Potato Price Rise: ଓଡ଼ିଶା ପରେ ଆଉ ଦୁଇ ରାଜ୍ୟରେ ଆଳୁ ବିବାଦ, ଲୋକସଭାରେ ଉଠିଲା ପ୍ରସଙ୍ଗ
Potato Price Rise: ପଶ୍ଚିମବଙ୍ଗ ସରକାର ଅନ୍ୟ ରାଜ୍ୟକୁ ଆଳୁ ଯୋଗାଣ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଏହାର ସବୁଠାରୁ ବଡ ପ୍ରଭାବ ଝାଡଖଣ୍ଡ ଏବଂ ଓଡ଼ିଶା ଉପରେ ପଡିଛି। ବର୍ଷକ ମଧ୍ୟରେ ଝାଡଖଣ୍ଡ ବଜାରରେ ମିଳୁଥିବା ଆଳୁର 60 ପ୍ରତିଶତ ପଶ୍ଚିମବଙ୍ଗରୁ ଆସିଥାଏ । ଗତ ଏକ ସପ୍ତାହ ମଧ୍ୟରେ ଆଳୁ ଦର ପାଞ୍ଚରୁ ୧୫ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇଛି।
Potato Price Rise: ଆନ୍ତଃ ରାଜ୍ୟ ଆଳୁ ପରିବହନ ତଥା ବ୍ୟବସାୟକୁ ନେଇ ପଶ୍ଚିମବଙ୍ଗ ଏବଂ ଝାଡଖଣ୍ଡ ମଧ୍ୟରେ ସପ୍ତାହେ ଧରି ଚାଲିଥିବା ବିବାଦର ଶେଷରେ ସଂସଦରେ ପହଞ୍ଚିଛି। ମଙ୍ଗଳବାର ଦିନ ହଜାରୀବାଗ ବିଜେପି ସାଂସଦ ମନୀଷ ଜୈସୱାଲ ଲୋକସଭାରେ ଆଳୁ ପ୍ରସଙ୍ଗ ଉଠାଇଛନ୍ତି। ସେ କହିଛନ୍ତି ଯେ, ପଶ୍ଚିମବଙ୍ଗ ସରକାର ଝାଡଖଣ୍ଡକୁ ଆଳୁ ଯୋଗାଣ ବନ୍ଦ କରିଥିବା କାରଣରୁ ଗରୀବ ଲୋକଙ୍କ ସମସ୍ୟା ବଢିବାରେ ଲାଗିଛି । ଆଳୁକୁ ଅନେକ ଲୋକ ନିଜ ମୁଖ୍ୟ ଖାଦ୍ୟରେ ଅନ୍ତର୍ଭୁକ୍ତ କରୁଥିବା କାରଣରୁ ବର୍ତ୍ତମାନ ଅଭାବ କାରଣରୁ ଏହାର ମୂଲ୍ୟ ବୃଦ୍ଧି ପାଇଛି ।
ଆଳୁ ପ୍ରସଙ୍ଗକୁ ଏକ ଗୁରୁତର ବିଷୟ ଭାବେ ବିବେଚନା କରି ଜୟସୱାଲ ସଂସଦରେ କହିଛନ୍ତି ଯେ, ପଶ୍ଚିମବଙ୍ଗରୁ ଝାଡଖଣ୍ଡକୁ ଆସୁଥିବା ଆଳୁ ଭର୍ତ୍ତି ଟ୍ରକ ଗୁଡିକୁ ସରକାର ଅଟକାଇ ଦେଇଛନ୍ତି। ଆନ୍ତ ରାଜ୍ୟ ବାଣିଜ୍ୟ ଉପରେ ପ୍ରତିବନ୍ଧକ ଲଗାଯାଇପାରିବ ନାହିଁ ବୋଲି ସେ କହିଛନ୍ତି। କେନ୍ଦ୍ର ସରକାର ତୁରନ୍ତ ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିବା ଆବଶ୍ୟକ ବୋଲି ସେ ଦାବି କରିଛନ୍ତି ।
ଆପଣଙ୍କୁ କହିରଖୁଛୁ ଯେ, ପଶ୍ଚିମବଙ୍ଗ ସରକାର ଅନ୍ୟ ରାଜ୍ୟକୁ ଆଳୁ ଯୋଗାଣ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଏହାର ସବୁଠାରୁ ବଡ ପ୍ରଭାବ ଝାଡଖଣ୍ଡ ଏବଂ ଓଡ଼ିଶା ଉପରେ ପଡିଛି। ବର୍ଷକ ମଧ୍ୟରେ ଝାଡଖଣ୍ଡ ବଜାରରେ ମିଳୁଥିବା ଆଳୁର 60 ପ୍ରତିଶତ ପଶ୍ଚିମବଙ୍ଗରୁ ଆସିଥାଏ । ଗତ ଏକ ସପ୍ତାହ ମଧ୍ୟରେ ଆଳୁ ଦର ପାଞ୍ଚରୁ ୧୫ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇଛି।
ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ନିର୍ଦ୍ଦେଶରେ ରାଜ୍ୟ ମୁଖ୍ୟ ଶାସନ ସଚିବ ଅଲକା ତିୱାରୀ ରବିବାର ଦିନ ଆଳୁ ଯୋଗାଣ ପ୍ରସଙ୍ଗରେ ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବ ମନୋଜ ପନ୍ତଙ୍କ ସହ କଥା ହୋଇଛନ୍ତି। ଏହା ପରେ ମଧ୍ୟ ଆଳୁ ଯୋଗାଣ ଉପରେ ପ୍ରତିବନ୍ଧକ ଜାରି ରହିଛି।
ସୋମବାର ଦିନ ପଶ୍ଚିମବଙ୍ଗ ବିଧାନସଭାରେ ମଧ୍ୟ ଆଳୁ ପ୍ରସଙ୍ଗ ଉଠାଯାଇଥିଲା । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସ୍ପଷ୍ଟ ଭାବରେ କହିଥିଲେ ଯେ, ଆଳୁ ଏବଂ ପିଆଜକୁ ଏଠାରୁ ଅନ୍ୟ ରାଜ୍ୟକୁ ସରକାରଙ୍କ ଆଖି ଆଢୁଆଳରେ ପଠାଯାଉଛି। ଏହି କାରଣରୁ ଏହାର ମୂଲ୍ୟ ରାଜ୍ୟରେ ବୃଦ୍ଧି ପାଉଛି।
ମମତା ଏକଥା ମଧ୍ୟ କହିଥିଲେ ଯେ, ଆଳୁ ଉତ୍ପାଦନ କ୍ଷେତ୍ରରେ ଆମ ରାଜ୍ୟ ଦେଶରେ ଦ୍ୱିତୀୟ ସ୍ଥାନରେ ରହିଛି। ଏହା ସତ୍ତ୍ୱେ ମଧ୍ୟ ଆମ ନିଜ ରାଜ୍ୟ ଲୋକଙ୍କୁ ଆଳୁ ପାଇଁ ଅଧିକ ମୂଲ୍ୟ ଦେବାକୁ ପଡୁଛି । ତେଣୁ ଏହା ହେବାକୁ ଦିଆଯିବ ନାହିଁ । ଅନ୍ୟ ରାଜ୍ୟକୁ ଆଳୁ ଏବଂ ପିଆଜ ପଠାଇବା ପୂର୍ବରୁ ପ୍ରଥମେ ନିଜ ରାଜ୍ୟକୁ ପ୍ରାଥମିକତା ଦେବାକୁ ପଡିବ।
Also Read- ନୌସେନା ଦିବସ ପାଇଁ ବାଲୁକା କଳା ଏବଂ ଆଇସକ୍ରିମ କାଠିରେ ପ୍ରତିକୃତି
Also Read- Shukra Shani Yuti 2024: ଶନିଙ୍କ ରାଶିରେ ଶୁକ୍ର ଚଳନ, ନୂଆ ବର୍ଷ ପୂର୍ବରୁ ଫିଟିବ ୫ ରାଶିର ଭାଗ୍ୟ