ପୋଖରୀ ଖୋଳିବାବେଳେ ମିଳିଲା ଗୁପ୍ତଧନ, ଭର୍ତ୍ତି ଥିଲା ୫୦୦ ଟଙ୍କିଆ ନୋଟ୍
Advertisement
Article Detail0/zeeodisha/odisha2269349

ପୋଖରୀ ଖୋଳିବାବେଳେ ମିଳିଲା ଗୁପ୍ତଧନ, ଭର୍ତ୍ତି ଥିଲା ୫୦୦ ଟଙ୍କିଆ ନୋଟ୍

ପ୍ରବଳ ଗ୍ରୀଷ୍ମ ପ୍ରକୋପ କାରଣରୁ ମୋତି ସାଗର ପୋଖରୀ ଶୁଖିଯାଇଥିଲା । ଫଳରେ ପୋଖରୀକୁ ଗଭୀର କରିବା ପାଇଁ ଜେସିବି ସାହାଯ୍ୟରେ ଖୋଳାଯାଇ ପଙ୍କ କଢା ଯାଉଥିଲା । ଠିକ୍ ସେହି ସମୟରେ ମାଟି ତଳୁ ଏକ ପୁଟୁଳି ମିଳିଥିଲା । 

ପୋଖରୀ ଖୋଳିବାବେଳେ ମିଳିଲା ଗୁପ୍ତଧନ, ଭର୍ତ୍ତି ଥିଲା ୫୦୦ ଟଙ୍କିଆ ନୋଟ୍

ନୂଆଦିଲ୍ଲୀ: ଆଜି ଆଗ୍ରାରେ ଏକ ଆଶ୍ଚର୍ଯ୍ୟ କରାଇଦେବା ପରି ଘଟଣା ଦେଖିବାକୁ ମିଳିଛି । ମାଲୱାର ନିକଟରେ ଥିବା ପ୍ରସିଦ୍ଧ ମୋତି ସାଗର ପୋଖରୀରୁ ମିଳିଛି ଲକ୍ଷାଧିକ ଟଙ୍କା । ଉକ୍ତ ଟଙ୍କାକୁ ବର୍ତ୍ତମାନ ପୋଲିସ ଜବତ କରିଛି । ଏଥିସହ ଘଟଣାର ତଦନ୍ତ ମଧ୍ୟ ଆରମ୍ଭ ହୋଇଛି ।

ଖବର ମୁତାବକ, ପ୍ରବଳ ଗ୍ରୀଷ୍ମ ପ୍ରକୋପ କାରଣରୁ ମୋତି ସାଗର ପୋଖରୀ ଶୁଖିଯାଇଥିଲା । ଫଳରେ ପୋଖରୀକୁ ଗଭୀର କରିବା ପାଇଁ ଜେସିବି ସାହାଯ୍ୟରେ ଖୋଳାଯାଇ ପଙ୍କ କଢା ଯାଉଥିଲା । ଠିକ୍ ସେହି ସମୟରେ ମାଟି ତଳୁ ଏକ ପୁଟୁଳି ମିଳିଥିଲା । ପୁଟୁଳିଟି ଜେସିବିରେ କାଢୁଥିବା ସମୟରେ ତାହା ଫାଟିଯାଇ ତଳେ ପଡିଥିଲା । ନିକଟରେ ଥିବା ଲୋକଙ୍କୁ ସ୍ପଷ୍ଟ ଦେଖାଯାଇଥିଲା ଯେ, ଟଙ୍କା ପରି କିଛି ଜିନିଷ ତଳେ ପଡୁଛି । ସନ୍ଦେହ କରି ତାହାକୁ ଯାଞ୍ଚ କରିବା ପରେ ଜଣାପଡିଥିଲା ତାହା ସତସତିକା ଟଙ୍କା । କେବଳ ୫୦୦ ଟଙ୍କିଆ ନୋଟ୍ ପୁଟୁଳିରୁ ମିଳିଥିଲା । କିଛି ସମୟ ମଧ୍ୟରେ ଘଟଣାଟି ଚାରିଆଡେ ପ୍ରଚାରିତ ହୋଇଯାଇଥିଲା । ଖବର ପାଇ ଲୋକମାନେ ପୋଖରୀ ନିକଟରେ ଭିଡ଼ ଜମାଇବା ଆରମ୍ଭ କରିଥିଲେ ।

ପରେ ଏ ସମ୍ପର୍କରେ ସ୍ଥାନୀୟ ପୋଲିସ ଷ୍ଟେଶନକୁ ଅବଗତ କରାଯାଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଟଙ୍କାକୁ ଜବତ କରିଥିଲା । ପୁଟୁଳିରେ ପ୍ରାୟ ୫ରୁ ୭ ଲକ୍ଷ ଟଙ୍କା ଥାଇପାରେ ବୋଲି ଅନୁମାନ କରାଯାଉଛି । ସେମଧ୍ୟରୁ କିଛି ଟଙ୍କା ପାଣି ଲାଗି ନଷ୍ଟ ହୋଇଥିବା ସମୟରେ ଅଧାରୁ ଅଧିକ ଟଙ୍କାର ଅବସ୍ଥା ଭଲ ରହିଛି । ତେବେ ଏତେ ପରିମାଣର ଟଙ୍କା ପୋଖରୀ ମଧ୍ୟକୁ କିପରି ଆସିଲା ସେନେଇ ଲୋକଙ୍କ ମଧ୍ୟରେ ସନ୍ଦେହ ପ୍ରକାଶ ପାଇଛି । ହୁଏ ତ ପୋଖରୀ ମଧ୍ୟରେ ଆହୁରୀ ଟଙ୍କା ଏପରି ଅବସ୍ଥାରେ ଥାଇପାରେ ସେଥିପାଇଁ ଖନନ କାର୍ଯ୍ୟ ମଧ୍ୟ କରାଯାଉଛି ।

Also Read- ପର ATMରୁ ୨୫ ହଜାର ଟଙ୍କା ଉଠାଇ ଘରକୁ ଆଣିଲା ପୁଅ, ପୋଲିସରେ ଦେଲେ ବାପା

Also Read- Guru Krittika Nakshatra Gochar: ବୃହସ୍ପତିଙ୍କ ନକ୍ଷତ୍ର ପରିବର୍ତ୍ତନରୁ ୩ ରାଶିକୁ ଆର୍ଥିକ ଲାଭ