ସରକାରୀ କର୍ମଚାରୀଙ୍କୁ ମିଳିଲା ବଡ଼ ରିହାତି, ସାମ୍ନାକୁ ଆସିଲା ଏହି ଗୁରୁତ୍ୱପୂର୍ଣ୍ଣ ସୂଚନା
ଅଦାଲତର ଦୁଇ ଜଣିଆ ବିଚାରପତିଙ୍କ ଖଣ୍ଡପୀଠ ସ୍ପଷ୍ଟ ଭାବରେ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ଜଣେ କର୍ମଚାରୀଙ୍କୁ ଏହି ଆଧାରରେ ମେଡିକ୍ଲେମ୍ ଦେବାକୁ ମନା କରିପାରିବା ନାହିଁ ଯେ କର୍ମଚାରୀ ଜରୁରୀକାଳୀନ ସମୟରେ କର୍ମଚାରୀ ଏକ ଘରୋଇ ଡାକ୍ତରଖାନାରୁ ଚିକିତ୍ସା ପାଇଁ ଚୟନ କରିଥିଲେ ।
ନୂଆଦିଲ୍ଲୀ: 7th Pay Commission, 7th CPC Latest News, Government Employees: ସୁପ୍ରିମକୋର୍ଟ କେନ୍ଦ୍ର କର୍ମଚାରୀ ଓ ପେନସନଭୋଗୀଙ୍କୁ ମେଡିକ୍ଲେମ୍ ଉପରେ ବଡ଼ ରିହାତି ଦେଇଛନ୍ତି । ଶନିବାର କୋର୍ଟ କହିଛନ୍ତି ଯେ କର୍ମଚାରୀ ଓ ପେନସନଭୋଗୀଙ୍କୁ ଜରୁରୀକାଳୀନ ପରିସ୍ଥିତିରେ CGHS ପ୍ୟାନେଲ ବାହାରେ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ ମଧ୍ୟ ମେଡିକ୍ଲେମରୁ ବଞ୍ଚିତ କରାଯାଇପାରିବ ନାହିଁ ।
ଅଧିକ ପଢ଼ନ୍ତୁ:-ଏହି ମାସରେ ମିଳିବ ମହଙ୍ଗା ଭତ୍ତା! କେନ୍ଦ୍ର କର୍ମଚାରୀଙ୍କ ବଢ଼ିବ ଦରମା
ଅଦାଲତର ଦୁଇ ଜଣିଆ ବିଚାରପତିଙ୍କ ଖଣ୍ଡପୀଠ ସ୍ପଷ୍ଟ ଭାବରେ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ଜଣେ କର୍ମଚାରୀଙ୍କୁ ଏହି ଆଧାରରେ ମେଡିକ୍ଲେମ୍ ଦେବାକୁ ମନା କରିପାରିବା ନାହିଁ ଯେ କର୍ମଚାରୀ ଜରୁରୀକାଳୀନ ସମୟରେ କର୍ମଚାରୀ ଏକ ଘରୋଇ ଡାକ୍ତରଖାନାରୁ ଚିକିତ୍ସା ପାଇଁ ଚୟନ କରିଥିଲେ ।
ଅଧିକ ପଢ଼ନ୍ତୁ:-ଆନାକୋଣ୍ଡା-ଶେଷନାଗ ପରେ ରେଲୱେ ଚଳାଇଲା ଦୀର୍ଘତମ ଟ୍ରେନ୍ ବାସୁକି, ଜାଣନ୍ତୁ ଏହାର ବିଶେଷତା
ଇଣ୍ଡିଆ ଟୁଡେରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଜଷ୍ଟିସ ଆର.କେ ଅଗ୍ରୱାଲ ଏବଂ ଜଷ୍ଟିସ ଅଶୋକ ଭୂଷଣ କହିଛନ୍ତି ଯେ, "ଜରୁରୀକାଳୀନ ପରିସ୍ଥିତିରେ ଯଦି କର୍ମଚାରୀ କିମ୍ବା ପେନସନଭୋଗୀ କୌଣସି ଏପରି ଡାକ୍ତରଖାନାରୁ ଚିକିତ୍ସା ନକରନ୍ତି ଯାହା ସରକାରୀ ପ୍ୟାନେଲରେ ନାହିଁ କିମ୍ବା କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଯୋଜନା (CGHS) ତାଲିକାଭୁକ୍ତ ଡାକ୍ତରଖାନା ତାଲିକାରେ ନାହିଁ ତ ସେହି ମେଡିକ୍ଲେମକୁ ପ୍ରତ୍ୟାଖ୍ୟାନ କରାଯାଇପାରିବ ନାହିଁ ।"