କାବୁଲ: ଆଫଗାନିସ୍ତାନକୁ (Afghanistan) ଜୋର ଜବରଦସ୍ତ କବଜା କରିବା ପରେ ବର୍ତ୍ତମାନ ତାଲିବାନକୁ (Taliban) ଗୋଟିଏ ପରେ ଗୋଟିଏ ଝଟକା ଲାଗିବା ଆରମ୍ଭ ହୋଇଛି । ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (IMF) ତାଲିବାନ ଅଧିକୃତ ଆଫଗାନିସ୍ତାନକୁ ଏହାର ସମ୍ବଳ ବ୍ୟବହାର କରିବାକୁ ବାରଣ କରିଛି । ଏହା ପୂର୍ବରୁ ଆମେରିକାର (America) ୭୦୬ ବିଲିୟନ ଟଙ୍କା ମୂଲ୍ୟର ସମ୍ପତ୍ତିକୁ ଫ୍ରିଜ୍ କରି ଦେଇଥିଲା ।


COMMERCIAL BREAK
SCROLL TO CONTINUE READING

IMF ଜରୁରୀକାଳୀନ ରିଜର୍ଭକୁ କଲା ଅବରୋଧ
ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ଅର୍ଥାତ୍ ଆଇଏମ୍ଏଫ୍ ନିଷ୍ପତ୍ତି ପରେ ତାଲିବାନ (Taliban) ଅଧିକୃତ ଆଫଗାନିସ୍ତାନ (Afghanistan) ଆଉ ଆଇଏମ୍ଏଫର ଉତ୍ସ ବ୍ୟବହାର କରିପାରିବ ନାହିଁ କିମ୍ବା ସେ କୌଣସି ନୂତନ ସହାୟତା ପାଇବ ନାହିଁ । ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (IMF) ଆଫଗାନିସ୍ତାନର ୪୬ ମିଲିୟନ ଡ଼ଲାରର ଜରୁରୀକାଳୀନ ରିଜର୍ଭକୁ ପ୍ରାୟ ୩୪୧୬.୪୩ କୋଟି ଟଙ୍କା ଅବରୋଧ କରିବାକୁ ଘୋଷଣା କରିଛି ।


ଅଧିକ ପଢ଼ନ୍ତୁ: କାବୁଲ ଛାଡ଼ିବା ପରେ ଏହି ଦେଶ ଶରଣରେ ଆଶ୍ରାଫ ଘାନି; ଗିରଫ ପାଇଁ ଦାବି କଲା ଆଫଗାନିସ୍ତାନ ଦୂତାବାସ


ବର୍ତ୍ତମାନ କାଙ୍ଗାଳ ହୋଇ ରହିବ ତାଲିବାନ 
ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (IMF) ପୂର୍ବରୁ ମଙ୍ଗଳବାର ଦିନ ଆମେରିକା ଆଫଗାନିସ୍ତାନର ସେଣ୍ଟ୍ରାଲ ବ୍ୟାଙ୍କର ସମ୍ପତ୍ତି ପ୍ରାୟ ୯.୫ ବିଲିୟନ ଡ଼ଲାର ବା ପ୍ରାୟ ୭୦୬ ବିଲିୟନ ଟଙ୍କା ଫ୍ରିଜ୍ କରିଦେଇଛି । କେବଳ ଏତିକି ନୁହେଁ, ଆଫଗାନିସ୍ତାନକୁ ନଗଦ ଯୋଗାଣ ମଧ୍ୟ ଆମେରିକା ବନ୍ଦ କରିଦେଇଛି । ଯାହାଦ୍ୱାରା ଦେଶର ଟଙ୍କା ତାଲିବାନଙ୍କ ହାତକୁ ନ ଯିବ ।


ଅଧିକ ପଢ଼ନ୍ତୁ: ସ୍ୱରା ଭାସ୍କରଙ୍କୁ ହେବ ୩ ବର୍ଷର ଜେଲ୍ ଦଣ୍ଡ? ତାଲିବାନ 'ପ୍ରେମ'ରେ ଅନ୍ଧ ହୋଇ ହିନ୍ଦୁଙ୍କୁ କହିଲେ ଆତଙ୍କବାଦୀ 


ଅଧିକ ପଢ଼ନ୍ତୁ: କୃଷକମାନଙ୍କୁ ୧୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଦେଉଛନ୍ତି ସରକାର, ଜାଣନ୍ତୁ କିପରି ପାଇବେ ଟଙ୍କା


ବ୍ଲୁମବର୍ଗ ରିପୋର୍ଟ ଅନୁଯାୟୀ ଆମେରିକାର ପ୍ରଶାସନିକ ଅଧିକାରୀ ଏହା ନିଶ୍ଚିତ କରିଛନ୍ତି । ଅଧିକାରୀ କହିଛନ୍ତି ଯେ ଆମେରିକାରେ ଆଫଗାନିସ୍ତାନ ସରକାରଙ୍କ କେନ୍ଦ୍ରୀୟ ବ୍ୟାଙ୍କର କୌଣସି ସମ୍ପତ୍ତି ତାଲିବାନ (Taliban) ପାଇଁ ଉପଲବ୍ଧ ହେବ ନାହିଁ ଓ ଟ୍ରେଜେରୀ ବିଭାଗର ନିଷିଦ୍ଧ ତାଲିକାରେ ରହିବ । ଏଭଳି ପରିସ୍ଥିତିରେ ତାଲିବାନ ବନ୍ଧୁକର ଶକ୍ତି ଯୋଗୁଁ ୨୦ ବର୍ଷ ପରେ ଆଫଗାନିସ୍ତାନକୁ ଫେରିଥାଇ ପାରେ, କିନ୍ତୁ ଏହା ସତ୍ତ୍ୱେ ମଧ୍ୟ ଏହା ବର୍ତ୍ତମାନ କାଙ୍ଗାଳ ହୋଇ ରହିବ ।