ନୂଆଦିଲ୍ଲୀ: ସାରା ଦେଶରେ କୋରୋନା ସଙ୍କଟ (Coronavirus Crisis) ଜାରି ରହିଛି । ଏହି ସମୟରେ ମଧ୍ୟର ପ୍ରାୟ ୩,୦୦୦ ଜୁନିୟର ଡାକ୍ତର (Junia Doctors) ସାମୂହିକ ଇସ୍ତଫା ପ୍ରଦାନ କରିଛନ୍ତି । ନିଜର ବିଭିନ୍ନ ଦାବିକୁ ନେଇ ତିନି ଦିନ ପୂର୍ବେ ଧର୍ମଘଟ କରୁଥିବା ୬ଟି ମେଡିକାଲ କଲେଜର ଜୁନିୟର ଡାକ୍ତରଙ୍କୁ ୨୪ ଘଣ୍ଟା ମଧ୍ୟରେ କାମକୁ ଫେରିବାକୁ ମଧ୍ୟପ୍ରଦେଶ ହାଇକୋର୍ଟ ଗୁରୁବାର ଆଦେଶ ଦେଇଥିଲେ । ଯାହା ପରେ ଏହି ଜୁନିୟର ଡାକ୍ତରମାନେ ସାମୂହିକ ଇସ୍ତଫା ପ୍ରଦାନ କରିଛନ୍ତି । ମଧ୍ୟପ୍ରଦେଶ ଜୁନିଅର ଡାକ୍ତର ସଂଘ (ଜୁଡା)ର ସଭାପତି ଅରବିନ୍ଦ ମୀନା କହିଛନ୍ତି ଯେ, ରାଜ୍ୟର ୬ଟି ମେଡିକାଲ କଲେଜର ପ୍ରାୟ ୩,୦୦୦ ଜୁନିଅର ଡାକ୍ତର ଗୁରୁବାର ନିଜ ନିଜ ମେଡିକାଲ କଲେଜଗୁଡ଼ିକର ଡିନଙ୍କ ନିକଟରେ ସାମୂହିକ ଇସ୍ତଫା ଦେଇଛନ୍ତି ।


COMMERCIAL BREAK
SCROLL TO CONTINUE READING

ଅଧିକ ପଢ଼ନ୍ତୁ:-କେବଳ ୨ଟି ରାଜ୍ୟରେ ୯୦ ହଜାର ପିଲା ସଂକ୍ରମିତ ତ ସାରା ଦେଶରେ କେତେ ହେବ, କ'ଣ 'ତୃତୀୟ ଲହର'ର ହୋଇସାରିଛି କି ଏଣ୍ଟ୍ରି?


ସେ କହିଛନ୍ତି ଯେ, ରାଜ୍ୟ ସରକାର ତୃତୀୟ ବର୍ଷର ଜୁନିଅର ଡାକ୍ତରଙ୍କ ଇନରୋଲମେଣ୍ଟ ବାତିଲ କରିଛନ୍ତି, ତେଣୁ ବର୍ତ୍ତମାନ ଆମେ କିପରି ପରୀକ୍ଷାରେ ବସିବୁ । ସ୍ନାତକୋତ୍ତର (ପିଜି) କରୁଥିବା ଜୁନିଅର ଡାକ୍ତରଙ୍କୁ ତିନି ବର୍ଷର ଡିଗ୍ରୀ ମିଳିଥାଏ, ଅନ୍ୟପଟେ ଦୁଇ ବର୍ଷରେ ଡିପ୍ଲୋମା ହାସଲ କରାଯାଏ ।  ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିବାକୁ ଆମେ ଶୀଘ୍ର ସୁପ୍ରିମକୋର୍ଟ ଯିବୁ । ମେଡିକାଲ୍ ଅଫିସର୍ସ ଆସୋସିଏସନ୍ ଏବଂ ଫେଡେରେସନ୍ ଅଫ୍ ରେସିଡେଣ୍ଟ୍ ଡାକ୍ତର ଆସୋସିଏସନ୍ ମଧ୍ୟ ଆମ ସହିତ ଆସୁଛନ୍ତି । ମୀନା ଦାବି କରିଛନ୍ତି ଯେ ଛତିଶଗଡ, ରାଜସ୍ଥାନ, ଉତ୍ତରପ୍ରଦେଶ, କର୍ଣ୍ଣାଟକ, ତାମିଲନାଡୁ ସମେତ ସମସ୍ତ ରାଜ୍ୟ, AIIMS ଏବଂ ଘରୋଇ ଡାକ୍ତରଖାନାର ଜୁନିୟର ଡାକ୍ତର ଓ ସିନୟର ଡାକ୍ତରମାନେ ମଧ୍ୟ ଆମକୁ ସମର୍ଥନ କରିବେ ।


ଅଧିକ ପଢ଼ନ୍ତୁ:-ଦେଶରେ ଗତ ୨୪ ଘଣ୍ଟାରେ ୧.୩୨ ଲକ୍ଷ ମାମଲା ଚିହ୍ନଟ, ମୃତ୍ୟୁ ବରଣ କଲେ ଏତିକି ସଂକ୍ରମିତ


ସୂଚନାଯୋଗ୍ୟ ଯେ, ମଧ୍ୟପ୍ରଦେଶରେ ମହାମାରୀ ମଧ୍ୟରେ ଭୋପାଳ, ଇନ୍ଦୋର, ଗ୍ୱାଲିଅର, ଜବଲପୁର, ସାଗର ଏବଂ ରେୱାର ୬ଟି ସରକାରୀ ମେଡିକାଲ କଲେଜର ପ୍ରାୟ ୩୦୦୦ ସରକାରୀ ଜୁନିଅର ଡାକ୍ତର ସୋମବାରଠାରୁ ୬ଟି ଦାବିକୁ ନେଇ ଧର୍ମଘଟ କରୁଛନ୍ତି । ଜୁନିଅର ଡାକ୍ତରମାନେ ମୁଖ୍ୟତଃ ସରକାରଙ୍କ ଠାରୁ କୋରୋନା ସଂକ୍ରମଣ କ୍ଷେତ୍ରରେ ସେମାନଙ୍କ ସମ୍ମାନ ଦେୟ ଓ କୋରୋନା ସଂକ୍ରମଣ ହେଲେ ସେମାନଙ୍କୁ ଓ ସେମାନଙ୍କ ପରିବାର ପାଇଁ ମାଗଣା ଚିକିତ୍ସା ଦାବି କରୁଛନ୍ତି । ମୀନା ଦାବି କରିଛନ୍ତି ଯେ ରାଜ୍ୟ ସରକାର ସେମାନଙ୍କ ଦାବି ପୂରଣ କରିବାକୁ ୨୮ ଦିନ ପୂର୍ବରୁ ପ୍ରତିଶ୍ରୁତି ଦେଇଥିଲେ, କିନ୍ତୁ ସେବେଠାରୁ ଏହି ମାମଲାରେ କିଛି ହୋଇନାହିଁ ।