇଁ ନିୟମରେ କିଛି ପରିବର୍ତ୍ତନ କରାଯାଇଛି । ତୁରନ୍ତ ପ୍ରଭାବ ସହିତ ନୂତନ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି । ରାତ୍ରି ଡ୍ୟୁଟି ଭତ୍ତା ଗଣନା ପାଇଁ ଏକ ସୂତ୍ର ପ୍ରସ୍ତୁତ କରାଯାଇଛି, ଯାହା [(Basic pay+DA/200] ଫର୍ମୂଲା ଆଧାରରେ କରାଯିବ । ଏହି ଫର୍ମୂଲା ସମସ୍ତ ସରକାରୀ ବିଭାଗ ଏବଂ ମନ୍ତ୍ରଣାଳୟରେ ଲାଗୁ ହେବ ।


ଅଧିକ ପଢ଼ନ୍ତୁ:-ଆଜିଠୁ ଦିଲ୍ଲୀରେ ନାଇଟ କର୍ଫ୍ୟୁ, କେଜ୍ରିୱାଲ ସରକାର କଲେ ଘୋଷଣା


ନୂତନ ନିୟମ ଅନୁଯାୟୀ ହେବ ଏହି ଭତ୍ତା  


ନାଇଟ୍ ଡ୍ୟୁଟି ଭତ୍ତାର ହିସାବ ସମସ୍ତ କର୍ମଚାରୀଙ୍କ ପାଇଁ ସେମାନଙ୍କର ମୂଳ ବେତନ ଆଧାରରେ ଅଲଗା ଅଲଗା ଭାବରେ କରିବାକୁ ହେବ । ବର୍ତ୍ତମାନ ଯାଏ ଗ୍ରେଡ୍ ଏ ର ସମସ୍ତ କର୍ମଚାରୀଙ୍କୁ ସମାନ ନାଇଟ୍ ଡ୍ୟୁଟି ଭତ୍ତା ପ୍ରଦାନ କରାଯାଉଥିଲା । ବର୍ତ୍ତମାନ ଏହି ଭତ୍ତା କେବଳ ନୂତନ ବ୍ୟବସ୍ଥା ଅନ୍ତର୍ଗତ ଉପଲବ୍ଧ ହେବ ।


ଅଧିକ ପଢ଼ନ୍ତୁ:-ଏବେ ମାତ୍ର ୯ ଟଙ୍କାରେ କିଣି ପାରିବେ LPG ଗ୍ୟାସ୍ ସିଲିଣ୍ଡର! ଜାଣନ୍ତୁ ଏହି ଖାସ୍ ଅଫର ବିଷୟରେ...


ସୁପରଭାଇଜରଙ୍କ ସାର୍ଟିଫିକେଟ୍ ଆବଶ୍ୟକ 


କର୍ମଚାରୀ କେତେ ନାଇଟ୍ ଡ୍ୟୁଟି କରିଛନ୍ତି ଏହାର ଗଣନା କର୍ମଚାରୀଙ୍କ ସୁପରଭାଇଜର ଦେଇଥିବା ସାର୍ଟିଫିକେଟ୍ ଆଧାରରେ କରାଯିବ । ନାଇଟ୍ ଡ୍ୟୁଟି ଭତ୍ତା କେବଳ ରାତି ୧୦ଟାରୁ ୬ଟା ପର୍ଯ୍ୟନ୍ତ କାମ କରିବା ସମୟରେ ଦିଆଯିବ ।