ଆସୁଛି ଆଉ ଏକ ଲଘୁଚାପ, ଏସବୁ ଜିଲ୍ଲା ପାଇଁ ପ୍ରବଳ ବର୍ଷାର ଚେତାବନୀ ଜାରି
Advertisement

ଆସୁଛି ଆଉ ଏକ ଲଘୁଚାପ, ଏସବୁ ଜିଲ୍ଲା ପାଇଁ ପ୍ରବଳ ବର୍ଷାର ଚେତାବନୀ ଜାରି

 Odisha Weather Update: ଆସନ୍ତାକାଲି ଉପକୂଳ ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ଅତିପ୍ରବଳ ବର୍ଷା (Odisha Heavy Rain) ପାଇଁ ଅରେଞ୍ଜ ଚେତାବନୀ ଜାରି କରାଯାଇଛି । ସେହିପରି ଅଗଷ୍ଟ ୨୦ରେ ପଶ୍ଚିମ ଓଡି଼ଶାରେ ଅତିପ୍ରବଳ ବର୍ଷା ହେବାର  ପୂର୍ବାନୁମାନ କରାଯାଇଛି ।

ପ୍ରତୀକାତ୍ମକ ଫଟୋ

ଭୁବନେଶ୍ୱର: Odisha Weather Update: ସକ୍ରିୟ ହେଉଛି ଆଉ ଏକ ଘୁର୍ଣ୍ଣିବଳୟ । ଯାହା ଫଳରେ ଆଜିଠାରୁ ରାଜ୍ୟରେ ବର୍ଷାର ପରିମାଣ ବଢ଼ିବ । ଦକ୍ଷିଣ ମିଆଁମାର ଓ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିଛି ଘୁର୍ଣ୍ଣିବଳୟ । ଯାହା ପ୍ରଭାବରେ ଅଗଷ୍ଟ ୧୯ ତାରିଖ ସୁଦ୍ଧା ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ  ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ ସମ୍ଭାବନା ରହିଛି । ରାଜ୍ୟର ଉପକୂଳ ସମେତ ପାର୍ଶ୍ଵବର୍ତ୍ତୀ କିଛି ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ଚେତାବନୀ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର (Bhubaneswar Meteorological Centre) । ସେପଟେ ଆସନ୍ତାକାଲି ଅର୍ଥାତ ଅଗଷ୍ଟ ୧୯ରେ ରାଜ୍ୟ ଉପରେ ସର୍ବାଧିକ ପ୍ରଭାବ ରହିବ । ଆସନ୍ତାକାଲି ଉପକୂଳ ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ଅତିପ୍ରବଳ ବର୍ଷା (Odisha Heavy Rain) ପାଇଁ ଅରେଞ୍ଜ ଚେତାବନୀ ଜାରି କରାଯାଇଛି । ସେହିପରି ଅଗଷ୍ଟ ୨୦ରେ ପଶ୍ଚିମ ଓଡି଼ଶାରେ ଅତିପ୍ରବଳ ବର୍ଷା ହେବାର  ପୂର୍ବାନୁମାନ କରାଯାଇଛି ।

ପାଣିପାଗ କେନ୍ଦ୍ର ଆଜି ସକାଳ ୮.୩୦ ଯାଏଁ  ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି କେନ୍ଦ୍ର । ଯାହାର ପ୍ରଭାବରେ ରାଜ୍ୟର ଏସବୁ ଜିଲ୍ଲାରେ ପବନ ଓ ଘଡ଼ଘଡ଼ିର ସମ୍ଭାବନା ରହିଛି । ସେହିପରି ଆଜି ଅର୍ଥାତ ଅଗଷ୍ଟ ୧୮ରୁ ୧୯ ସକାଳ ୮.୩୦ ପର୍ଯ୍ୟନ୍ତ ପାଣିପାଗ କେନ୍ଦ୍ର ଯେଉଁସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି, ସେଗୁଡ଼ିକ ହେଲା କଳାହାଣ୍ଡି, କନ୍ଧମାଳ, ଗଜପତି, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଢେଙ୍କାନାଲ, ଯାଜପୁର, ଭଦ୍ରକ, ବାଲେଶ୍ୱର, କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ଝାରସୁଗୁଡ଼ା ଏବଂ ବରଗଡ଼ । ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା (Odisha Heavy Rainfall) ର ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ର ସୂଚନା ପ୍ରଦାନ କରିଛି । 

ଅନ୍ୟପକ୍ଷେ ଆସନ୍ତା ୧୯ ତାରିଖ ସକାଳ ୮.୩୦ରୁ ଅଗଷ୍ଟ ୨୦ ପର୍ଯ୍ୟନ୍ତ ଯେଉଁସବୁ ଜିଲ୍ଲା ପାଇଁ ଅରେଞ୍ଜ୍ ୱାର୍ଣ୍ଣିଂ ଜାରି କରାଯାଇଛି, ସେଗୁଡ଼ିକ ହେଲା କଳାହାଣ୍ଡି, ବଲାଙ୍ଗୀର, କନ୍ଧମାଳ, ସୁବର୍ଣ୍ଣପୁର, ବୌଦ୍ଧ, ଅନୁଗୋଳ, କଟକ, ଢେଙ୍କାନାଲ, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେଓଗଡ଼, ଯାଜପୁର, ଭଦ୍ରକ, କଟକ, କେନ୍ଦ୍ରପଡ଼ା, ଜଗତସିଂହପୁର ଏବଂ ସମ୍ୱଲପୁର । ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା (Odisha Heavy to Very Heavy Rainfall)ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର କହିଛି ।

ସେହିପରି ପାଣିପାଗ କେନ୍ଦ୍ର ଯେଉଁସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି, ସେଗୁଡ଼ିକ ହେଲା ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ଗଞ୍ଜାମ, ଗଜପତି, ନୂଆପଡ଼ା, ନୟାଗଡ଼, ଖୋର୍ଦ୍ଧା, ପୁରୀ, କେନ୍ଦୁଝର, ବାଲେଶ୍ୱର ଏବଂ ମୟୂରଭଞ୍ଜ । ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା (Odisha Heavy Rainfall) ର ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ର ସୂଚନା ପ୍ରଦାନ କରିଛି । 

ଏହା ବି ପଢ଼ନ୍ତୁ:-SBI, HDFC ଏବଂ ICICI ବ୍ୟାଙ୍କର ଗ୍ରାହକଙ୍କ ପାଇଁ ଜରୁରୀ ଖବର, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କଲେ ଏହି ବଡ଼ ଘୋଷଣା

ଏହା ବି ପଢ଼ନ୍ତୁ:-ସିନ୍ଦେ ଗୋଷ୍ଠୀରେ ଫାଟ, ଏକନାଥଙ୍କ ହାତରୁ ଯିବ ମହାରାଷ୍ଟ୍ର!

ଏହା ବି ପଢ଼ନ୍ତୁ:-ମୋଦିଙ୍କ ବୟାନ ଯୋଗୁଁ ସଙ୍କଟରେ ଏକନାଥ ସିନ୍ଦେ ଓ ମହାରାଷ୍ଟ୍ର ବିଜେପି!

ଚଳିତ ବର୍ଷ ୧ଜୁନରୁ ଅଗଷ୍ଟ ୧୪ ମଧ୍ୟରେ ମୌସୁମୀ ଜନିତ ସାମାନ୍ୟ ବୃଷ୍ଟିପାତ ୭୨୪.୮ ମିମି ତୁଳନାରେ ୭୭୧.୧ ମିମି ରହିଛି । ଏହି ଅବଧି ମଧ୍ୟରେ 7ଟି ଜିଲ୍ଲାରେ ଅଧିକ ବୃଷ୍ଟିପାତ, ୧ଟି ଜିଲ୍ଲାରେ ବର୍ଷା ଅଭାବ ଏବଂ ୨୨ଟି ଜିଲ୍ଲାରେ ସାମାନ୍ୟ ବୃଷ୍ଟିପାତ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ମୌସୁମୀ ଅତ୍ୟଧିକ ସକ୍ରିୟ ଯୋଗୁଁ ରାଜ୍ୟରେ ସ୍ୱାଭାବିକ ବର୍ଷା ୧୧.୫ ମିମି ତୁଳନାରେ ୫୪.୯ ମିମି ସହ ୩୭୭% ଅଧିକ ରେକର୍ଡ ହୋଇଛି । ସେହିପରି ଜଗତସିଂହପୁର ଜିଲ୍ଲାରେ ସର୍ବାଧିକ ହାରାହାରି ବର୍ଷା ୧୧୮.୫ ମିମି ଯାହା ସ୍ୱାଭାବିକ ବର୍ଷା ୬.୯ ମିମି ତୁଳନାରେ୧୬୧୮ ପ୍ରତିଶତ ଅଧିକ ରହିଛି ।

ଏଠାରେ କହି ରଖୁଛୁ ଯେ, ଦେଶର ଅନେକ ସ୍ଥାନରେ ପ୍ରବଳ ବର୍ଷା ଜାରି ରହିଛି । ପ୍ରବଳ ବର୍ଷା ଓ ବନ୍ୟା ପରିସ୍ଥିତି ଅନେକ ସ୍ଥାନରେ ଲୋକଙ୍କ ପାଇଁ ଏକ ସମସ୍ୟା ପାଲଟିଛି । ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଛତିଶଗଡ, ହିମାଚଳ ପ୍ରଦେଶ, ଓଡିଶା, ପଶ୍ଚିମବଙ୍ଗ, ଝାଡଖଣ୍ଡ, କେରଳ ଭଳି ରାଜ୍ୟରେ ବର୍ଷା ଓ ବନ୍ୟା ଯୋଗୁଁ ସାଧାରଣ ଜୀବନ ବ୍ୟାହତ ହୋଇଛି । ଆସନ୍ତା କିଛି ଦିନ ହେବ ଅନେକ ରାଜ୍ୟରେ ଲଗାତାର ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ (IMD) ।