ନୂଆଦିଲ୍ଲୀ: Aadhaar Card Update: ଆଧାର କାର୍ଡ (Aadhar Card) ଏକ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ । ଏହା ବିନା ଅନେକ କାର୍ଯ୍ୟ ଅଟକିଯାଏ । ଏଥି ସହିତ ପ୍ରାୟ ସମସ୍ତ ସରକାରୀ କାର୍ଯ୍ୟରେ ଏହାର ଆବଶ୍ୟକତା ରହିଛି । ଏପରି ପରିସ୍ଥିତିରେ ଏହା ବିଷୟରେ ସର୍ବଦା ଅପଡେଟ୍ ରହିବା ଜରୁରୀ । ଅନେକ ଥର ଏହା ଘଟେ ଯେ କିଛି ଡିଟେଲ୍ସ ବଦଳିଯାଏ ଓ କାର୍ଡରେ ରେକର୍ଡ ଥିବା ସବିଶେଷ ତଥ୍ୟ ପୁରୁଣା ହୋଇଯାଏ, ଏ କ୍ଷେତ୍ରରେ ସେମାନଙ୍କୁ ଅପଡେଟ୍ କରିବାକୁ ପଡେ । ଉଦାହରଣ ସ୍ୱରୂପ, ଯଦି କେହି ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଆନ୍ତି, ତେବେ ସେ ତାଙ୍କ ଆଧାର କାର୍ଡରେ ନିଜର ଠିକଣା ପରିବର୍ତ୍ତନ କରିବାକୁ ଚାହାଁନ୍ତି । କିଛି ଲୋକ ସେମାନଙ୍କର ନାମର ବନାନ କିମ୍ବା ଜନ୍ମ ତାରିଖ ମଧ୍ୟ ପରିବର୍ତ୍ତନ କରନ୍ତି ଏବଂ ଏହାକୁ ଆଧାର କାର୍ଡରେ ରେକର୍ଡ କରିବାକୁ ଚାହାଁନ୍ତି । ଏହି ପରିସ୍ଥିତିରେ ଆପଣ ଆପଣଙ୍କର ଆଧାର କାର୍ଡ (Aadhar Card) ରେ କେତେଥର ପରିବର୍ତ୍ତନ କରିପାରିବେ ତାହା ଜାଣିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ ବା UIDAI ଆଧାର କାର୍ଡରେ ନାମ, ଠିକଣା କିମ୍ବା ଜନ୍ମ ତାରିଖ ବଦଳାଇବାକୁ ସୀମିତ ସୁଯୋଗ ଦେଇଥାଏ ।


COMMERCIAL BREAK
SCROLL TO CONTINUE READING

ଆଧାରରେ ଆପଣ କେତେଥର ପରିବର୍ତ୍ତନ କରିପାରିବେ ନାମ


UIDAI ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ, ଜଣେ ଉପଭୋକ୍ତା ଆଧାରରେ କେବଳ ଦୁଇଥର ତାଙ୍କ ନାମ ପରିବର୍ତ୍ତନ କରିପାରିବେ । UIDAI ଏ ବାବଦରେ ଏକ ବିଜ୍ଞପ୍ତି ଜାରି କରିସାରିଛି । ଅର୍ଥାତ ଯଦି ଆପଣ ଆପଣଙ୍କର ଆଧାର (Aadhar Card) ରେ ନାମ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି, ତେବେ କେବଳ ଦୁଇଥର ଆପଣ ଏହି ପରିବର୍ତ୍ତନ କରିବାର ସୁଯୋଗ ପାଇବେ । ଏହା ପରେ ଆପଣ ଆଧାର କାର୍ଡରେ ଆପଣଙ୍କ ନାମ ସମ୍ବନ୍ଧରେ କୌଣସି ପରିବର୍ତ୍ତନ କରିବାକୁ ସମର୍ଥ ହେବେ ନାହିଁ ।


ଆଧାରରେ କେତେଥର ପରିବର୍ତ୍ତନ କରାଯାଇପାରିବ ଜନ୍ମ ତାରିଖ


କୌତୁହଳର ବିଷୟ, ଜନ୍ମ ତାରିଖ ହେଉଛି ଏକମାତ୍ର ସୂଚନା ଯାହା କେବେ ପରିବର୍ତ୍ତନ ହୁଏ ନାହିଁ । ଆଧାର କାର୍ଡଧାରୀମାନେ ସେମାନଙ୍କର ନାମ ପରି ଆଧାର କାର୍ଡ (Aadhaar) ରେ ଜନ୍ମ ତାରିଖ ପରିବର୍ତ୍ତନ କରିପାରିବେ ନାହିଁ । ଡାଟା ଏଣ୍ଟ୍ରି ସମୟରେ କୌଣସି ତ୍ରୁଟି ହେଲେ ଆଧାରରେ ଜନ୍ମ ତାରିଖ ଅପଡେଟ୍ କରିବାର ପରିସ୍ଥିତି ନିଶ୍ଚିତ ଭାବରେ ଉପୁଜିପାରେ । ତେଣୁ, ଆପଣ ଜନ୍ମ ତାରିଖ ଆଧାର କାର୍ଡରେ କେବଳ ଥରେ ଅପଡେଟ୍ କରିପାରିବେ ।


ଠିକଣା ଓ ଲିଙ୍ଗ କେତେଥର ଅପଡେଟ୍ ହୋଇପାରିବ?


ଆଧାର କାର୍ଡଧାରୀମାନେ ମଧ୍ୟ ସେମାନଙ୍କ କାର୍ଡରେ ଠିକଣା ଅପଡେଟ୍ କରିପାରିବେ, କିନ୍ତୁ ଏହି ସୂଚନା କେବଳ ଥରେ ଅପଡେଟ୍ ହୋଇପାରିବ । ଅନ୍ୟ ପଟେ, ଯେତେବେଳେ ଲିଙ୍ଗ କଥା ଆସେ, UIDAI ମଧ୍ୟ କାର୍ଡଧାରୀଙ୍କୁ ତାଙ୍କ ଲିଙ୍ଗ ଅପଡେଟ୍ କରିବାର ବିକଳ୍ପ ଦେଇଥାଏ । ତଥାପି, ଠିକଣା ଓ ଜନ୍ମ ତାରିଖ ପରି କାର୍ଡଧାରୀ ଏହି ସୂଚନାକୁ କେବଳ ଥରେ ଅପଡେଟ୍ କରିପାରିବେ ।


ଏହା ବି ପଢ଼ନ୍ତୁ:-ପୁଣି ଖସିଲା ସୁନା-ରୁପା ଦର, ଜାଣନ୍ତୁ ଆଜି କ'ଣ ରହିଛି ରେଟ୍


ଏହା ବି ପଢ଼ନ୍ତୁ:-ଆସୁଛି ଆଉ ଏକ ଲଘୁଚାପ, ଏସବୁ ଜିଲ୍ଲା ପାଇଁ ପ୍ରବଳ ବର୍ଷାର ଚେତାବନୀ ଜାରି


ଏହା ବି ପଢ଼ନ୍ତୁ:-SBI, HDFC ଏବଂ ICICI ବ୍ୟାଙ୍କର ଗ୍ରାହକଙ୍କ ପାଇଁ ଜରୁରୀ ଖବର, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କଲେ ଏହି ବଡ଼ ଘୋଷଣା


 


ଆଧାର କାର୍ଡ ଅପଡେଟ୍ କରିବାକୁ ଏସବୁ ଜରୁରୀ ଡକ୍ୟୁମେଣ୍ଟ୍ ଆବଶ୍ୟକ 


୧. ନାମ ପରିବର୍ତ୍ତନ ପାଇଁ ଭୋଟର ଆଇଡି କାର୍ଡ, ପାସପୋର୍ଟ, ଡ୍ରାଇଭିଂ ଲାଇସେନ୍ସ ପରି ପରିଚୟ ପ୍ରୁଫ୍ ଡକ୍ୟୁମେଣ୍ଟ୍ ଦରକାର ।


୨. ଠିକଣା ଅପଡେଟ୍ କରିବା କ୍ଷେତ୍ରରେ ବ୍ୟାଙ୍କ ଷ୍ଟେଟମେଣ୍ଟ କିମ୍ବା ପାସବୁକ୍, ରାସନ୍ କାର୍ଡ, ୱାଟର ବିଲ୍ ପରି ଠିକଣା ଡକ୍ୟୁମେଣ୍ଟ୍ ଆବଶ୍ୟକ ହେବ ।


୩. ଯେତେବେଳେ କି ଲିଙ୍ଗ ପରିବର୍ତ୍ତନ କ୍ଷେତ୍ରରେ କୌଣସି ଡକ୍ୟୁମେଣ୍ଟ ଆବଶ୍ୟକ ନାହିଁ । ଯଦି ଜଣେ ଉପଭୋକ୍ତା ଜନ୍ମ ତାରିଖ ପରିବର୍ତ୍ତନ କରିବାକୁ ଚାହାଁନ୍ତି, ତେବେ ସେମାନେ ସେମାନଙ୍କର ଜନ୍ମ ପ୍ରମାଣପତ୍ର, ପାସପୋର୍ଟ କିମ୍ବା କୌଣସି ବିଶ୍ୱବିଦ୍ୟାଳୟର ମାର୍କ ସିଟ୍ କର୍ତ୍ତୃପକ୍ଷଙ୍କ ନିକଟରେ ଦାଖଲ କରିପାରିବେ ।