7th Pay Commission DA hike : ସରକାରୀ କର୍ମଚାରୀଙ୍କ ପାଇଁ ପୁଣି ଥରେ ଏକ ବଡ଼ ଖବର ଆସିଛି। ଦରମା ବୃଦ୍ଧି ପାଇଁ କରିଥିବା ଅପେକ୍ଷାର ଅନ୍ତ ହୋଇଛି। ମହଙ୍ଗା ଭତ୍ତା (DA) ବୃଦ୍ଧିକୁ ସରକାର ଅନୁମୋଦନ କରିଛନ୍ତି। DAରେ ତିନି ପ୍ରତିଶତ ବୃଦ୍ଧି ଘୋଷଣା କରାଯାଇଛି। ବିଜେପି ନେତୃତ୍ୱାଧୀନ ମଧ୍ୟପ୍ରଦେଶ ସରକାର ରାଜ୍ୟର ଶକ୍ତି ବିଭାଗର ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ଏହି ଉପହାର ଦେଇଛନ୍ତି। ମଧ୍ୟ ପ୍ରଦେଶ ପାୱାର ମ୍ୟାନେଜମେଣ୍ଟ କମ୍ପାନୀର କର୍ମଚାରୀମାନଙ୍କୁ ଏହି ଉପହାର ସରକାର ପ୍ରଦାନ କରିଛନ୍ତି।


COMMERCIAL BREAK
SCROLL TO CONTINUE READING

ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟପ୍ରଦେଶର ବିଦ୍ୟୁତ୍ କର୍ମଚାରୀମାନେ ୩୧ ପ୍ରତିଶତ ମହଙ୍ଗା ଭତ୍ତା ପାଉଥିଲେ। କିନ୍ତୁ ବର୍ତ୍ତମାନ ସରକାରଙ୍କ ଦ୍ୱାରା ଆଉ ତିନି ପ୍ରତିଶତ ଭତ୍ତା ବୃଦ୍ଧି ଘୋଷଣା କରାଯାଇଛି। ଫଳରେ ରାଜ୍ୟ ବିଦ୍ୟୁତ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩୪ ପ୍ରତିଶତକୁ ବୃଦ୍ଧି ପାଇଛି। ବିଭାଗର ପ୍ରାୟ ୩୦ ହଜାର କର୍ମଚାରୀ ଏହାର ଲାଭ ପାଇବେ। ବର୍ତ୍ତମାନ ଚଳିତ ବର୍ଷ ଅଗଷ୍ଟ ପହିଲାରୁ କର୍ମଚାରୀମାନେ ସମୁଦାୟ ୩୪ ପ୍ରତିଶତ ମହଙ୍ଗା ଭତ୍ତା ପାଇବେ। ଏପରି ହେଲେ ବିଦ୍ୟୁତ ଅଧିକାରୀ ଓ କର୍ମଚାରୀଙ୍କ ଦରମା ମଧ୍ୟ ବୃଦ୍ଧି ପାଇବ। 


Also Read: ମୋଦି ସରକାର ଦେଉଛନ୍ତି ୫ ଲକ୍ଷ ଟଙ୍କାର ଲାଭ, କେବଳ ଏହି ନମ୍ବରରେ କରିବାକୁ ପଡ଼ିବ ମିସ୍ କଲ୍


ମଧ୍ୟପ୍ରଦେଶ ବିଦ୍ୟୁତ ବିଭାଗରେ କାର୍ଯ୍ୟରତ ଅଧିକାରୀ ଓ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି କରାଯାଇଥିବା ନେଇ ରାଜ୍ୟ ସରକାର ସୂଚନା ଦେଇଛନ୍ତି। ମଧ୍ୟପ୍ରଦେଶରେ ନିର୍ବାଚନ ପ୍ରଚାର ମଧ୍ୟରେ କର୍ମଚାରୀଙ୍କୁ ଖୁସି କରିବା ପାଇଁ ରାଜନୈତିକ ଦଳ ଗୁଡୁକର ପାରମ୍ପାରୀକ ଅଭ୍ୟାସ ବୋଲି କୁହାଯାଉଛି। ତିନି ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି ପାଇଁ ଶିବରାଜ ସିଂହ ଚୌହାନଙ୍କ କ୍ୟାବିନେଟ୍ ଅନୁମୋଦନ କରିଛି। ସରକାରଙ୍କ ଏହି ନିଷ୍ପତ୍ତି ପରେ ରାଜ୍ୟ ରାଜକୋଷ ଉପରେ ଅତିରିକ୍ତ ଭାର ବଢିବ।


ଏହାପୂର୍ବରୁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାକୁ ୩୧ରୁ ୩୪ ପ୍ରତିଶତକୁ ବୃଦ୍ଧି କରିଛନ୍ତି। ଅନେକ ରାଜ୍ୟର କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA) ମଧ୍ୟ କେନ୍ଦ୍ର କର୍ମଚାରୀଙ୍କ ବରାବର ୩୪ ପ୍ରତିଶତ କରାଯାଇଛି । ତାଙ୍କର ଏହି ନିଷ୍ପତ୍ତି ରାଜ୍ୟର ସାଢେ ସାତ ଲକ୍ଷ କର୍ମଚାରୀଙ୍କୁ ଉପକୃତ ହେଉଛନ୍ତି। ଏହା ବ୍ୟତୀତ କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା ମଧ୍ୟ ୩୪ ପ୍ରତିଶତରୁ ୩୮ ପ୍ରତିଶତକୁ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ଏଥିପାଇଁ ଖୁବଶୀଘ୍ର ସରକାରଙ୍କ ପକ୍ଷରୁ ଘୋଷଣା କରାଯିବ।


Also Read: ସରକାରୀ କର୍ମଚାରୀଙ୍କୁ ମିଳିଲା ବଡ଼ ଖୁସି ଖବର! ଆସିଯାଇଛି DA ବକେୟା ଟଙ୍କା


 


ସପ୍ତାହେ ପୂର୍ବରୁ ମହାରାଷ୍ଟ୍ର ସରକାର ମଧ୍ୟ ନିଜ କର୍ମଚାରୀଙ୍କୁ ଏକ ବଡ଼ ଖୁସି ଖବର ଦେଇଛନ୍ତି। ମହାରାଷ୍ଟ୍ର ସରକାର (Maharashtra Government) ସପ୍ତମ ବେତନ ଆୟୋଗ (7th Pay Commission) ଅଧୀନରେ ବକେୟା ତୃତୀୟ କିସ୍ତି ଦେବାକୁ ଘୋଷଣା କରିଥିଲେ। ଏହାପୂର୍ବରୁ କର୍ମଚାରୀଙ୍କ ଆକାଉଣ୍ଟରେ ବକେୟାର ଦୁଇଟି କିସ୍ତି ପହଞ୍ଚି ସାରିଛି। ବର୍ତ୍ତମାନ ସରକାର ଆକାଉଣ୍ଟକୁ ତୃତୀୟ କିସ୍ତି ପଠାଉଛନ୍ତି। 


ସୂଚନାଯୋଗ୍ୟ ଯେ, ମହାରାଷ୍ଟ୍ରରେ ୨୦୧୯ ମସିହାରେ ରାଜ୍ୟ ସରକାରଙ୍କ କର୍ମଚାରୀଙ୍କ ସହ ଜିଲ୍ଲା ପରିଷଦ ଓ ମ୍ୟୁନିସିପାଲିଟି କର୍ମଚାରୀଙ୍କ ପାଇଁ ସପ୍ତମ ବେତନ ଆୟୋଗ କାର୍ଯ୍ୟକାରୀ କରାଯାଇଥିଲା। ଏହା ପରେ ସରକାର ନିଷ୍ପତ୍ତି ନେଇଥିଲେ ଯେ, ଆର୍ଥିକ ବର୍ଷ ୨୦୧୯-୨୦ରୁ ୫ ବର୍ଷ ମଧ୍ୟରେ ପାଞ୍ଚଟି କିସ୍ତିରେ କର୍ମଚାରୀଙ୍କୁ ସେମାନଙ୍କ ବକେୟା ପ୍ରଦାନ କରାଯିବ । ଏହା ଅଧୀନରେ ବର୍ତ୍ତମାନ ପର୍ଯ୍ୟନ୍ତ କର୍ମଚାରୀମାନେ କିସ୍ତି ପାଇଛନ୍ତି ।