ଯଦି ଆପଣଙ୍କ ମୋବାଇଲ୍ ନମ୍ବର ଆଧାରରେ ହୋଇନାହିଁ ଲିଙ୍କ୍, ତେବେ ଅଟକି ଯିବ ଏହି କାମ
ଆଧାରରେ ଯଦି ଆପଣଙ୍କର ପଞ୍ଜୀକୃତ ମୋବାଇଲ୍ ନମ୍ବର ନାହିଁ, ତେବେ ଆପଣ ଆଧାର ନମ୍ବର ଯାଞ୍ଚ କରିବାରେ ସମର୍ଥ ହେବେ ନାହିଁ ।
ନୂଆଦିଲ୍ଲୀ: ଆଜିକାଲି ପରିଚୟ ପତ୍ର ଓ ଆବାସିକ ପ୍ରମାଣ ଭାବରେ ଆଧାର (Aadhaar) ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆପଣଙ୍କର ଆଧାର କାର୍ଡ ସବୁବେଳେ ଅପଡେଟ୍ ରହିବା ଜରୁରୀ । ଏଥିରେ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଆପଣଙ୍କର ମୋବାଇଲ୍ ନମ୍ବର (Mobile Number) କୁ ଆଧାରରେ ଲିଙ୍କ୍ କରିବା । ଯଦି ଆପଣ ଏପର୍ଯ୍ୟନ୍ତ ଆପଣଙ୍କର ଆଧାର କାର୍ଡ (Aadhaar Card) ସହିତ ଆପଣଙ୍କର ମୋବାଇଲ୍ ନମ୍ବର ଲିଙ୍କ୍ କରିନାହାଁନ୍ତି, ତେବେ ଆପଣ ଅନେକ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି ।
ଅଧିକ ପଢ଼ନ୍ତୁ:-ଖୁବ୍ ଶୀଘ୍ର କେନ୍ଦ୍ର କର୍ମଚାରୀ ଓ ପେନସନଭୋଗୀଙ୍କୁ ବଡ଼ ଉପହାର ଦେବେ ମୋଦି ସରକାର, ବଢ଼ିବ ମହଙ୍ଗା ଭତ୍ତା!
ଏହି ଜରୁରୀ କାମ କରିପାରିବେ ନାହିଁ
ଆଧାରରେ ଯଦି ଆପଣଙ୍କର ପଞ୍ଜୀକୃତ ମୋବାଇଲ୍ ନମ୍ବର ନାହିଁ, ତେବେ ଆପଣ ଆଧାର ନମ୍ବର ଯାଞ୍ଚ କରିବାରେ ସମର୍ଥ ହେବେ ନାହିଁ । ଏହା ବ୍ୟତୀତ ମୋବାଇଲ୍ ନମ୍ବର କିମ୍ବା ଇମେଲ୍ ମଧ୍ୟ ଭେରିଫାଇ୍ ହୋଇପାରିବେ ନାହିଁ । ଆଧାରର ସଂସ୍ଥା UIDAI ମଧ୍ୟ ଲୋକଙ୍କୁ ଭର୍ଚୁଆଲ୍ ଆଇଡି ଜେନେରେଟ୍ କରିବାକୁ ସୁବିଧା ଦେଇଛି । ଯଦି ଆପଣଙ୍କର ମୋବାଇଲ୍ ନମ୍ବର ପଞ୍ଜିକୃତ ହୋଇନାହିଁ, ତେବେ ଆପଣ ମଧ୍ୟ ଏହି ସୁବିଧାର ଲାଭ ଉଠାଇବାକୁ ସମର୍ଥ ହେବେ ନାହିଁ । ଆହୁରି ମଧ୍ୟ ଆଧାର ପେପରଲେସ୍ ଅଫଲାଇନ୍ ଇ- KYC ମଧ୍ୟ ସମ୍ଭବ ହୋଇପାରିବ ନାହିଁ । ଏହା ବ୍ୟତୀତ ଆପଣ ଆପଣଙ୍କ ବାୟୋମେଟ୍ରିକ୍ ଲକ୍ କିମ୍ବା ଅନଲକ୍ କରିପାରିବେ ନାହିଁ ।
ଅଧିକ ପଢ଼ନ୍ତୁ:-କୋରୋନା ଅପେକ୍ଷା ଏହି ୬ଟି ରୋଗ ଅଧିକ ବିପଜ୍ଜନକ, କାହିଁକି ଏହାକୁ ନେଇ ଚେତାବନୀ ଦେଉଛନ୍ତି ବୈଜ୍ଞାନିକ?
ଏହିପରି କରାନ୍ତୁ ମୋବାଇଲ୍ ନମ୍ବର ପଞ୍ଜିକୃତ
ଷ୍ଟେପ୍ ୧: ଆଧାର ଏନରୋଲମେଣ୍ଟ କିମ୍ବା ଅପଡେଟ କେନ୍ଦ୍ରକୁ ଯାଆନ୍ତୁ ।
ଷ୍ଚେପ୍ ୨ : ଆଧାର ସଂଶୋଧନ ଫର୍ମ ପୁରଣ କରନ୍ତୁ ।
ଷ୍ଟେପ୍ ୩: ଆପଣଙ୍କ ବର୍ତ୍ତମାନର ମୋବାଇଲ ନମ୍ୱର ପୂରଣ କରନ୍ତୁ, ଯାହାକୁ ଆଧାରରେ ଅପଡେଟ୍ କରାଯିବ ।
ଷ୍ଟେପ୍ ୪: ଫର୍ମ ଜମା କରନ୍ତୁ ଏବଂ ପ୍ରମାଣ ପାଇଁ ଆପଣଙ୍କର ବାୟୋମେଟ୍ରିକ୍ସ ଦିଅନ୍ତୁ ।
ଷ୍ଟେପ୍ ୫: ଆଧାର କର୍ମଚାରୀ ଆପଣଙ୍କୁ ଏହା ଉପରେ ଏକ ସ୍ୱୀକୃତି ସ୍ଲିପ୍ ଦେବେ ।
ଷ୍ଟେପ୍ ୬: ସ୍ଲିପରେ ଅପଡେଟ୍ ଅନୁରୋଧ ନମ୍ବର (URN) ରହିଥାଏ ।
ଷ୍ଟେପ୍ ୭: ଆଧାର ଅପଡେଟ୍ ସ୍ଥିତିକୁ ଟ୍ରାକ୍ କରିବାକୁ URN ର ବ୍ୟବହାର କରାଯାଇପାରିବ ।