Road Accident: ଏ-ମିତି ବି ଆସେ ମୃତ୍ୟୁ । କେହି କିଛି ଭାବିବା ପୂର୍ବରୁ ଓଲଟ ପାଲଟ ହୋଇଗଲା ସବୁକିଛି। କ୍ଷଣିକ ମଧ୍ୟରୁ ଚୁନା ହୋଇଗଲା ସବୁ ସ୍ବପ୍ନ।  କାର କୁ ପିଟିଲା ଟ୍ରକ୍। ଭୟଙ୍କର ସଡ଼କ ଦୁର୍ଘଟଣାରେ ଆଖି ବୁଜିଲେ ୮ ଜଣ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କିଭଳି ସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ପୋଲିସ୍ ଛାନଭିନ୍ ଆରମ୍ଭ କରିଛି। ଉତ୍ତର ପ୍ରଦେଶର ୨ଟି ସ୍ଥାନରେ ଘଟିଛି ଏହି ଭୟଙ୍କର ଦୁର୍ଘଟଣା। ଯେଉଁଥିରେ ୮ ଜଣ ପ୍ରାଣ ହରାଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି। 


COMMERCIAL BREAK
SCROLL TO CONTINUE READING

ALSO READ: Road Accident: ବସ୍ ଉପରେ ଓଲଟି ପଡିଲା ପଥର ବୋଝେଇ ଟ୍ରକ୍, ଘଟଣାସ୍ଥଳରେ ୧୦ ମୃତ, ୧୧ ଆହତ


ALSO READ: Sambalpur Accident News ନିର୍ମାଣଧୀନ ପୋଲରୁ ଖସିଲା ବୋଲେରୋ, ଦୁଇ ମୃତ


ସୂଚନା ଅନୁସାରେ, ଆଜି ସକାଳେ  ଦିଲ୍ଲୀର ଏକ ପରିବାରର ୫ ସଦସ୍ୟ କୌଣସି ଏକ କାମରେ ମଇନିପୁରି ଅଭିମୁଖେ ଯାତ୍ରା କରୁଥିଲେ। ଏହି ସମୟରେ ତାଙ୍କ ଗାଡିଟି ଆଗ୍ରା ନିକଟରେ ପହଞ୍ଚିବା ବେଳେକୁ ସାମ୍ନାପଟୁ ଏକ ଟ୍ରକ୍ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ୪ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହି ଦୁର୍ଘଟଣା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି କାର୍ ଭିତରୁ ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିବା ସହ ମୃତଦେହ ଗୁଡିକୁ ପୋଷ୍ଟ ମଟମ୍ ପାଇଁ ପଠାଇଛି। ଏବଂ ଏକ ମାମଲା ରୁଜୁ କରି ଛାନଭିନ୍ ଚଳାଇଛି। ସେପଟେ,  ହରିଦ୍ବାର ଗାଜିଆବାଦ୍ ରାସ୍ତାରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଏକ ସିଏନଜି କାର୍ ଜଳିଯିବାରୁ ଘଟଣାସ୍ଥଳରେ ୪ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି।