Fire Mishap: ଏମିତି ବି ଆସେ ମୃତ୍ୟୁ । ବାହାଘର ଚାଲିଥିଲା ବେଳେ ହଠାତ୍ ଘଟିଲା ଦୁର୍ଘଟଣା ନିମିଷରେ ଚାଲିଗଲା ବର କନ୍ୟା ସମେତ ପ୍ରାୟ ୧୦୦ ଜୀବନ । ଏଭଳି ଏକ ଛାତିଥରା ଘଟଣା ଉତ୍ତାରାଞ୍ଚଳ ଇରାକ (Iraq) ହାମଦାନିଆରୁ ସାମ୍ନାକୁ ଆସିଛି । ଏଥିରେ ୧୫୦ରୁ ଅଧିକ ଲୋକେ ଆହତ ହୋଇଥିବା ଜଣାପଡ଼ିଛି ।


COMMERCIAL BREAK
SCROLL TO CONTINUE READING

ଖୁସିରେ ଲାଗିଲା ଗ୍ରହଣ । ଅଧାରେ ଅଟକିଲା ବାହାଘର । ଅତିଥିଙ୍କ ସମତେ ଜଳିଗଲେ ବର ଓ କନ୍ୟା । ଇରାକ ହାମଦାନିଆ ଜିଲ୍ଲା ନିନଭେଦ ପ୍ରୋଭିନ୍ସ ସହରରେ ଘଟିଛି ଏପରି ଏକ ଅଭାବନୀୟ ଘଟଣା । ସୁଚନା ଅନୁଯାୟୀ, ହମଦାନିଆ (Hamdania) ଜିଲ୍ଲାର ଏକ ଇଭେଣ୍ଟ ହଲ୍‌ରେ ବିବାହ (Wedding Ceremony) ଉତ୍ସବ ଚାଲିଥିଲା ବେଳେ ହଠାତ୍‌ ଘଟିଥିଲା ଭୟାବହ ଅଗ୍ନିକାଣ୍ଡ (Fire Mishap) । ଏହାପରେ ଶ୍ମଶାନ ପାଲଟିଗଲା ବିବାହ ସମାରୋହ। ଅଗ୍ନିକାଣ୍ତରେ ବର କନ୍ୟାଙ୍କ ସମେତ ୧୦୦ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫୦ରୁ ଅଧିକ ଲୋକେ ଆହତ ହୋଇଥିବା ଜଣାପଡ଼ିଛି । ବର୍ତ୍ତମାନ ସୁଦ୍ଧା ଅଗ୍ନିକାଣ୍ଡର କାରଣ ଜଣାପଡ଼ିନଥିବା ବେଳେ ବାଣ ଫୁଟାରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ (Fire Brigade) ପହଞ୍ଚି ନିଆଁକୁ ଆୟତ୍ତ କରିଛି। ଘଟଣାସ୍ଥଳରେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ମଣ୍ତପରୁ ମୃତଦେହ ଉଦ୍ଧାର କରାଯାଉଛି । ଅନ୍ୟପଟେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର ନେଇ ଉଦ୍ୟମ ଜାରି ରହିଛି । ସେପଟେ ତୁରନ୍ତ ଆହତମାନଙ୍କୁ ଚିକିତ୍ସା ସୁବିଧା ଯୋଗାଇଦେବା ନେଇ ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।


Also Read-Train Accident: ଭୟଙ୍କର ଦୁର୍ଘଟଣା! ହଠାତ୍ ଟ୍ରାକ୍ ଛାଡ଼ି ପ୍ଲାଟଫର୍ମ ଉପରକୁ ଚଢିଗଲା ଟ୍ରେନ୍


ସ୍ବାସ୍ଥ୍ୟ ବିଭାଗର ମୁଖପାତ୍ର ସୈଫ୍‌ ଅଲ୍‌-ବଦର କହିଛନ୍ତି, ‘ଏହି ଦୁଃଖଦ ଅଘଟଣରେ ପ୍ରଭାବିତ ସମସ୍ତ ଲୋକଙ୍କୁ ରିଲିଫ୍‌ ଯୋଗାଇ ଦେବାକୁ ଉଦ୍ୟମ ଜାରି ରହିଛି’ । ଏହି ଅଗ୍ନିକାଣ୍ଡର ତଦନ୍ତ କରିବା ନେଇ ପ୍ରଧାନମନ୍ତ୍ରୀ ମହମ୍ମଦ୍‌ ଶିଆ ଅଲ୍‌-ସୁଦାନି (Iraq PM Mohammed Shia' Al Sudani) ନିର୍ଦ୍ଦେଶ ଦେଇଛନ୍ତି। ‘ଇରାକୀ ନିଉଜ୍‌ ଏଜେନ୍‌ସି’ ରିପୋର୍ଟ ଅନୁଯାୟୀ, ବିବାହ ମଣ୍ଡପର ବାହ୍ୟ ସାଜସଜ୍ଜା ଶସ୍ତା ଓ ଦହନଶୀଳ ସାମଗ୍ରୀରେ ହୋଇଥିବାରୁ ଚାରିଆଡୁ ସହଜରେ ନିଆଁ ବ୍ୟାପି ଯିବା ସହ ହଲ୍‌ର ‘ସିଲିଙ୍ଗ୍‌’ ଭୁଶୁଡ଼ି ପଡ଼ିଥିବା କୁହାଯାଉଛି ।