Accident  News: ଉତ୍ତରପ୍ରଦେଶ ଗ୍ରେଟର ନୋଏଡାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଦ୍ରୁତ ଗତିରେ ଆସୁଥିବା ଏକ କାର ବାଇକକୁ ଧକ୍କା ଦେବା ପରେ ଗୋଟିଏ ପରିବାରର ତିନି ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ବାଇକ୍‌ରେ ଥିବା ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି।


COMMERCIAL BREAK
SCROLL TO CONTINUE READING

ସୂଚନା ଅନୁଯାୟୀ, ଶୁକ୍ରବାର ମଧ୍ଯରାତ୍ରୀରେ ଗ୍ରେଟର ନୋଏଡାର ବ୍ୟସ୍ତ ବହୁଳ ପରୀ ଛକରେ ଘଟିଛି ଏପରି ଅଘଟଣ । କୁଲେସରାର ବାସିନ୍ଦା ସୁରେନ୍ଦ୍ର ଉଭଣୀମାନଙ୍କ ସହ ଏକ ବିବାହ ଉତ୍ସବରେ ଯୋଗ ଦେବା ପରେ ବାଇକ ଯୋଗେ ଘରକୁ ଫେରୁଥିଲେ । ମୋଟର ସାଇକେଲରେ ମୋଟ ୪ ଜଣ ଅର୍ଥାତ୍ ସୁରେନ୍ଦ୍ରଙ୍କ ଦୁଇ ଭଉଣୀ ସାଇଲି ଓ ଆନସୁଙ୍କ ସହ ତାଙ୍କର ଜଣେ ବନ୍ଧୁ ମଧ୍ଯ ଥିଲେ । ରାତି ପ୍ରାୟ ୨ଟାରେ ପରୀ ଛକ ନିକଟରେ ଦ୍ରୁତ ଗତିରେ ଆସୁଥିବା ଏକ କାର ମୋଟରସାଇକେଲକୁ ପଛରୁ ଧକ୍କା ଦେଇ ସେଠାରୁ ଚାଲି ଯାଇଥିଲା। ଦୁର୍ଘଟଣାର ସୁରେନ୍ଦ୍ର  ଓ ତାଙ୍କ ୨ ଭଉଣୀ ଗୁରୁତର ହୋଇଥିଲେ । ସେମାନଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେ ୩ ଜଣଙ୍କୁ ମୃତ ଘୋଷଣା କରାଯାଇଥିବା ବାଇକ ଥିବା ଅନ୍ୟ ଜଣେ ଯୁବତୀ ଗୁରୁତର ଥିବା ସୂଚନା ମିଳିଛି ।


Also Read- Weather Report: ବଜ୍ରପାତ ସହ ବର୍ଷା ଆଶଙ୍କା, ଏହି ସବୁ ସ୍ଥାନ ପାଇଁ ଆଲର୍ଟ ଜାରି...


ଏନେଇ ପୋଲିସ କହିଛି, ଦ୍ରୁତ ଗତିରେ ଆସୁଥିବା କାରଟି ମୋଟରସାଇକେଲକୁ ଧକ୍କା ଦେବା ପରେ ତାହା ଉପରେ ଚଢ଼ି ଯାଇଥିଲା। ବାଇକକୁ ଧକ୍କା ଦେଇଥିବା ଗାଡିଟିକୁ ପୋଲିସ ଏପର୍ଯ୍ୟନ୍ତ ଚିହ୍ନଟ କରିପାରି ନାହିଁ । ଗାଡ଼ି ଖୋଜିବା ପାଇଁ ସିସିଟିଭି କ୍ୟାମେରାରୁ ଫୁଟେଜ ସ୍କାନ୍ କରାଯାଉଛି । ଘଟଣାରେ ବର୍ତ୍ତମାନ ସୁଦ୍ଧା କୌଣସି ଗିରଫଦାରୀ ହୋଇନାହିଁ।