ଏହି ରାଜ୍ୟର ସରକାରୀ କର୍ମଚାରୀଙ୍କ ପାଇଁ ବହୁତ ବଡ଼ ଖୁସି ଖବର, ମିଳିବ ଡବଲ ମହଙ୍ଗା ଭତ୍ତାର ଲାଭ
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ମାସରେ ବିହାରର ସରକାରୀ କର୍ମଚାରୀମାନେ ବର୍ଦ୍ଧିତ ମହଙ୍ଗା ଭତ୍ତା (DA) ସହିତ ସେପ୍ଟେମ୍ବର ମାସର ଦରମା ପାଇବେ ।
ନୂଆଦିଲ୍ଲୀ: 7th Pay Commission: ବିହାରର ସରକାରୀ କର୍ମଚାରୀଙ୍କୁ (Bihar Government Employees) ଦଶହରା ପୂର୍ବରୁ ଏକ ଉତ୍ସବ ଉପହାର ମିଳିବାକୁ ଯାଉଛି । ନିକଟ ଅତୀତରେ ନୀତିଶ କୁମାର ସରକାର (Nitish Kumar government) ଙ୍କ ଦ୍ୱାରା ୧୧ ପ୍ରତିଶତ ମହଙ୍ଗା ଭତ୍ତା (Dearness Allowance) ବୃଦ୍ଧି ହେବା ପରେ ସେପ୍ଟେମ୍ବର-ଅକ୍ଟୋବରରେ ଦରମା ବୃଦ୍ଧି ସହ ମିଳିବ । ଏନେଇ ଅର୍ଥ ବିଭାଗ ସଚିବ (ସମ୍ବଳ) ଲୋକେଶ କୁମାର ସିଂ ଏକ ଆଦେଶ ଜାରି କରିଛନ୍ତି । ପ୍ରତ୍ୟେକ ସ୍ତରର ପେନସନଭୋଗୀମାନେ ମଧ୍ୟ ମହଙ୍ଗା ଭତ୍ତା (DA) ବୃଦ୍ଧିର ଲାଭ ପାଇବେ । ପାର୍ବଣ ଋତୁ ପୂର୍ବରୁ ମହଙ୍ଗା ଭତ୍ତା (DA) କାରଣରୁ ଦରମା ବୃଦ୍ଧି ଯୋଗୁଁ ବଡ଼ ଆଶ୍ୱସ୍ତି ମିଳିବ ।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ମାସରେ ବିହାରର ସରକାରୀ କର୍ମଚାରୀମାନେ ବର୍ଦ୍ଧିତ ମହଙ୍ଗା ଭତ୍ତା (DA) ସହିତ ସେପ୍ଟେମ୍ବର ମାସର ଦରମା ପାଇବେ । ସେପ୍ଟେମ୍ବରର ଦରମା ସହିତ କେବଳ ଚଳିତ ମାସର ମହଙ୍ଗା ଭତ୍ତା (DA) ର ଲାଭ ମଧ୍ୟ ମିଳିବ । ସେପଟେ ଜୁଲାଇ ମାସର ମହଙ୍ଗା ଭତ୍ତାର ପେମେଣ୍ଟ ଅକ୍ଟୋବରର ଦରମାରେ ପ୍ରଦାନ କରାଯିବ । ଅଗଷ୍ଟ ପାଇଁ ସମାନ ବର୍ଦ୍ଧିତ ପରିମାଣ ନଭେମ୍ବର ମାସର ବେତନ ସହିତ ଯୋଡା ଯିବ । ଏହା ଦ୍ୱାରା କର୍ମଚାରୀଙ୍କ ବେତନରେ ଦୁଇଗୁଣ ବୃଦ୍ଧି ପାଇବ, ତେଣୁ ପୂଜା ପୂର୍ବରୁ ଏହା ରାଜ୍ୟ ସରକାରଙ୍କ କର୍ମଚାରୀଙ୍କ ପାଇଁ ଏକ ବଡ଼ ରିହାତି ହୋଇପାରେ ।
ବାସ୍ତବରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର (Chief Minister Nitish Kumar) ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକ (Bihar Cabinet Meeting) ରେ କେନ୍ଦ୍ରର ଭଳି ୧୧ ପ୍ରତିଶତ ମହଙ୍ଗା ଭତ୍ତା ଅନୁମୋଦନ କରାଯାଇଥିଲା । ଏହା ଅନୁଯାୟୀ, ଷଷ୍ଠ ବେତନ ସ୍କେଲରେ ବେତନ କିମ୍ବା ପେନସନ୍ ପାଇଥିବା କର୍ମଚାରୀମାନେ ଜୁଲାଇ ମାସରୁ ୧୬୪ ପ୍ରତିଶତ ବଦଳରେ ୧୮୯ ପ୍ରତିଶତ ମହଙ୍ଗା ଭତ୍ତା ପାଇବେ । ପଞ୍ଚମ ବେତନ ଅଧୀନରେ ବେତନ / ପେନସନ୍ ପାଇଥିବା କର୍ମଚାରୀ କିମ୍ବା ପେନସନଭୋଗୀଙ୍କୁ ୩୧୨ ପ୍ରତିଶତ ପରିବର୍ତ୍ତେ ୩୫୬ ପ୍ରତିଶତ ମହଙ୍ଗା ଭତ୍ତା ବା ରିଲିଫ୍ ଦିଆଯିବ ।
ସୂଚନାଯୋଗ୍ୟ, ନିକଟ ଅତୀତରେ କେନ୍ଦ୍ରର ମୋଦି ସରକାର (Modi Government) କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA) ଓ ରିଲିଫ (DR) କୁ ୨୮ ପ୍ରତିଶତ ବୃଦ୍ଧି କରିଛନ୍ତି । ଏହା ପରେ ଅଗଷ୍ଟ ୧୫ ରେ ବିହାରର ନୀତିଶ କୁମାର ସରକାର ରାଜ୍ୟ ସରକାରଙ୍କ ଅଧିକାରୀ, କର୍ମଚାରୀ ଏବଂ ପେନସନଭୋଗୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି କରିବାକୁ ଘୋଷଣା କରିଥିଲେ ଓ କହିଥିଲେ ଯେ କେନ୍ଦ୍ର ସରକାର ଭଳି ରାଜ୍ୟ ସରକାରୀ କର୍ମଚାରୀ, ଅଧିକାରୀ ଏବଂ ପେନସନଭୋଗୀ ଜୁଲାଇ ୧, ୨୦୨୧ରୁ ମହଙ୍ଗା ଭତ୍ତା ହାର ୧୧ ପ୍ରତିଶତ ବୃଦ୍ଧି କରି ୨୮ ପ୍ରତିଶତ ଦିଆଯିବ । ଏହା ଦ୍ୱାରା ରାଜ୍ୟ ସରକାରଙ୍କ ରାଜକୋଷ ଉପରେ ଅତିରିକ୍ତ ୨୨୫୬.୨୫ କୋଟି ଟଙ୍କାର ବ୍ୟୟ ହେବ ।
ଅଧିକ ପଢ଼ନ୍ତୁ:-୩୦ ଘଣ୍ଟା ଅଟକ ରହିବା ପରେ ପ୍ରିୟଙ୍କା ଗାନ୍ଧୀ ଗିରଫ
ଅଧିକ ପଢ଼ନ୍ତୁ:-ଯଦି ଆପଣଙ୍କ ମୋବାଇଲ୍ ନମ୍ବର ଆଧାରରେ ହୋଇନାହିଁ ଲିଙ୍କ୍, ତେବେ ଅଟକି ଯିବ ଏସବୁ କାମ
ଅଧିକ ପଢ଼ନ୍ତୁ:-ନାଭିରେ ତେଲ ଲଗାଇବା ଦ୍ୱାରା ମିଳିଥାଏ ଜବରଦସ୍ତ ଲାଭ, ପୁରୁଷଙ୍କ ଯୌନ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ହୋଇଥାଏ ଲାଭଦାୟକ
ଅଧିକ ପଢ଼ନ୍ତୁ:-ଅବସରପ୍ରାପ୍ତ କେନ୍ଦ୍ର କର୍ମଚାରୀମାନଙ୍କୁ ବଡ଼ ଉପହାର, ୧ରୁ ୭ ଲକ୍ଷ ପର୍ଯ୍ୟନ୍ତ ହେବ ଲାଭ