ନୂଆଦିଲ୍ଲୀ: ଦେଶରେ କୋରୋନା ଭୂତାଣୁ (Coronavirus) ଯୋଗୁଁ ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟିଛି । ଏହି ମହାମାରୀରେ ହଜାର ହଜାର ଶିଶୁ ନିଜର ମାତା-ପିତାଙ୍କୁ ହରାଇ ଅନାଥ ହୋଇଯାଇଛନ୍ତି । ଜାତୀୟ ଶିଶୁ ସୁରକ୍ଷା ସଂରକ୍ଷଣ ଆୟୋଗ (NCPCR) ମଙ୍ଗଳବାର ସୁପ୍ରିମକୋର୍ଟ (Supreme Court) ଙ୍କୁ କହିଛି ଯେ ରାଜ୍ୟ ଦ୍ୱାରା ମେ ୨୯ ପର୍ଯ୍ୟନ୍ତ ପ୍ରଦାନ କରାଯାଇଥିବା ତଥ୍ୟ ଅନୁଯାୟୀ ୯୩୪୬ ଜଣ ଶିଶୁ ଅଛନ୍ତି ଯେଉଁମାନେ କୋରୋନା ମହାମାରୀ ହେତୁ ଅନାଥ (Orphan Child) ହୋଇଯାଇଛନ୍ତି ବା ନିଜର ପିତାମାତାଙ୍କୁ ହରାଇଛନ୍ତି ।


COMMERCIAL BREAK
SCROLL TO CONTINUE READING

ଅଧିକ ପଢ଼ନ୍ତୁ:-LIC ର ଏହି ପଲିସିରେ ପ୍ରତିଦିନ ୫୧ ଟଙ୍କା ନିବେଶ କରି ପାଇପାରିବେ ୩ ଲକ୍ଷ ୬୦ ହଜାର ଟଙ୍କା, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ଲାନ୍


ଜଷ୍ଟିସ୍ ଏଲଏନ୍ ରାଓ ଓ ଅନିରୁଦ୍ଧ ବୋଷଙ୍କ ଏକ ବେଞ୍ଚ ଆଗରେ ରଖାଯାଇଥିବା ଏକ ପୃଥକ ନୋଟରେ ମହାରାଷ୍ଟ୍ର ସରକାର କହିଛନ୍ତି ଯେ, ରାଜ୍ୟର ବିଭିନ୍ନ ସ୍ଥାନରୁ ମିଳିଥିବା ସୂଚନା ଅନୁଯାୟୀ ମେ ୩୦ ସୁଦ୍ଧା ୪,୪୫୧ ପିଲା ସେମାନଙ୍କ ପିତାମାତାଙ୍କ ମଧ୍ୟରୁ ଜଣଙ୍କୁ ହରାଇଛନ୍ତି ଓ ୧୪୧ ଜଣ ଏପରି ପିଲା ଅଛନ୍ତି ଯେଉଁମାନଙ୍କ ପିତାମାତା ଉଭୟଙ୍କ ମୃତ୍ୟୁ ହୋଇଯାଇଛି । 


ଉତ୍ତରପ୍ରଦେଶରେ ଏଭଳି ପିଲାମାନଙ୍କ ସଂଖ୍ୟା ସର୍ବାଧିକ


NCPCR ଓକିଲ ସ୍ୱରୂପମା ଚତୁର୍ବେଦୀଙ୍କ ଦ୍ୱାରା ଦାଖଲ ହୋଇଥିବା ଏକ ଆଫିଡେଭିଟରେ କୁହାଯାଇଛି ଯେ ଉତ୍ତରପ୍ରଦେଶରେ ସର୍ବାଧିକ ୨୧୧୦ ପିଲା ଅଛନ୍ତି । ଏହା ସହିତ ବିହାରରେ ୧୩୨୭ ପିଲା, କେରଳରେ ୯୫୨ ଏବଂ ମଧ୍ୟପ୍ରଦେଶରେ ୭୧୨ ପିଲା ଅନାଥ ହୋଇଛନ୍ତି କିମ୍ବା କୋରୋନା ମହାମାରୀ ହେତୁ ପିତାମାତାଙ୍କ ମଧ୍ୟରୁ ଜଣକୁ ହରାଇଛନ୍ତି ।


ଅଧିକ ପଢ଼ନ୍ତୁ:-କୋରୋନାର କରୁଣ କାହାଣୀ: ଗୋଟିଏ ପରିବାରର ୮ ଜଣଙ୍କର ମୃତ୍ୟୁ, ଏପର୍ଯ୍ୟନ୍ତ ହୋଇନାହିଁ ଯାଞ୍ଚ


ଦେଶର ସବୁଠାରୁ ବଡ କୋର୍ଟ ରାଜ୍ୟ ସରକାରଙ୍କୁ କହିଛନ୍ତି ଯେ, ସେମାନେ ଜୁନ ୭ ପର୍ଯ୍ୟନ୍ତ NCPCR ର ୱେବସାଇଟ୍ 'ବାଲ ସ୍ୱରାଜ'ରେ ଡାଟା ଅପଲୋଡ୍ କରନ୍ତୁ ଓ କୋରୋନା ଭୂତାଣୁ ସଂକ୍ରମଣ ହେତୁ ପ୍ରଭାବିତ ପିଲାମାନଙ୍କ ସମ୍ବନ୍ଧୀୟ ବିବରଣୀ ଉପଲବ୍ଧ କରାନ୍ତୁ । ବାଲ ଗୃହରେ କୋଭିଡ ବିସ୍ତାର ବିଷୟରେ ସୁ ମୋଟୁ କଗ୍ନିଜେସନ ନେଇ ସୁପ୍ରିମକୋର୍ଟ ଏକ ମାମଲାର ଶୁଣାଣି କରୁଛନ୍ତି ।


ଅଧିକ ପଢ଼ନ୍ତୁ:-ପୁଣିଥରେ ଦିଲ୍ଲୀ ଆସିଲେ ନାହିଁ ଅଲପନ ବନ୍ଦୋପାଧ୍ୟାୟ, ଏବେ ମୋଦି ସରକାର ନେଇପାରନ୍ତି ଏହି ଆକ୍ସନ


ଏନସିପିସିଆର ଏହାର ଆଫିଡେଭିଟରେ କହିଛି ଯେ କୋରୋନା ମାମଲାରେ ବୃଦ୍ଧି ଏବଂ ବହୁ ସଂଖ୍ୟକ ଲୋକଙ୍କ ମୃତ୍ୟୁକୁ ଦୃଷ୍ଟିରେ ରଖି ଶିଶୁମାନଙ୍କର ଅଧିକାରର ସୁରକ୍ଷା ପାଇଁ ଅତିରିକ୍ତ ଉଦ୍ୟମ କରାଯିବା ଆବଶ୍ୟକ । ଏହି ଦିଗରେ ପ୍ରଥମ ପଦକ୍ଷେପ ହେଉଛି ଅଭାବୀ ପିଲାମାନଙ୍କୁ ଚିହ୍ନଟ କରିବା ଏବଂ ଏହିପରି ପିଲାମାନଙ୍କୁ ଚିହ୍ନିବା ପାଇଁ ଏକ ସିଷ୍ଟମ ବିକାଶ କରିବା । ଆୟୋଗ କହିଛି ଯେ ସେ 'ବାଲ ସ୍ୱରାଜ' ପୋର୍ଟାଲ ପ୍ରସ୍ତୁତ କରିଛି ଯାହା ମାଧ୍ୟମରେ ଏଭଳି ପିଲାଙ୍କ ତଥ୍ୟ ସଂଗ୍ରହ କରାଯାଉଛି ।