PM Kisan FPO Yojana: କେନ୍ଦ୍ର ସରକାର ଚାଷୀଙ୍କୁ ୧୫ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଦେବାକୁ ଯାଉଛନ୍ତି । ଜାଣନ୍ତୁ କିପରି ଓ କିଏ ଏହି ଯୋଜନାର ଲାଭ ଉଠାଇ ପାରିବେ ।
Trending Photos
PM Kisan FPO Yojana: କେନ୍ଦ୍ର ସରକାର (Central Government) ଚାଷୀଙ୍କ ପାଇଁ ଗୋଟିଏ ପରେ ଗୋଟିଏ ଯୋଜନା ଆଣୁଛନ୍ତି । ବର୍ତ୍ତମାନ ଚାଷୀଙ୍କ ଆୟ (Farmer's income) ବୃଦ୍ଧି ପାଇଁ ସରକାର ଏକ ନୂତନ କୃଷି ବିଲ୍ (New agricultural bill) ଆଣିବାକୁ ପ୍ରସ୍ତୁତ ହେଉଛନ୍ତି । ଏହା ପରେ କୃଷିକୁ ଏକ ବଡ ବ୍ୟବସାୟ କରିବାକୁ ସରକାର କୃଷକମାନଙ୍କୁ ଏକ ବଡ ଉପହାର ଦେବାକୁ ଯାଉଛନ୍ତି । ସରକାର ଏକ ନୂତନ କୃଷି ବ୍ୟବସାୟ ଆରମ୍ଭ କରିବା ପାଇଁ କୃଷକମାନଙ୍କୁ ୧୫ ଲକ୍ଷ ଟଙ୍କା ଯୋଗାଇ ଦେବେ । ଜାଣନ୍ତୁ ଏହି ଯୋଜନାରେ କ'ଣ ରହିଛି ବିଶେଷତ୍ୱ..
କିପରି ପାଇବେ ୧୫ ଲକ୍ଷ ଟଙ୍କା
ସରକାର PM Kisan FPO ଯୋଜନା ଆରମ୍ଭ କରିଛନ୍ତି । ଏହି ଯୋଜନା ଅଧୀନରେ କୃଷକ ଉତ୍ପାଦକ ସଂଗଠନକୁ ୧୫ ଲକ୍ଷ ଟଙ୍କା ପ୍ରଦାନ କରାଯିବ । ଏକ ନୂତନ କୃଷି ବ୍ୟବସାୟ ଆରମ୍ଭ କରିବା ପାଇଁ ଦେଶର ଚାଷୀଙ୍କୁ ଏହି ଆର୍ଥିକ ସହାୟତା ଦିଆଯିବ । ଏହି ଯୋଜନାର ଲାଭ ଉଠାଇବାକୁ ୧୧ ଜଣ କୃଷକଙ୍କୁ ଏକ ସଂଗଠନ କିମ୍ବା କମ୍ପାନୀ ଗଠନ କରିବାକୁ ପଡିବ । ଏହା କୃଷକମାନଙ୍କ ପାଇଁ କୃଷି ଉପକରଣ କିମ୍ବା ସାର, ମଞ୍ଜି, କୀଟନାଶକ ଔଷଧ ଆଦି କିଣିବାରେ ମଧ୍ୟ ସହାୟକ ହେବ ।
ଅଧିକ ପଢ଼ନ୍ତୁ: ଶସ୍ତା ହେବ ଖାଇବା ତେଲ! ମୋଦି କ୍ୟାବିନେଟ ଅନୁମୋଦନ କଲେ ଏହି ଯୋଜନା
ଯୋଜନାର ଉଦ୍ଦେଶ୍ୟ
କୃଷକମାନେ ସିଧାସଳଖ ଲାଭ ପାଇବାକୁ ସୁନିଶ୍ଚିତ କରିବାକୁ ସରକାର ନିରନ୍ତର ଚେଷ୍ଟା କରୁଛନ୍ତି । କେବଳ କୃଷକମାନଙ୍କୁ ସିଧାସଳଖ ଲାଭ ଯୋଗାଇବା ପାଇଁ ଏହି ଯୋଜନା ଆରମ୍ଭ ହୋଇଛି । ଏହା ସହିତ ଚାଷୀଙ୍କୁ କୌଣସି ଦଲାଲ କିମ୍ବା ମହାଜନଙ୍କ ନିକଟକୁ ଯିବାକୁ ପଡ଼ିବ ନାହିଁ । ଏହି ଯୋଜନା ଅଧୀନରେ କୃଷକମାନଙ୍କୁ ତିନି ବର୍ଷ ମଧ୍ୟରେ କିସ୍ତି ପ୍ରଦାନ କରାଯିବ । ଏଥିପାଇଁ ୨୦୨୪ ସୁଦ୍ଧା ସରକାର ୬୮୮୫ କୋଟି ଟଙ୍କା ଖର୍ଚ୍ଚ କରିବେ ।
ଅଧିକ ପଢ଼ନ୍ତୁ : ତାଲିବାନ ମହିଳାଙ୍କ ପାଇଁ ତିଆରି କରିଛି ଏହି ୧୦ ଟି କଠୋର ନିୟମ; ଟାଇଟ୍ ଡ୍ରେସ ଓ ଚପଲ ମଧ୍ୟ BAN
ଏହିପରି କରନ୍ତୁ ଆବେଦନ
PM Kisan FPO ଯୋଜନାର ଲାଭ ପାଇବା ପାଇଁ କୃଷକମାନଙ୍କୁ ଟିକିଏ ଅଧିକ ସମୟ ଅପେକ୍ଷା କରିବାକୁ ପଡ଼ିବ । ବାସ୍ତବରେ ସରକାର ଏପର୍ଯ୍ୟନ୍ତ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ କରିନାହାଁନ୍ତି । ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହେବା ମାତ୍ରେ ଆପଣ ମଧ୍ୟ ଆବେଦନ କରିପାରିବେ । ସରକାରଙ୍କ ଅନୁଯାୟୀ, ଏଥିପାଇଁ ଖୁବ ଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ ।