Champions Trophy 2025: ଫେବୃଆରୀ ୧୯ ଫେବୃଆରୀରୁ ଆରମ୍ଭ ହେବାକୁ ଯାଉଛି ଚାମ୍ପିଅନ୍ସ ଟ୍ରଫି ୨୦୨୫। ଚାମ୍ପିଅନ୍ସ ଟ୍ରଫି ୨୦୨୫ ଆରମ୍ଭ ପୂର୍ବରୁ ଅଷ୍ଟ୍ରେଲୀୟା କ୍ରିକେଟ୍ ଟିମ୍ ପାଇଁ ଖରାପ ଖବର ଆସିଛି। ଦଳର ଷ୍ଟାର ଖେଳାଳି ଆହତ କାରଣରୁ ଟୁର୍ଣ୍ଣାମେଣ୍ଟରୁ ବଞ୍ଚିତ ହୋଇପାରନ୍ତି।
ଚାମ୍ପିଅନ୍ସ ଟ୍ରଫି ୨୦୨୫ ପୂର୍ବରୁ ଅଷ୍ଟ୍ରେଲିଆ ଦଳ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇପାରେ। ତାଙ୍କ ଅଧିନାୟକତ୍ୱରେ କଙ୍ଗାରୁ ଦଳକୁ ବିଶ୍ୱ ଚାମ୍ପିଅନ୍ ହୋଇଥିାବ କ୍ୟାପଟେନ୍ ପେଟ୍ କମିନ୍ସ ଏହି ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିପାରନ୍ତି। ବାସ୍ତବରେ, କମିନ୍ସଙ୍କ ଗୋଡରେ କିଛି ଆଘାତ ଲାଗିଥିବା ସୂଚନା ମିଳିଛି ଏବଂ ଏଥିପାଇଁ ତାଙ୍କୁ ଏକ ସ୍କାନ୍ କରିବାକୁ ପଡିବ। ସ୍କାନ୍ ପରେ କମିନ୍ସଙ୍କ ଆଘାତ କେତେ ଗୁରୁତର ତାହା ଜଣାପଡିବ। ତେବେ ଖବର ଅନୁଯାୟୀ ଫେବୃଆରୀରେ ଅନୁଷ୍ଠିତ ହେବାକୁ ଥିବା ଏହି ମେଗା ଇଭେଣ୍ଟରେ କମିନ୍ସ ଖେଳିବା କଷ୍ଟକର ମନେହୁଏ।
କାର୍ଯ୍ୟସୂଚୀ:
-ପାକିସ୍ତାନ ବନାମ ନ୍ୟୁଜିଲ୍ୟାଣ୍ଡ, କରାଚି, ପାକିସ୍ଥାନ(ଫେବୃଆରୀ ୧୯ ତାରିଖ)
-ବାଂଲାଦେଶ ବନାମ ଭାରତ, ଦୁବାଇ( ଫେବୃଆରୀ ୨୦)
-ଆଫଗାନିସ୍ତାନ ବନାମ ଦକ୍ଷିଣ ଆଫ୍ରିକା, କରାଚି, ପାକିସ୍ଥାନ( ଫେବୃଆରୀ ୨୧)
-ଅଷ୍ଟ୍ରେଲିଆ ବନାମ ଇଂଲଣ୍ଡ, ଲାହୋର, ପାକିସ୍ଥାନ (ଫେବୃଆରୀ ୨୨)
-ପାକିସ୍ତାନ ବନାମ ଭାରତ, ଦୁବାଇ (ଫେବୃଆରୀ ୨୩)
- ବାଂଲାଦେଶ ବନାମ ନ୍ୟୁଜିଲ୍ୟାଣ୍ଡ, ରାୱଲପିଣ୍ଡି, ପାକିସ୍ଥାନ(ଫେବୃଆରୀ ୨୩)
-ଅଷ୍ଟ୍ରେଲିଆ ବନାମ ଦକ୍ଷିଣ ଆଫ୍ରିକା, ରାୱଲପିଣ୍ଡି, ପାକିସ୍ଥାନ ( ଫେବୃଆରୀ ୨୩)
-ଆଫଗାନିସ୍ତାନ ବନାମ ଇଂଲଣ୍ଡ, ଲାହୋର, ପାକିସ୍ଥାନ( ଫେବୃଆରୀ ୨୬)
-ପାକିସ୍ତାନ ବନାମ ବାଂଲାଦେଶ, ରାୱଲପିଣ୍ଡି, ପାକିସ୍ଥାନ (ଫେବୃଆରୀ ୨୭)
-ଆଫଗାନିସ୍ତାନ ବନାମ ଅଷ୍ଟ୍ରେଲିଆ, ଲାହୋର, ପାକିସ୍ଥାନ(ଫେବୃଆରୀ ୨୮)
-ଦକ୍ଷିଣ ଆଫ୍ରିକା ବନାମ ଇଂଲଣ୍ଡ, କରାଚି, ପାକିସ୍ଥାନ(ମାର୍ଚ୍ଚ ୧)
-ନ୍ୟୁଜିଲ୍ୟାଣ୍ଡ ବନାମ ଭାରତ, ଦୁବାଇ ( ମାର୍ଚ୍ଚ ୨)
-୪ ମାର୍ଚ୍ଚ, ସେମିଫାଇନାଲ୍ ୧, ନିରପେକ୍ଷ ସ୍ଥାନ (ଯଦି ଭାରତ ଯୋଗ୍ୟତା ହାସଲ କରେ)
-୫ ମାର୍ଚ୍ଚ, ସେମିଫାଇନାଲ ୨, ଲାହୋର, ପାକିସ୍ଥାନ
-୯ ମାର୍ଚ୍ଚ, ଫାଇନାଲ୍, ଲାହୋର
-୧୦ ମାର୍ଚ୍ଚ, ରିଜର୍ଭ ଦିବସ