Mumbai Aircraft Crash: ମହାରାଷ୍ଟ୍ରରେ (Maharashtra) ଦୁର୍ଘଟଣାଗ୍ରସ୍ତ ହେଲା ବିମାନ (Aircraft Crash) । ପୁଣେ (Pune) ଗୋଜୁବାଭି ଗ୍ରାମ (Gojubavi village) ନିକଟରେ ଟ୍ରେନିଂ ସମୟରେ ଏହି ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି।


COMMERCIAL BREAK
SCROLL TO CONTINUE READING

ସୂଚନା ଅନୁଯାୟୀ, ପୁଣେ ଗୋଜୁବାଭି ଗ୍ରାମ (Gojubavi village) ନିକଟରେ ଏକ ପ୍ରଶିକ୍ଷଣ ବିମାନ କ୍ରାସ୍ ହୋଇଥିବା ଖବର ମିଳିଛି । ଏହି ବିମାନ ଘରୋଇ ପ୍ରଶିକ୍ଷଣ ସଂସ୍ଥା ରେଡ଼ବୋର୍ଡ଼ ଫ୍ଲାଇଟ୍ ଟ୍ରେନିଂ ଏକାଡ଼େମୀର (Redbird flight training academy ) ବୋଲି ଜଣାପଡ଼ିଛି । ଏହି ଦୁର୍ଘଟଣାରେ ଟ୍ରେନିଂ ପାଇଲଟ (Trainee Pilot )ଓ ଟ୍ରେନର (Aircraft Trainer) ଗୁରୁତର ଭାବେ ଆହତ ହୋଇଛନ୍ତି । ରବିବାର ସକାଳ ୮ଟାରେ ଏହି ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ପୋଲିସ ଅଧିକାରୀଙ୍କ ପକ୍ଷରୁ ସୂଚନା ମିଳିଛି । ତେବେ ଆହତ ଟ୍ରେନିଂ ପାଇଲଟ ଓ ଟ୍ରେନରଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ବିମାନ ଦୁର୍ଘଟଣା ପଛରେ ସ୍ପଷ୍ଟ କାରଣ ଜଣାପଡିନଥିବା ବେଳେ ବୈଷୟିକ ତ୍ରୁଟି ହେତୁ ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି । ଦୁର୍ଘଟଣା ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ଏହାପୂର୍ବରୁ ଗୁରୁବାର ଦିନ ମଧ୍ୟ ରେଡବର୍ଡ ଫ୍ଲାଇଟ୍ ଟ୍ରେନିଂ ଏକାଡେମୀର ଏକ ଟ୍ରେନିଂ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଯେଉଁଥିରେ ପାଇଲଟଙ୍କ ସହ-ପାଇଲଟ୍ ଆହତ ହୋଇଥିଲେ ।



ପ୍ରକାଶ ଥାଉ କି, ଅକ୍ଟୋବର ୭ ତାରିଖ ଦିନ କାନାଡ଼ା ଭାନକୋଭରଠାରୁ ପ୍ରାୟ ୧୦୦ କିଲୋମିଟର ଦୂରରେ ଥିବା ପୂର୍ବ ଅଞ୍ଚଳ ଚିଲିୱାକରେ ଘଟିଥିଲା ଏକ ଛାତିଥରା ବିମାନ ଦୁର୍ଘଟଣା (Flight  Crash)। ଡବଲ ଇଞ୍ଜିନ ବିଶିଷ୍ଟ ହାଲୁକା ବିମାନ ପାଇପର୍ PA-34 ସେନେକା (Piper PA-34 Seneca) ସ୍ଥାନୀୟ ବିମାନ ବନ୍ଦର ନିକଟରେ ଥିବା ବୁଦା ମଧ୍ୟକୁ ଖସିପଡିଥିଲା । ଏହି ଭୟଙ୍କର ବିମାନ ଦୁର୍ଘଟଣାରେ ଦୁଇ ପାଇଟଲ ଅଭୟ ଗାଡ୍ରୋ ଓ ଯଶ ବିଜୟ ରାମୁଗଡ଼େଙ୍କ (Abhay Gadroo and Yash Vijay Ramugade) ମୃତ୍ୟୁ ହୋଇଥିଲା । ଉଭୟ ମୁମ୍ବାଇର (Mumbai) ବୋଲି ଜଣାପଡ଼ିଛି ।


Also Read-7th Pay Commission: କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଖୁସି ଖବର, ଦଶହରାରେ ଡି଼ଏ ସହ ମିଳିବ ମୋଟା ଅଙ୍କର ଦରମା!