Road Accident: ବସ୍ ଉପରେ ଓଲଟି ପଡିଲା ପଥର ବୋଝେଇ ଟ୍ରକ୍, ଘଟଣାସ୍ଥଳରେ ୧୦ ମୃତ, ୧୧ ଆହତ
Advertisement
Article Detail0/zeeodisha/odisha2264490

Road Accident: ବସ୍ ଉପରେ ଓଲଟି ପଡିଲା ପଥର ବୋଝେଇ ଟ୍ରକ୍, ଘଟଣାସ୍ଥଳରେ ୧୦ ମୃତ, ୧୧ ଆହତ

Road Accident: ଛାତିଥରା ଦୁର୍ଘଟଣା। ତିର୍ଥଯାତ୍ରା ହେଲା ଶେଷ ଯାତ୍ରା । ଅକାଳରେ ଚାଲିଗଲା ୧୧ ଜୀବନ । ଯାତ୍ରୀବାହୀ ବସ୍ ଉପରେ ଓଲଟି ପଡିଲା ପଥର ବୋଝେଇ ଟ୍ରକ୍। ଘଟଣାସ୍ଥଳରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି ।  

Road Accident: ବସ୍ ଉପରେ ଓଲଟି ପଡିଲା ପଥର ବୋଝେଇ ଟ୍ରକ୍, ଘଟଣାସ୍ଥଳରେ ୧୦ ମୃତ, ୧୧ ଆହତ

Road Accident: ଛାତିଥରା ଦୁର୍ଘଟଣା। ତିର୍ଥଯାତ୍ରା ହେଲା ଶେଷ ଯାତ୍ରା । ଅକାଳରେ ଚାଲିଗଲା ୧୧ ଜୀବନ । ଯାତ୍ରୀବାହୀ ବସ୍ ଉପରେ ଓଲଟି ପଡିଲା ପଥର ବୋଝେଇ ଟ୍ରକ୍। ଘଟଣାସ୍ଥଳରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି ।  ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କିଭଳି ସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ଛାନଭିନ୍ ଆରମ୍ଭ ହୋଇଛି।  ଉତ୍ତରପ୍ରଦେଶର ଶାହାଜନପୁର ଜିଲ୍ଲା ଖୁଟୁର ଠାରେ ଘଟିଛି ଏହି ଭୟଙ୍କର ସଡ଼କ ଦୁର୍ଘଟଣା।  ମୃତକଙ୍କ ମଧ୍ୟରେ ଏକାଧିକ ମହିଳା ଓ ଶିଶୁ ରହିଥିବା ସୂଚନା ମିଳିଛି।

ALSO READ: Road Accident: କାରକୁ ପିଟିଲା ବସ୍, ଘଟଣାସ୍ଥଳରେ ଆଖିବୁଜିଲେ...

ସୂଚନା ଅନୁସାରେ, ଉତ୍ତରାଖଣ୍ତର କିଛି ଯାତ୍ରୀ ଏକ ଘରୋଇ ବସ୍ ଯୋଗେ ଉତ୍ତରପ୍ରଦେଶରେ ଥିବା ମାଆ ପୂଣ୍ୟଗିରି ମନ୍ଦିରକୁ ଦର୍ଶନ ପାଇଁ ଶନିବାର ଦିନ ଆସିଥିଲେ। ଦର୍ଶନ ପାଇଁ ଯାଉଥିବା ସମୟରେ ଯାତ୍ରୀ ଶାହାଜନପୁରର ଖୁଟର ଅଞ୍ଚଳରେ ଥିବା ଢାବାରେ ଖାଇବା ପାଇଁ ଓହ୍ଲାଇଥିଲେ । କିଛି ଯାତ୍ରୀ ଖାଇବାକୁ ଯାଇଥିବା ବେଳେ ଆଉ କିଛି ଯାତ୍ରୀ ବସ୍ ମଧ୍ୟରେ ବସିଥିଲେ। ହଠାତ୍ ଏହି ସମୟରେ ଏକ ପଥର ବୋଝେଇ ଟ୍ରକ୍ ଆସି ବସ୍ କୁ  ପଛପଟୁ ଧକ୍କା ଦେଇଥିଲା। 

ପରେ ବସ୍ ଉପରେ ଟ୍ରକଟି ଓଲଟି ପଡିଥିଲା। ଫଳରେ ଘଟଣାସ୍ଥଳରେ ୧୧ ଜଣ ପ୍ରାଣ ହରାଇଥିଲେ। ଏହା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ୍ ଓ ଉଦ୍ଧାରାକରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ଜେସିବି ଯୋଗେ ବସ୍ ଉପରୁ ଟ୍ରକଟିକୁ ଉଠାଇଥିଲେ। ପରେ ବସ୍ ରେ ଚାପି ହୋଇ ରହିଥିବା ଯାତ୍ରୀମାନଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପାଖାପାଖି ୩ ଘଣ୍ଟା ଧରି ରେସକ୍ୟୁ ଅପରେସନ୍ କରାଯାଇଥିଲା। ଅଧିକାଂଶ ଯାତ୍ରୀଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବ ବୋଲି କୁହାଯାଉଛି। ପୋଲିସ୍ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି।