Crime News: ଗୁଜୁରାଟର ଅହମ୍ମଦାବାଦରୁ ଏପରି ଏକ ଖବର ଆସିଛି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ । ୨୨ ବର୍ଷ ତଳର ଏକ ଶତ୍ରୁତା ମାମଲାରେ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ପିତାଙ୍କ ହତ୍ୟାର ପ୍ରତିଶୋଧ ନେବାକୁ ପୁଅ ପ୍ରତିଜ୍ଞା କରିଥିଲା ଆଉ ତାହା କରିବାରେ ସକ୍ଷମ ହୋଇଛି ପୁଅ । ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇବା ସହ ମାମଲାର ତଦନ୍ତ ଆରମ୍ଭ କରିଥିଲା। ତଦନ୍ତରେ ପୋଲିସ ଜାଣିବାକୁ ପାଇଲା ଯେ, ବୋଲେରୋ ଡ୍ରାଇଭର ଗୋପାଳ ସିଂ ତାଙ୍କ ପିତାଙ୍କ ହତ୍ୟାର ପ୍ରତିଶୋଧ ନେବାକୁ ଏପରି ପଦକ୍ଷେପ ନେଇଥିଲେ ।


COMMERCIAL BREAK
SCROLL TO CONTINUE READING

ପୋଲିସର ସୂଚନାନୁସାରେ, ଗୋପାଳ ସିଂଙ୍କ ପିତା ହରି ସିଂ ୨୦୦୨ ମସିହାରେ ଜୈସଲମେରରେ ହତ୍ୟାର ଶିକାର ହୋଇଥିଲେ । ଏହି ଘଟଣାରେ ନାଖତସିଂହ ଭାଟି ଏବଂ ଅନ୍ୟ ଲୋକମାନେ ଜଡିତ ଥିଲେ। ଜୈସଲମେରରେ ଏକ ହୋଟେଲ ଖୋଲିଥିଲେ ହରି ସିଂ ଓ ତାଙ୍କ ଭାଈ କିନ୍ତୁ ଉକ୍ତ ହୋଟେଲରେ ଖାଦ୍ୟ ବିଲ୍କୁ ନେଇ ବିବାଦ ହିଂସାତ୍ମକ ରୂପ ନେଇଥିଲା। ଏହି ଝଗଡା ସମୟରେ ହରି ସିଂଙ୍କ ଉପରେ ଏକ କାର ଚଢାଯାଇଥିଲା । ଏହି ମାମଲାରେ ନାଖତ ସିଂହ ଏବଂ ଅନ୍ୟ ଅଭିଯୁକ୍ତଙ୍କୁ ଦଣ୍ଡ ଦିଆଯାଇଥିଲା, କିନ୍ତୁ ପରେ ନାଖତ  ହାଇକୋର୍ଟରୁ ଜାମିନରେ ଆସିଥିଲେ।


୨୨ ବର୍ଷ ପୂର୍ବେ କରାଯାଇଥିବା ଏହି ହତ୍ୟା ସମୟରେ ହରି ସିଂଙ୍କ ପୁଅ ଗୋପାଳ ସିଂଙ୍କୁ ମାତ୍ର ୬ ବର୍ଷ ହୋଇଥିଲା। ସେତେବେଳେ ସେ ତାଙ୍କ ପିତାଙ୍କ ହତ୍ୟା ପାଇଁ ପ୍ରତିଶୋଧ ନେବାକୁ ସ୍ଥିର କରିଥିଲେ । ସମ୍ପର୍କୀୟଙ୍କଠାରୁ ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଗୋପାଳ ସିଂ ପ୍ରତିଶୋଧର ନିଆଁରେ ଜଳୁଥିଲେ । ସମୟ ବାହାର କରି ଗୋପାଳ ଅହମ୍ମଦାବାଦ ଗସ୍ତରେ ଆସି ନାଖତ ସିଂଙ୍କ ସମସ୍ତ କାର୍ଯ୍ୟକଳାପ ବିଷୟରେ ସୂଚନା ସଂଗ୍ରହ କରିଥିଲେ।


ଘଟଣା ଦିନ ନାଖତସିଂହ ଭାଟି ଅହମ୍ମଦାବାଦର ଜିଆନବାଗ ପାର୍ଟି ପ୍ଲଟରୁ ଯାଉଥିଲେ। ସେହି ସମୟରେ ଗୋପାଳ ସିଂ ଦ୍ରୁତ ଗତିରେ ପଛପଟୁ ତାଙ୍କୁ ବୋଲେରୋ ଚଢାଇଦେଇଥିଲେ । ଫଳରେ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିଲେ ନାଖତସିଂହ । ଅଭିଯୁକ୍ତ ଗୋପାଳ ସିଂଙ୍କୁ ପୋଲିସ ଗିରଫ କରିଛି।


ଘଟଣା ସମ୍ପର୍କରେ ଅଧିକ ସୂଚନା ଦେଇ ଏସିପି ଏସଏମ ପଟେଲ କହିଛନ୍ତି ଯେ, ଗୋପାଳ ସିଂ ସମ୍ପୂର୍ଣ୍ଣ ପୂର୍ବ ଯୋଜନା ଅନୁଯାୟୀ ଏହି ହତ୍ୟାକାଣ୍ଡ ଘଟାଇଛନ୍ତି । ଏହା ମାମୁଲି ହତ୍ୟାକାଣ୍ଡ ନୁହେଁ ଏହା ହେଉଛି ପ୍ରତିଶୋଧ ଯାହା ୨୨ ବର୍ଷ ତଳେ ଘଟିଥିଲା । ଏହି ମାମଲା ଦର୍ଶାଉଛି ଯେ, ସମୟ ଅତିବାହିତ ହେବା ସତ୍ୱେ ମଧ୍ୟ କୌଣସି କ୍ଷତ ମନରୁ ଲିଭେ ନାହିଁ । ପ୍ରତିଶୋଧର ନିଆଁ ବେଳେବେଳେ ଅତ୍ୟନ୍ତ ବିପଜ୍ଜନକ ପରିଣାମରେ ପହଞ୍ଚିଥାଏ ।


Also Read- ମହାନଦୀରେ ଅଘଟଣ, ଜଗତପୁର ବାଲିସାହି ନିକଟରେ ଭାସିଗଲେ ୨ ଛାତ୍ର


Also Read- Crime News: ଲାଞ୍ଚ ନେଇ ଧରାପଡିଲେ ବେଲପଡ଼ା ବ୍ଲକ କନିଷ୍ଠ ଯନ୍ତ୍ରୀ