baba venga's prediction: ଭେଙ୍ଗା ବାବାଙ୍ଗ ଭୟଙ୍କର ଭବିଷ୍ୟବାଣୀ: ହୋଇପାରେ ପରମାଣୁ ବୋମା ଆକ୍ରମଣ ଓ ହିମ ସୁନାମୀ
Advertisement
Article Detail0/zeeodisha/odisha1468861

baba venga's prediction: ଭେଙ୍ଗା ବାବାଙ୍ଗ ଭୟଙ୍କର ଭବିଷ୍ୟବାଣୀ: ହୋଇପାରେ ପରମାଣୁ ବୋମା ଆକ୍ରମଣ ଓ ହିମ ସୁନାମୀ

Venga Baba Prediction: ଆସନ୍ତା ବର୍ଷ ପରମାଣୁ ବୋମା ଆକ୍ରମଣ ନେଇ ମଧ୍ୟ ସମ୍ଭାବନା ରହିଛି। ୟୁକ୍ରେନ ଓ ଋଷ ମଧ୍ୟରେ ଏବେବି ଯୁଦ୍ଧ ଜାରି ରହିଛି। ଉଭୟଙ୍କ ମଧ୍ୟରେ ବେଶ ଖତରନାକ ସ୍ଥିତିରେ ରହିଛି ଏହି ଯୁଦ୍ଧ। ତେବେ ପରମାଣୁ ବୋମା ଆକ୍ରମଣକୁ ନେଇ ବାବା ଭେଙ୍ଗା କରିଥିବା ପୂର୍ବାନୁମାନକୁ ଏଡ଼଼ାଇ ଦିଆଯାଇ ନପାରେ। ଆହୁରି ମଧ୍ୟ ଭେଙ୍ଗା ବାବା ଶିଶୁଙ୍କ ଜନ୍ମକୁ ନେଇ ପୂର୍ବାନୁମାନ କରିଛନ୍ତି। 

baba venga's prediction: ଭେଙ୍ଗା ବାବାଙ୍ଗ ଭୟଙ୍କର ଭବିଷ୍ୟବାଣୀ: ହୋଇପାରେ ପରମାଣୁ ବୋମା ଆକ୍ରମଣ ଓ ହିମ ସୁନାମୀ

baba venga's prediction:  ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ରହସ୍ୟମୟୀ ବାବା ଭେଙ୍ଗା (Baba Venga) ପୁଣି ଥରେ ଭୟଙ୍କର ଭବିଷ୍ୟବାଣୀ (Prediction 2023) କରିଛନ୍ତି। ୨୦୨୩ ମସିହାରେ ସମଗ୍ର ବିଶ୍ୱ ଭୟଙ୍କର ପରିସ୍ଥିତି ଦେଇ ଗତି କରିବ। ଭବିଷ୍ୟତରେ ବିଶ୍ୱ ସାମ୍ନା କରିବାକୁ ଥିବା ସଂକଟ ସମ୍ପର୍କରେ କହିଛନ୍ତି ବାବା ଭେଙ୍ଗା। ତେବେ ଏହି ସଂକଟକୁ ନେଇ ସେ ପୂର୍ବରୁ ମଧ୍ୟ ବାରମ୍ବାର ସଚେତନ କରିଆସୁଛନ୍ତି। ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ, ରାଜକୁମାରୀ ଡାଏନାଙ୍କ ମୃତ୍ୟୁକୁ ନେଇ ଭେଙ୍ଗା ବାବା ପୂର୍ବାନୁମାନ କରିଥିଲେ। ଯାହା ପରବର୍ତ୍ତୀ ସମୟରେ ସତ ସାବ୍ୟସ୍ତ ହୋଇଥିଲା। ତେବେ ୨୦୨୩କୁ ନେଇ ବହୁତ ଗୁଡ଼ିଏ ଚାଞ୍ଚଲ୍ୟକର ତଥା ଭୟଙ୍କର ପୂର୍ବାନୁମାନ କରିଛନ୍ତି। ୨୦୨୩ରେ ନ୍ୟୁକ୍ଲିୟର ଆକ୍ରମଣ, ଲାବୋରେଟୋରିରେ ଶିଶୁଙ୍କ ଜନ୍ମ ହେବା ଓ ସୌର ମଣ୍ଡଳରେ ଭୟଙ୍କର ସୁନାମୀ ଆସିବା ନେଇ ପୂର୍ବାନୁମାନ କରିଛନ୍ତି। 

ଭେଙ୍ଗା ବାବା ୧୨ ବର୍ଷ ବୟସରେ ତାଙ୍କର ଦୃଷ୍ଟିଶକ୍ତି ହରାଇଥିଲେ। ତେବେ ଦୃଷ୍ଟିଶକ୍ତି ହରାଇ ଥିଲେ ମଧ୍ୟ ଭବିଷ୍ୟତରେ ଆସିବାକୁ ଥିବା ସମସ୍ୟା ଗୁଡ଼ିକ ସମ୍ପର୍କରେ ସ୍ପଷ୍ଟ ଜାଣିପାରୁଥିବା ନେଇ ସବୁବେଳେ କହି ଆସୁଥିଲେ। ବୁଲଗେରିଆରେ ଜନ୍ମ ଗ୍ରହଣ କରିଥିବା ଏହି ବାବାଙ୍କର ଭବିଷ୍ୟବାଣୀ ୮୫ ରୁ ୯୦ ପ୍ରତିଶତ ପୂର୍ବାନୁମାନ ଶତ ହୋଇଥାଏ। ସେ ଆଗାମୀ ୫୦୭୯ ମସିହା ପର୍ଯ୍ୟନ୍ତ ପୂର୍ବାନୁମାନ କରିଛନ୍ତି। ଏହି ବର୍ଷ ସେ ଦାବି କରନ୍ତି କି ସମଗ୍ର ବିଶ୍ୱ ଏକ ପ୍ରକାର ଲୋପ ପାଇଯିବ। ସେ ଆହୁରି ମଧ୍ୟ ପୂର୍ବାନୁମାନ କରିଛନ୍ତି କି ପୃଥିବୀ ହିମଯୁଗକୁ ଚାଲିଯିବାର ସମ୍ଭାବନା ରହିଛି। ଏହି ସମୟରେ ପୃଥିବୀର କକ୍ଷ ପଥରେ ପରିବର୍ତ୍ତନ ଘଟିବାର ସମ୍ଭାବନା ଯଥେଷ୍ଟ ରହିଛି। ଏହା ଫଳରେ ପୃଥିବୀରେ ପାଣିପାଗ ପରିବର୍ତ୍ତନ ହେବାର ସମ୍ଭାବନା ମଧ୍ୟ ସୃଷ୍ଟି ହେବ ବୋଲି ଭେଙ୍ଗା ବାବା ପୂର୍ବାନୁମାନ କରିଛନ୍ତି। ଯଦି ବାବାଙ୍କ ଏହି ପୂର୍ବାନୁମାନ ସତ ହୁଏ ତେବେ ପୃଥିବୀରେ ବିନାଶକାରୀ ଘଟଣା ଘଟିବାର ସମ୍ଭାବନା ବହୁତ ରହିଛି। ଯଦି ପୃଥିବୀ ସୂର୍ଯ୍ୟଙ୍କର ଆହୁରି ନିକଟତର ହୁଏ ତେବେ ବିକିରଣର ମାତ୍ରା ମଧ୍ୟ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଅନ୍ୟପଟେ ପୃଥିବୀ ସୂର୍ଯ୍ୟଙ୍କ ମଧ୍ୟରେ ଦୂରତା ଆହୁରି ବୃଦ୍ଧି ପାଏ ତେବେ ପୃଥିବୀରେ ହିମଯୁଗ ଆସିବାର ସମ୍ଭାବନା ରହିଛି। ତାପମାତ୍ରା ଆହୁରି ଖସିଯିବ। 

ସେହିପରି ସୌରମଣ୍ଡଳରେ ସୁନାମୀ ଆସିବାର ସମ୍ଭାବନା ଅନେକ ରହିଛି। ୨୦୨୩ ମସିହାରେ ଏକ ବଡ଼ଧରଣର ଝଡ଼ ସୌରମଣ୍ଡଳରେ ଦେଖାଦେବ ଯାହା ପୂର୍ବରୁ କେବେ ଦେଖାଯାଇନଥିଲା। ଏହି ଝଡ଼ ଆସିଲେ ସୂର୍ଯ୍ୟଙ୍କ ନିକଟରୁ ବାହାରିବାକୁ ଥିବା ଉର୍ଜ୍ଜାର ବିସ୍ଫୋରଣରେ ବିଦ୍ୟୁତ ଆବେଶ, ଚୁମ୍ବକୀୟ କ୍ଷେତ୍ର ଓ ବିକିରଣ ପୃଥିବୀ ଆଡ଼କୁ ମାଡ଼ି ଆସିବାର ସମ୍ଭାବନା ରହିଛି। ଏହି ବିନାଶକାରୀ ପ୍ରଭାବ ପରମାଣୁ ବୋମା ଠାରୁ ଆହୁରି ଅଧିକ ଶକ୍ତିଶାଳୀ ରହିବାର ସମ୍ଭାବନା ରହିଛି।  ତେବେ ଏହାର ପ୍ରଭାବ ଅନେକ ଦିନ ପର୍ଯ୍ୟନ୍ତ ରହିବ ବୋଲି ଭେଙ୍ଗା ବାବା ପୂର୍ବାନୁମାନ କରିଯାଇଛନ୍ତି। ଏପରିକି ଧରାଧାମ ଅନେକ ଦିନ ପର୍ଯ୍ୟନ୍ତ ବ୍ଲାକ ଆଉଟ ହେବାର ସମ୍ଭାବନା ରହିଛି। ଦିନରେ ସୂର୍ଯ୍ୟ ମଧ୍ୟ ଦେଖାଯିବେ ନାହିଁ।

କୁହାଯାଉଛି କି ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ଅନୁଯାୟୀ ବଡ଼ ଦେଶ ଗୁଡ଼ିକର ବାସିନ୍ଦାଙ୍କ ଉପରେ ଜୈବିକ ଅସ୍ତ୍ର ପ୍ରୟୋଗ କରାଯିବାର ସମ୍ଭାବନା ମଧ୍ୟ ଅଧିକ ରହିଛି। ଏହି ଅସ୍ତ୍ର ପ୍ରୟୋଗ ପରେ ଲକ୍ଷାଧିକ ସଂଖ୍ୟାରେ ପ୍ରାଣହାନୀ ଘଟିବାର ସମ୍ଭାବନା ରହିଥିବା ନେଇ ଭେଙ୍ଗା ବାବା ପୂର୍ବାନୁମାନ କରିଛନ୍ତି। ସଂଯୁକ୍ତ ରାଷ୍ଟ୍ର ଯଦିଓ ଜୈବିକ ଅସ୍ତ୍ର ପ୍ରୟୋଗ ଉପରେ ପ୍ରତିବନ୍ଧକ ଲଗାଇ ସାରିଛି। କିନ୍ତୁ ଅନେକ ରାଷ୍ଟ୍ର ଗୁପ୍ତ ଭାବରେ ଏହାର ପରୀକ୍ଷଣ ଚଳାଇଛନ୍ତି। ଏହାକୁ ବ୍ୟବହାର କରିବା ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ। 

ଆସନ୍ତା ବର୍ଷ ପରମାଣୁ ବୋମା ଆକ୍ରମଣ ନେଇ ମଧ୍ୟ ସମ୍ଭାବନା ରହିଛି। ୟୁକ୍ରେନ ଓ ଋଷ ମଧ୍ୟରେ ଏବେବି ଯୁଦ୍ଧ ଜାରି ରହିଛି। ଉଭୟଙ୍କ ମଧ୍ୟରେ ବେଶ ଖତରନାକ ସ୍ଥିତିରେ ରହିଛି ଏହି ଯୁଦ୍ଧ। ତେବେ ପରମାଣୁ ବୋମା ଆକ୍ରମଣକୁ ନେଇ ବାବା ଭେଙ୍ଗା କରିଥିବା ପୂର୍ବାନୁମାନକୁ ଏଡ଼଼ାଇ ଦିଆଯାଇ ନପାରେ। ଆହୁରି ମଧ୍ୟ ଭେଙ୍ଗା ବାବା ଶିଶୁଙ୍କ ଜନ୍ମକୁ ନେଇ ପୂର୍ବାନୁମାନ କରିଛନ୍ତି। ଲାବୋରେଟୋରିରେ ଶିଶୁଙ୍କ ଜନ୍ମ ହେବା ନେଇ ପୂର୍ବାନୁମାନ କରିଛନ୍ତି। ପ୍ରାକୃତିକ ଉପାୟରେ ଶିଶୁଙ୍କ ଜନ୍ମ ଉପରେ ପ୍ରତିବନ୍ଧକ ଲାଗିପାରେ। ମନୁଷ୍ୟର ଜନ୍ମ ପ୍ରୟୋଗଶାଳାରେ ହେବାର ସମ୍ଭାବନା ରହିଛି। ଏହାର ଅର୍ଥ ବିଶ୍ୱର ନେତା ଓ ଚିକିତ୍ସା ବିଶେଷଜ୍ଞମାନେ ସ୍ଥିର କରିବେ କି କିଏ କେତେବେଳେ ଜନ୍ମ ହେବ। 

Also Read: Heart Attack: ଚଳନ୍ତା ବସରେ ଡ୍ରାଇଭରଙ୍କୁ ହୃଦଘାତ, ରାଜରାସ୍ତାରେ ମୃତ୍ୟୁର ତାଣ୍ଡବ!