ନୂଆଦିଲ୍ଲୀ: ଆଧାର କାର୍ଡ (Aadhaar card) ଭାରତ ସରକାର (Indian Government) ଙ୍କ ଅନେକ ଯୋଜନାର ଆଧାର ହୋଇଯାଇଛି । କିନ୍ତୁ ବର୍ତ୍ତମାନ ଏଥିରେ ଜୀବନ ମଧ୍ୟ ଯୋଡି ଯାଇଛି । ଆଜ୍ଞା ହଁ, ଜାନୁୟାରୀ ୧୬ ଠାରୁ ଆପଣଙ୍କର ଆଧାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ହେବ । କାରଣ ଏହା କେବଳ ସରକାରୀ ଯୋଜନାରେ ନୁହେଁ, କୋରୋନା ଟିକା (Coronavirus Vaccine) ପାଇବାରେ ମଧ୍ୟ ଆବଶ୍ୟକ ହେବ । ଜାଣନ୍ତୁ ଆଧାର କାହିଁକି ଗୁରୁତ୍ୱପୂର୍ଣ୍ଣ ହୋଇଛି...


COMMERCIAL BREAK
SCROLL TO CONTINUE READING

ଅଧିକ ପଢ଼ନ୍ତୁ:-କୋରୋନା ଟିକାକରଣକୁ ନେଇ ରାଜ୍ୟଙ୍କୁ ନିର୍ଦ୍ଦେଶ ଦେଲା କେନ୍ଦ୍ର, କହିଲା-କାହାକୁ ଲାଗିବ ଟିକା ଓ କାହାକୁ ନାହିଁ


ଭାରତ ସରକାର ଜାନୁୟାରୀ ୧୬ରୁ ବିଶ୍ୱର ସର୍ବବୃହତ ଟିକାକରଣ (Vaccination) ଡ୍ରାଇଭ ଆରମ୍ଭ କରିବାକୁ ଘୋଷଣା କରିଛନ୍ତି । ୩ କୋଟି କୋରୋନା ଫ୍ରଣ୍ଟ କର୍ମଚାରୀ ତଥା ୫୦ ବର୍ଷରୁ ଅଧିକ ବୟସ୍କ ତଥା ଗୁରୁତର ରୋଗରେ ପୀଡିତ (୫୦ ବର୍ଷରୁ କମ୍) ଲୋକଙ୍କୁ କୋରୋନା ଟିକା ଲଗାଇବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ।


ଆଧାର କାର୍ଡ ମୋବାଇଲ୍ ନମ୍ବର (Mobile Number) ସହିତ ଲିଙ୍କ୍ ହେଲେ ହିଁ ଏହି ଟିକା ଲଗାଇବାକୁ  ସରକାର ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ଲୋକଙ୍କୁ ପଞ୍ଜୀକରଣ କରିବାକୁ ପଡିବ, ଯାହାର ଚିହ୍ନଟ ଆଧାର ଓ ଏହା ସହିତ ଜଡ଼ିତ ମୋବାଇଲ ନମ୍ୱରରେ ଆସିଥିବା OTP ଦ୍ୱାରା କରାଯିବ । ଏହି କାରଣ ହେଉଛି ବର୍ତ୍ତମାନ ସାଧାରଣ ଲୋକଙ୍କ ଜୀବନ ସହିତ ଆଧାର ମଧ୍ୟ ଜଡ଼ିତ ।


ଅଧିକ ପଢ଼ନ୍ତୁ:-ବଡ଼ ଖବର: ୨୦ ଲକ୍ଷ ଚାଷୀଙ୍କ ଠାରୁ ଫେରାଇ ନିଆଯିବ 'ପିଏମ କିସାନ ନିଧି ସ୍କିମ୍'ର ୧,୩୪୪ କୋଟି ଟଙ୍କା!


ବର୍ତ୍ତମାନ ସମୟରେ ଆଧାରର ବ୍ୟବହାରର ସରକାରୀ ସବସିଡି ପାଇବା ପାଇଁ, ସରକାରୀ ଯୋଜନା ଯେପରିକି ଡାଇରେକ୍ଟ ବେନିଫିଟ୍ ଟ୍ରାନଫରରେ ହୋଇଥାଏ । ଏପରିକି ଚାଷୀଙ୍କ ପ୍ରତି ୩ ମାସରେ ମିଳୁଥିବା ୨୦୦୦ ଟଙ୍କାର ରାଶି ମଧ୍ୟ ଆଧାର ଆକାଉଣ୍ଟରେ ମିଳିଥାଏ ।


ଅଧିକ ପଢ଼ନ୍ତୁ:-'ଡିଜିଜ୍ X' ହେବ ପରବର୍ତ୍ତୀ ବିନାଶକାରୀ ମହାମାରୀ?


କୋରୋନା ଟିକାକରଣ ପାଇଁ ଭାରତ ସରକାର Co-Win digital platform ଗଢ଼ିଛନ୍ତି । ଯେଉଁଥିରେ ଆଧାର ସହିତ ଲିଙ୍କ୍ ମୋବାଇଲରେ OTP ପହଞ୍ଚିବା ପରେ ଚିହ୍ନଟ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବ । କେବଳ ଏତିକି ନୁହେଁ, ଟିକାକରଣର ପ୍ରଥମ ଡୋଜ ପାଇବା ପରେ ତୁରନ୍ତ ଏକ ଡିଜିଟାଲ୍ ଟିକାକରଣ ପ୍ରମାଣପତ୍ର ମଧ୍ୟ ଜେନରେଟ ହେବ । ଏବଂ ଏଠାରୁ ଆପଣ ଦ୍ୱିତୀୟ ଡୋଜ ପାଇଁ ଏକ ସ୍ମାରକ ପାଇବେ । ଯଦି ଆପଣଙ୍କର ଆଧାର ଲିଙ୍କ୍ ହୋଇଥିବା ମୋବାଇଲ୍ ନମ୍ବର ନାହିଁ, ତେବେ ଆପଣ ଟିକାକରଣରେ ଅନ୍ତର୍ଭୁକ୍ତ ହେବେ ନାହିଁ ।