Sraddha Walker Murder Impact:  ନୂଆଦିଲ୍ଲୀ: ଶ୍ରଦ୍ଧା ହତ୍ୟାକାଣ୍ଡ ମାମଲାର (Shraddha Walker Murder Case) ତଦନ୍ତ ସରିନଥିବା ବେଳେ ଆଉ ଏକ ଚାଞ୍ଚଲ୍ୟ କରିବା ଭଳି ଘଟଣା ସାମ୍ନାକୁ ଆସିଛି। ଯଦିଓ ଶ୍ରଦ୍ଧା ହତ୍ୟାକାଣ୍ଡ (Sraddha Walker Murder) ଦିଲ୍ଲୀ (New Delhi Crime) ଘଟିଛି କିନ୍ତୁ ଏହି ଘଟଣାଟି ମହାରାଷ୍ଟ୍ରର (Maharastra) ଓସମାନାବାଦରୁ ଆସିଛି। ଏହି ଅଞ୍ଚଳରେ ଲିଭଇନରେ ରହୁଥିବା ସଲିମ ନିଜର ପ୍ରେମିକାଙ୍କୁ ୭୦ ଖଣ୍ଡ କରିବାକୁ ଧମକ ଦେଇଛି। ଅଫତାବ ନିଜ ପ୍ରେମିକା ଶ୍ରଦ୍ଧାର ୩୫ ଖଣ୍ଡ କରିଛି। ମୁଁ ତୋର ୭୦ ଖଣ୍ଡ କରିବି। ଏହି ଧମକ ପାଇବା ପରେ ସଲିମର ପ୍ରେମିକା ଥାନାର ଦ୍ୱାରସ୍ଥ ହେବା ସହିତ ଅଭିଯୋଗ ମଦ୍ୟ କରିଥିବା ଜଣାପଡ଼ିଛି। ଅଭିଯୋଗ ପାଇବା ପରେ ପୋଲିସ ମାମଲାର ତଦନ୍ତ ଆରମ୍ଭ କରିଦେଇଛି। 


COMMERCIAL BREAK
SCROLL TO CONTINUE READING

ପୀଡ଼ିତା କହିଛନ୍ତି କି ୨୦୧୯ ମସିହାରେ ତାଙ୍କ ସ୍ୱାମୀଙ୍କର ଦେହାନ୍ତ ହୋଇଯାଇଛି। ତାଙ୍କର ଏକ ୫ ବର୍ଷର ପୁତ୍ର ସନ୍ତାନ ମଧ୍ୟ ରହିଛି। ସଲିମ ସହିତ ତାଙ୍କର ୨୦୨୧ ମସିହାରେ ସାକ୍ଷାତ ହୋଇଥିଲା। ଅଭିଯୋଗ ଅନୁଯାୟୀ ଅରଶଦ ସଲିମ ପ୍ରତିବର୍ଷ ମାଳୀ ଭାବେ ତାଙ୍କୁ ସାକ୍ଷାତ କରୁଥିଲା। ଫଳରେ ତାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢିଉଠିଥିଲା। ଏହା ପରେ ସଲିମ ପିଡ଼ୀତାଙ୍କୁ ଜଙ୍ଗଲକୁ ନେଇ ଦୁଷ୍କର୍ମ କରିଥିଲା। କେବଳ ଏତିକି ନୁହେଁ ତାହାର ଏକ ଭିଡ଼ିଓ ମଧ୍ୟ ପ୍ରସ୍ତୁତ କରିନେଇଥିଲା। କିନ୍ତୁ ପରବର୍ତ୍ତି ସମୟରେ ଏହି ଘଟଣା ପାଇଁ ସଲିମ ପୀଡ଼ିତାଙ୍କୁ କ୍ଷମା ପ୍ରାର୍ଥନା କରିଥିଲା। ଏହା ପରେ ଉଭୟେ ସଲିମ ଓ ପୀଡ଼ିତା ମହାରାଷ୍ଟ୍ରର ଓସମାବାଦରେ ଏକାଠି ରହି ଆସୁଥିଲେ। ଏହି ସମୟରେ ପୀଡ଼ିତା ଜଣକ ଜାଣିବାକୁ ପାଇଲେ କି ତାଙ୍କ ପ୍ରେମିକର ନାଁ ମାଳୀ ନୁହେଁ ବରଂ ଅରସଦ ସଲିମ। 


ମହିଳା ଅଭିଯୋଗ କରିଛନ୍ତି ଯେ ଅଭିଯୁକ୍ତର ପ୍ରକୃତ ନାମ ଜାଣିବା ପରେ ସେ ଧର୍ମ ପରିବର୍ତ୍ତନ କରିବାକୁ ଚାପ ପକାଇବା ଆରମ୍ଭ କରିଥିଲେ। ନଭେମ୍ବର ମାସରେ ସେ ଜବରଦସ୍ତ ଧର୍ମ ପରିବର୍ତ୍ତନ କରିଥିଲେ। ଅଭିଯୁକ୍ତ ତାଙ୍କ ପିଲାର ମଧ୍ୟ ଧର୍ମ ପରିବର୍ତ୍ତି କରିବାକୁ ଚେଷ୍ଟା କରିଥିଲା। ଯେତେବେଳେ ପୀଡିତା ଏହାକୁ ବିରୋଧ କରିଥିଲେ, ଅଭିଯୁକ୍ତ ତାଙ୍କୁ ଆକ୍ରମଣ କରିଥିଲା। ଭିଡିଓ ଦେଖାଇ ବ୍ଲାକମେଲିଂ ମଧ୍ୟ ଆରମ୍ଭ କରିଥିଲେ। ପୀଡିତା ଅଭିଯୁକ୍ତଙ୍କର ପିତାଙ୍କୁ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ମଧ୍ୟ କରିଛନ୍ତି। ପୀଡିତା ଦାବି କରିଛନ୍ତି ଯେ ଅର୍ଶଦ ସଲିମ ତାଙ୍କୁ ନିର୍ଯାତନା ଦେଇ ଆସୁଥିଲେ। ଏହା ପରେ ସେ ପୀଡିତାଙ୍କୁ ୭୦ ଖଣ୍ଡରେ କାଟିଦେବାକୁ ଧମକ ଦେଇଛନ୍ତି। ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରି ପୋଲିସ ତଦନ୍ତରେ ନିୟୋଜିତ ଅଛି।


Also Read: Israeli ambassador : 'ହିଟଲର ଜଣେ ମହାନ ପୁରୁଷ ଥିଲେ, ତୁମେ ଭାରତ ଶୀଘ୍ର ଛାଡ଼', ଜାଣନ୍ତୁ କାହାକୁ ଆସିଛି ଏଭଳି ମେସେଜ


Also Read: Baba Venga's prediction: ଭେଙ୍ଗା ବାବାଙ୍ଗ ଭୟଙ୍କର ଭବିଷ୍ୟବାଣୀ: ହୋଇପାରେ ପରମାଣୁ ବୋମା ଆକ୍ରମଣ ଓ ହିମ ସୁନାମୀ