Pakistan Air Crash: ପାକିସ୍ତାନର ଦକ୍ଷିଣ-ପଶ୍ଚିମ ବେଲୁଚିସ୍ତାନ ପ୍ରଦେଶରେ ଏକ ଭୟଙ୍କର ହେଲିକପ୍ଟର ଦୁର୍ଘଟଣା (Big Helicopter Crash) ଘଟିଛି। ଏହି ଦୁର୍ଘଟଣାରେ ଦୁଇ ଜଣ ମେଜରଙ୍କ ସମେତ ୬ ଜଣ ପାକିସ୍ତାନୀ ସୈନିକଙ୍କର ମୃତ୍ୟୁ (Die) ଘଟିଛି। ସୋମବାର (Monday) ଦିନ ସେନା ଏହି ସୂଚନା ଦେଇଛି। ଗତ ମାସରେ ଏହି ପ୍ରଦେଶରେ ଏକ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ (Helicopter Crash) ହେବା ପରେ ଏହା ହେଉଛି ଦ୍ୱିତୀୟ ଘଟଣା।


COMMERCIAL BREAK
SCROLL TO CONTINUE READING

ସେନା କହିଛି ଯେ, ରବିବାର ରାତିରେ ପ୍ରଦେଶର ହର୍ଣ୍ଣାଇ ଅଞ୍ଚଳର ଖୋସ୍ତରେ ଏକ ଉଡାଣ ସମୟରେ ଏହି ଦୁର୍ଘଟଣା ଘଟିଛି। ସେନା କହିଛି ଯେ, ଏହି ଦୁର୍ଘଟଣାରେ ହେଲିକପ୍ଟରରେ ଥିବା ଦୁଇଜଣ ପାଇଲଟଙ୍କ ସମେତ ୬ ଜଣ ସୈନିକଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣା କାହିଁକି ଘଟିଲା ସେନେଇ କୌଣସି ସୂଚନା ଦିଆଯାଇ ନାହିଁ। ଅଗଷ୍ଟ ୧ ତାରିଖରେ ବେଲୁଚିସ୍ତାନରେ ଏଭଳି ଘଟଣା ଘଟିବାର ଏକ ମାସରୁ ଅଧିକ ସମୟ ପରେ ଏହି ଦୁର୍ଘଟଣା (Accident) ଘଟିଛି। ଅଗଷ୍ଟ ୧ରେ ଘଟିଥିବା ଦୁର୍ଘଟଣାରେ ଲେଫ୍ଟନାଣ୍ଟ ଜେନେରାଲଙ୍କ ସମେତ ହେଲିକପ୍ଟରରେ ଥିବା ସମସ୍ତ ୬ ଜଣ କର୍ମଚାରୀଙ୍କ ମୃତ୍ୟୁ ଘଟିଥଇଲା।


 



ଏହି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ମଧ୍ୟରେ ପାକିସ୍ତାନୀ ସେନାର ମିଡିଆ ୱିଙ୍ଗ ଇଣ୍ଟର ସର୍ଭିସେସ୍ ଲୋକସମ୍ପର୍କ (ଆଇଏସପିଆର) ସୋମବାର କହିଛି ଯେ, ୩୯ ବର୍ଷିୟ ମେଜର ଖୁରାମ ଶାହାଜାଦ (ପାଇଲଟ) ଏବଂ ୩୦ ବର୍ଷିୟ ମେଜର ମହମ୍ମଦ ମୁନିବ ଅଫଜଲ (ପାଇଲଟ) ଅଛନ୍ତି। ପାକିସ୍ତାନୀ ସାମ୍ବାଦିକ ହମିଦ ମୀର ଏହି ସମସ୍ତ ୬ ଜଣ ସୈନିକଙ୍କ ଫଟୋ ସେୟାର କରି ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି।


ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ (Shehbaz Sharif) କହିଛନ୍ତି ଯେ, ସେ ଅତ୍ୟନ୍ତ ଦୁଃଖିତ ଏବଂ ପୀଡ଼ିତଙ୍କ ପରିବାର ସହିତ ତାଙ୍କର ସମବେଦନା ରହିଛି। ସେ କହିଛନ୍ତି ଯେ ଏହି ଘଟଣାରେ ସମଗ୍ର ଦେଶ ଦୁଃଖିତ।


ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ (Imran Khan)ଙ୍କ ପାର୍ଟି ପାକିସ୍ତାନ ତେହେରିକ-ଏ-ଇନସାଫ ପାର୍ଟିର ନେତା ଫୱାଦ ଚୌଧରୀ କହିଛନ୍ତି ଯେ, 'ଦେଶରେ ହେଲିକପ୍ଟର ଉଡାଇବା ବିପଜ୍ଜନକ ହୋଇପଡିଛି ଏବଂ ଏହି ଦୁର୍ଘଟଣାର "ଯାନ୍ତ୍ରିକ ମୁଲ୍ୟାଙ୍କନ"ର ଆବଶ୍ୟକତା ରହିଛି। ସେ କହିଥିଲେ, 'ଅନେକ ଦୁର୍ଘଟଣା... ଈଶ୍ବର ତାଙ୍କ ଆତ୍ମାକୁ ​​ଶାନ୍ତି ପ୍ରଦାନ କରନ୍ତୁ।'