Explosion in Nagpur: ମହାରାଷ୍ଟ୍ର (Maharashtra) ନାଗପୁରେ ବାଜାରଗାଓଁରେ ଭୟଙ୍କର ବିସ୍ଫୋରଣ (Explosion) । ଏଥିରେ ପ୍ରାୟ ୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି । ଏହି ବିସ୍ଫୋରଣ ନାଗପୁରର ‘ସୋଲାର ଇଣ୍ତଷ୍ଟ୍ରିଜ୍ ଲିମିଟେଡ଼’ (Solar Industries Limited) ନାମକ କମ୍ପାନୀରେ ଘଟିଛି।


COMMERCIAL BREAK
SCROLL TO CONTINUE READING

ସୂଚନା ଅନୁଯାୟୀ, ମହାରାଷ୍ଟ୍ର ନାଗପୁରର (Nagpur) ବାଜାରଗାଓଁରେ (Bajargaon) ଥିବା ସୋଲାର ଏକ୍ସପ୍ଲୋସିଭ କମ୍ପାନୀରେ ରବିବାର ଘଟିଛି ଏକ ଭୟଙ୍କର ବିସ୍ଫୋରଣ । ଏଥିରେ ୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତରଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଆଗକୁ ମୃତକଙ୍କ ସଂଖ୍ୟା ଆହୁରି ବଢିବା ନେଇ ଆଶଙ୍କା କରାଯାଉଛି । ଏନେଇ ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଁଞ୍ଚିଥିଲା । କାଷ୍ଟ ବୁଷ୍ଟର ପ୍ଲାଣ୍ଟ ପ୍ୟାକିଂ ସମୟରେ ବିସ୍ଫୋରଣ ହୋଇଥିବା କୁହାଯାଉଛି । କମ୍ପାନୀ ଭିତରେ ଆଉ କେତେ ଲୋକ ଫସିଛନ୍ତି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ଅଘଟଣ ସମୟରେ ସେଠାରେ କମ୍ପାନୀର ପ୍ରାୟ ୧୨ ଜଣ ଲୋକ ଉପସ୍ଥିତ ଥିବା ପୋଲିସ କହିଛି। ବିସ୍ଫୋରଣ ଫଳରେ କମ୍ପାନୀର ଏକ ବିଲିଡିଂ ସଂପୂର୍ଣ୍ଣ ଧ୍ୱଂସ ହୋଇଯାଇଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଦୁର୍ଘଟଣା ସ୍ଥଳରେ ଏବେ ବି ଅନେକ ଲୋକ ଫସିଥିବା ଆଶଙ୍କା କରାଯାଉଛି । ପ୍ରକାଶ ଥାଉ କି, ଏହି କମ୍ପାନୀ ଦେଶର ପ୍ରତିରକ୍ଷା ବିଭାଗକୁ ବିସ୍ଫୋରକ ଓ ଅନ୍ୟାନ୍ୟ ପ୍ରତିରକ୍ଷା ସାମଗ୍ରୀ ଯୋଗାଇ ଥାଏ।


Also Read-Covid New Variant: ଡରାଇଲାଣି କୋରୋନାର ନୂଆ ଭାରିଏଣ୍ଟ, କେରଳରେ ୨ଜଣଙ୍କ ମୃତ୍ୟୁ