ନୂଆଦିଲ୍ଲୀ: ଆତଙ୍କବାଦ (Terrorism)ପ୍ରସଙ୍ଗରେ ବିଶ୍ୱ ଦରବାରରେ ଏକଘରିଆ ହୋଇପଡିଥିବା ପାକିସ୍ତାନ (Pakistan)ପରେ ଏବେ ଏହାର ସହଯୋଗୀ ଚୀନ (China)ଆତଙ୍କବାଦୀଙ୍କ ସହ ଯୋଗାଯୋଗରେ ରହିଥିବା ନେଇ ସୁରାକ ମିଳିଛି। କାରଣ ରାଜଧାନୀ ଦିଲ୍ଲୀରୁ ଗିରଫ ହୋଇଥିବା ଜୈସ ଇ ମହମ୍ମଦ (Jaish-e-Mohammed)ଆତଙ୍କବାଦୀଙ୍କ ଗତିବିଧି ଚୀନ ସୀମା ନିକଟରେ ରହିଥିବାର ପ୍ରମାଣ ମିଳିଛି। 


COMMERCIAL BREAK
SCROLL TO CONTINUE READING

ଏହି ଘଟଣା ପରେ ଦିଲ୍ଲୀ ପୋଲିସ (Delhi Police)ସ୍ପେଶାଲ ସେଲ ପକ୍ଷରୁ ଚୀନ ଅଧିକାରୀଙ୍କ ଆତଙ୍କବାଦୀ ଲିଙ୍କ୍ ନେଇ ଖୋଳତାଡ ଆରମ୍ଭ କରିଛି। ଜୈସ ସଙ୍ଗଠନର ୨ ଆତଙ୍କବାଦୀଙ୍କୁ (Jaish Terrorist)ଗିରଫ କରାଯିବା ପରେ ସେମାନଙ୍କୁ ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ହାଜର କରାଯାଇଥିଲା। ପରେ  ଏହି ଆତଙ୍କବାଦୀଙ୍କୁ ୫ ଦିନିଆ ପୋଲିସ ରିମାଣ୍ଡରେ ପଠାଯାଇଛି।  


ଆତଙ୍କବାଦୀଙ୍କୁ କୋର୍ଟରେ ହାଜର କରିବାକୁ ନେବା ସମୟରେ ଦିଲ୍ଲୀ ପୋଲିସ ପକ୍ଷରୁ କୁହାଯାଇଥିଲା ଗିରଫ ଆତଙ୍କୀଙ୍କ ଫୋନକୁ ଯାଞ୍ଚ କରାଯିବ। ଯାହା ଫଳରେ ରାଷ୍ଟ୍ରୀୟ ରାଜଧାନୀରେ ଛପି ରହିଥିବା ଜୈସ ସଙ୍ଗଠନର ଅନ୍ୟ ଜଣେ ଆତଙ୍କବାଦୀଙ୍କୁ ଧରା ଯାଇପାରିବ। ଗତ ୧୬ ତାରିଖରେ ଏହି ଆତଙ୍କବାଦ ଗୋଷ୍ଠୀର ୨ ଆତଙ୍କୀ ଲତିଫ ଏବଂ ଅସରଫକୁ ଦିଲ୍ଲୀସ୍ଥିତ ମିଲେନିୟମ ପାର୍କ ନିକଟରୁ ଗିରଫ କରାଯାଇଥିଲା। 


ଉଭୟ ଆତଙ୍କବାଦୀ ରାଜଧାନୀ ଦିଲ୍ଲୀର ବିଭିନ୍ନ ସ୍ଥାନରେ ଆକ୍ରମଣ କରିବାକୁ ଯୋଜନା କରିଥିଲେ। ଏପରିକି ହ୍ୱାଟ୍ସଆପ ଗ୍ରୁପ ମାଧ୍ୟମରେ ଯୋଗାଯୋଗରେ ରହୁଥିଲେ ସେମାନେ। ଜୈଶ ସଙ୍ଗଠନର ଏହି ଆତଙ୍କବାଦୀ ଦେୱବନ୍ଦ (Deowand)ସହ ସମ୍ପର୍କରେ ଥିଲେ। ଏପରିକି ସେମାନଙ୍କ ଦ୍ୱାରା ବ୍ୟବହୃତ ହେଉଥିବା ଜୀହାଦ ହ୍ୱାଟ୍ସଆପ ଗ୍ରୁପରେ (Jihad Whatsapp Group)ତେଲେଙ୍ଗାନା, ଦିଲ୍ଲୀର ୟୁଜର୍ସ ସାମିଲ ରହିଥିଲେ।   


ଆତଙ୍କବାଦୀ ସଙ୍ଗଠନ ସହ ଦେୱବନ୍ଦର ସମ୍ପର୍କ ରହିଥିବା ନେଇ ଦିଲ୍ଲୀ ପୋଲିସ ପକ୍ଷରୁ ତଦନ୍ତ ଜାରିରହିଛି। ଏନେଇ ସ୍ପେଶାଲ ସେଲ ଡିସିପି (Special Cell)ସଞ୍ଜୀବ ଯାଦବଙ୍କ କହିବା ଅନୁସାରେ  ଆତଙ୍କବାଦୀଙ୍କ ସମସ୍ତ ପ୍ରକାର ଗତିବିଧି ଉପରେ ନଜର ରଖାଯାଉଛି। ନଭେମ୍ବର ୧୬ ତାରିଖରେ ସ୍ପେଶାଲ ସେଲ୍ ଏହି ଆତଙ୍କବାଦୀଙ୍କ ବାବଦରେ ଗୁପ୍ତ ସୂଚନା ପାଇଥିଲା। ଏହା ପରେ ଦିଲ୍ଲୀ ପୋଲିସ ସରାୟ କାଲେ ଖାନ୍ ଅଞ୍ଚଳରୁ ନିଜାମୁଦ୍ଦିନ ଅଭିମୁଖେ ଯିବେ।


ଏହି ସୂଚନା ମିଳିବା ପରେ ପୋଲିସ ପକ୍ଷରୁ ଏକ ସ୍ୱତନ୍ତ୍ର ଦଳ ଗଠନ କରାଯାଇଥିଲା। ସରାୟ  କାଲେ ଖାନ ମିଲେନିୟମ୍ ପାର୍କ ନିକଟରେ ଜୈଶ ଆତଙ୍କବାଦୀ ଧରା ପଡିଥିଲେ। ସେମାନଙ୍କ ନିକଟରୁ ଦୁଇଟି ଅର୍ଦ୍ଧ ସ୍ୱୟଂଚାଳିତପିସ୍ତଲ, ୧୦ ଲାଇଭ କାର୍ଟ୍ରିଜ, ୨ ମୋବାଇଲ, ପୋଷାକରେ ପରିପୂର୍ଣ୍ଣ ବ୍ୟାଗ, ପରିଚୟ ପତ୍ର ଏବଂ ଅନ୍ୟାନ୍ୟ ଜିନିଷ ଜବତ କରାଯାଇଛି।