Shocking News: ଏମିତି ବି ଆସେ ମୃତ୍ୟୁ। ଦେଖୁ ଦେଖୁ ୯ ଶିଶୁଙ୍କ ମୃତ୍ୟୁ ସାରା ରାଜ୍ୟରେ ଚହଳ ପକାଇ ଦେଇଛି। ମଧ୍ୟପ୍ରଦେଶର ସାଗରର ଶାହାପୁରରେ ଘରର କାନ୍ଥ ଭୁଶୁଡ଼ି ପଡ଼ିବାରୁ ୯ ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଅଧିକାଂଶ ୧୦ରୁ ୧୪ ବର୍ଷ ବୟସର ଶିଶୁ ଅଛନ୍ତି। ଏହି ପିଲାମାନେ ଶାହପୁରର ହରଦୋଲ ବାବା ମନ୍ଦିର ନିକଟରେ ଏକ ବସି  ବାଲିରେ ଶିବଲିଙ୍ଗ ତିଆରି କରୁଥିଲେ। ଏହାପରେ ଘରର କାନ୍ଥ ଭୁଶୁଡ଼ି ପଡ଼ିବା ସହ ସେଠାରେ ଥିବା ଏକ ଅସ୍ଥାୟୀ ସେଡ୍ ଭୁଷୁଡିପଡ଼ିଥିଲା । ଯାହା ଫଳରେ ସେଠାରେ ବସି ଶିବଲିଙ୍ଗ ଗଢୁଥିବା ପିଲାଙ୍କ ଉପରେ ପଡ଼ିଯାଇଥିଲା। ବର୍ତ୍ତମାନ ଆହତ ଶିଶୁମାନଙ୍କ ମଧ୍ୟରୁ ଜଣଙ୍କୁ ଦମୋହର ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ବାକି ପିଲାମାନଙ୍କୁ ସାଗର ହସ୍ପିଟାଲରେ ଭର୍ତ୍ତି କରାଯାଇଛି।


COMMERCIAL BREAK
SCROLL TO CONTINUE READING

'ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଲେଖିଛନ୍ତି, ସାଗର ଜିଲ୍ଲାର ଶାହପୁରରେ ଅତ୍ୟଧିକ ବର୍ଷା ଯୋଗୁଁ ଏକ ଜରାଜୀର୍ଣ୍ଣ ଘରର କାନ୍ଥ ଭୁଶୁଡ଼ି ୯ ଜଣ ନିରୀହ ଶିଶୁଙ୍କ ମୃତ୍ୟୁ ଖବର ଶୁଣି ମୁଁ ଦୁଃଖିତ। ଆହତ ଶିଶୁମାନଙ୍କୁ ଉପଯୁକ୍ତ ଚିକିତ୍ସା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି। ନିରୀହ ପିଲାଙ୍କୁ ହରାଇଥିବା ପରିବାର ପ୍ରତି ମୋର ଗଭୀର ସମବେଦନା । ମୃତ ଶିଶୁଙ୍କ ପରିବାରକୁ ସରକାର ୪ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରିବେ'।


 



ସାଗର ଜିଲ୍ଲାର ଜିଲ୍ଲାପାଳ ଦୀପକ ଆର୍ଯ୍ୟ କହିଛନ୍ତି ଯେ ଭଗ୍ନାବଶେଷ ତଳେ ଫସି ରହିଥିବା ୯ ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି। ଆହତଙ୍କ ଚିକିତ୍ସା ଚାଲିଛି। ଘଟଣାସ୍ଥଳରୁ ସମସ୍ତ ଆବର୍ଜନା ହଟାଇ ଦିଆଯାଇଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ପ୍ରଶାସନ ପକ୍ଷରୁ ମୃତକଙ୍କ ପରିବାରକୁ ୪ରୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରାଯାଇଛି।


 



ମିଳିଥିବା ସୂଚନା ଅନୁଯାୟୀ, ହରଦୌଲ ବାବା ମନ୍ଦିରରେ କିଛି ନିର୍ମାଣ କାର୍ଯ୍ୟ ଚାଲିଥିଲା। ସେଠାରେ ଏକ ଧାର୍ମିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଉଥିଲା। ମନ୍ଦିର ପରିସରରେ ବହୁ ଲୋକ ଉପସ୍ଥିତ ଥିଲେ। ଏହାପରେ ଏହି ଦୁର୍ଘଟଣା ଘଟିଥିଲା। ମନ୍ଦିର କାନ୍ଥ ଭୁଶୁଡ଼ି ପଡ଼ିବା ରୁ ପିଲାମାନେ ଭଗ୍ନାବଶେଷ ତଳେ ଚାପି ହୋଇଯାଇଥିଲେ। ସ୍ଥାନୀୟ ଲୋକେ କାନ୍ଥ ତଳୁ ପିଲାମାନଙ୍କୁ ବାହାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେତେବେଳକୁ ଅନେକ ଶିଶୁଙ୍କ ମୃତ୍ୟୁ ହୋଇସାରିଥିଲା।


Also Read: Road Accident: ଅଶୁଭ ରବିବାର, ସ୍ଲିପର କୋଚ୍ ସହ କାର ଧକ୍କାରେ ୭ ମୃତ


Also Read: Milk Side Effects: ପ୍ରତିଦିନ କ୍ଷୀର ପିଉଥିଲେ ସାବଧାନ! ଆପଣଙ୍କ ଅଜାଣତେ ହୋଇପାରେ ଗମ୍ଭୀର ରୋଗ