Recruitment in Armed Forces: ଭାରତୀୟ ସଶସ୍ତ୍ର ବଳରେ ଅଗ୍ନିପଥ ଯୋଜନା କାର୍ଯ୍ୟ କରିବାକୁ ନେଇ ସମଗ୍ର ଦେଶରେ ଜାରି ରହିଛି ହଙ୍ଗାମା। ଏହି ଯୋଜନା ମାଧ୍ୟମରେ ନିଯୁକ୍ତ ହେବାକୁ ଥିବା ବ୍ୟକ୍ତି ଅଗ୍ନିବୀର ୪ ବର୍ଷ ପାଇଁ ସେନାରେ କାମ କରିପାରିବେ। ପ୍ରଦର୍ଶନ ଆଧାରରେ ୨୫% ଅଗ୍ନିବୀରଙ୍କ କାର୍ଯ୍ୟକାଳ ସମ୍ପ୍ରସାରଣ କରାଯିବ। ଏହି ଯୋଜନା ମାଧ୍ୟମରେ ସେନା ବାହିନୀରେ ଭର୍ତ୍ତି ହେବା ଲାଗି ସର୍ବନିମ୍ନ ବୟସ ୧୭ ବର୍ଷରୁ ବୃଦ୍ଧି କରାଯାଇ ୨୧ ବର୍ଷ କରାଯିବ।


COMMERCIAL BREAK
SCROLL TO CONTINUE READING

ଅଗ୍ନିପଥ ଯୋଜନା କାର୍ଯ୍ୟ କରିବାକୁ ନେଇ ବିବାଦ ସୃଷ୍ଟି ହେବା ପରେ ସରକାର ଭର୍ତ୍ତି ପ୍ରକ୍ରିୟାର ବୟସ ସୀମାରେ କୋହଳ କରିବାକୁ କହିଛନ୍ତି। କେବଳ ମାତ୍ର ଥରେ ପାଇଁ ବୟସ ସୀମାରେ କୋହଳ କରାଯିବ। ମାତ୍ର ପରେ ଏହି ଯୋଜନାରେ ବଢାଯାଇଥିବା ବୟସ ସୀମା ଅନୁସାରେ ଭର୍ତ୍ତି ପ୍ରକ୍ରିୟା କାର୍ଯ୍ୟକାରୀ କରାଯିବ। ବିଶ୍ୱର କେଉଁ ଦେଶର କିପରି ହୋଇଥାଏ ସେନା ନିଯୁକ୍ତି?


ଆମେରିକା: ବିଶ୍ୱର ଦୁର୍ଦ୍ଦଶ ସୈନ୍ୟ ବାହିନୀ ଥିବା ଆମେରିକାରେ ସେନା ନିଯୁକ୍ତି ସ୍ୱେଚ୍ଛାକୃତ ପ୍ରକ୍ରିୟା ଆଧାରରେ କରାଯାଏ। ଏଠାରେ ସୈନିକଙ୍କ ଭର୍ତ୍ତି ୪ ବର୍ଷ ଲାଗି Reserve Duty ଆଧାରରେ ହୋଇଥାଏ। ଯଦି ଆବଶ୍ୟକ ପଡେ ସୈନିକଙ୍କୁ ପୁଣି ଥରେ ଡକା ଯାଇପାରେ। କୌଣସି ଆମେରିକୀୟ ସେନିକ ୨୦ ବର୍ଷର ପୂର୍ଣ୍ଣକାଳୀନ ସେବା ବିକଳ୍ପ ଚୟନ କରିପାରନ୍ତି। ଏହା ପରେ ତାଙ୍କୁ ପେନସନ, ଭତ୍ତା ଆଦି ପ୍ରଦାନ କରାଯାଏ।  


ଚୀନ: ଚୀନ ସେନା ବାହିନୀରେ ପ୍ରତିବର୍ଷ ସାଢେ ୪ ଲକ୍ଷ ସୈନିକଙ୍କ ଭର୍ତ୍ତି କରାଯାଇଥାଏ। ଚୀନ ଭଳି ଗୋଟିଏ ଜନବହୁଳ ଦେଶରେ ପ୍ରତି ବର୍ଷ ସେନା ବାହିନୀ ଆବଶ୍ୟକତା ପୂରଣ କରିବା ଲାଗି ୮୦ ଲକ୍ଷ ସେନା ଅଭ୍ୟାର୍ଥୀ ଉପଲବ୍ଧ ହୋଇଥାନ୍ତି। କୌଣସି ଚୀନ ସୈନିକ ଦେଶର ସେନା ବାହିନୀରେ ୨ ବର୍ଷ ଲାଗି କାମ କରିଥାନ୍ତି। ଚାକିରୀ କାଳ ମଧ୍ୟରେ ତାଙ୍କୁ ୪୦ ଦିନର ମୌଳିକ ପ୍ରଶିକ୍ଷଣ ଦିଆଯାଏ। ଏହା ପରେ କୌଣସି ସୈନିକଙ୍କୁ ବ୍ୟକ୍ତିଗତ କିମ୍ବା ତାଙ୍କ ୟୁନିଟ ଆବଶ୍ୟକତା ଅନୁସାରେ ସ୍ୱତନ୍ତ୍ର ପ୍ରଶିକ୍ଷଣ ଦିଆଯାଏ। ମାତ୍ର ଚୟନ ପ୍ରକ୍ରିୟା ଆଧରରେ ଅଜ୍ଞାତ ସଂଖ୍ୟକ ସୈନିକଙ୍କୁ ସେନା ବାହିନୀରେ ପୂର୍ଣ୍ଣକାଳନୀ ସେବାରେ ରଖାଯାଏ।    
 
ଫ୍ରାନ୍ସ: ବିଶ୍ୱରେ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ନିର୍ମାଣ କରୁଥିବା ଫ୍ରାନ୍ସ ସେନା ବାହିନୀରେ ସେନା ନିଯୁକ୍ତି ଚୁକ୍ତିନାମା ପ୍ରକ୍ରିୟା ଆଧାରରେ ହୋଇଥାଏ। ଦେଶର ସେନା ବାହିନୀରେ କୌଣସି ସୈନିକ ୫ ବର୍ଷ ଲାଗି କାର୍ଯ୍ୟ କରିଥାନ୍ତି। ଫ୍ରାନ୍ସ ସୈନିକଙ୍କୁ ୩ ମାସର ପ୍ରଶିକ୍ଷଣ ଦିଆଯାଏ।   
ଯଦି କୌଣସି ସୈନିକ ୧୯ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିଥାନ୍ତି ସେମାନଙ୍କୁ ରାଷ୍ଟ୍ରୀୟ ପେନସନ ଦିଆଯାଏ। 


ଋଷ: ଋଷୀୟ ସଶସ୍ତ୍ର ବଳରେ ଚୁକ୍ତି ଭିତ୍ତିକ ନିଯୁକ୍ତି କରାଯାଏ। ସୈନିକଙ୍କୁ ଗୋଟିଏ ବର୍ଷର ପ୍ରଶିକ୍ଷଣ ଦେବା ପରେ ସେମାନଙ୍କୁ ସଂରକ୍ଷିତ ବର୍ଗରେ ରଖାଯାଏ। ବିଶ୍ୱ ବିଦ୍ୟାଳୟରେ ପଢୁଥିବା ସୈନା ନିଯୁକ୍ତିରେ ପ୍ରାଥମିକତା ଦିଆଯାଏ।  ଋଷୀୟ ସେନା ବାହିନୀରେ ସୈନିକଙ୍କ ଲାଗି ସାମରିକ ଅନୁଷ୍ଠାନରେ ଶିକ୍ଷା ଗ୍ରହଣ କରିବାର ବିକଳ୍ପ ରହିଛି।   


ଇସ୍ରାଏଲ: ଦେଶର ସମସ୍ତ ପ୍ରାପ୍ତ ବୟସ୍କ ନାଗରିକଙ୍କୁ ସେନା ବାହିନୀରେ ଯୋଗା ଦେବା ଏଠାରେ ବାଧ୍ୟତାମୂଳକ। ପୁରୁଷଙ୍କୁ ୩୨ ଏବଂ ମହିଳାଙ୍କୁ ୨୪ ମାସ ଲାଗି ସେବା ଦେବାକୁ ହୋଇଥାଏ। ସେବା ପରେ ସୈନିକଙ୍କୁ ସଂରକ୍ଷିତ ବର୍ଗରେ ରଖାଯାଏ। ଆବଶ୍ୟକତା ପଡିଲେ କୌଣସି ସମୟରେ ସେମାନଙ୍କୁ ପୁନର୍ବାର ଡକାଯାଏ। ଇସ୍ରାଏଲ ସୈନିକଙ୍କୁ ହାତ ହତିଆର ଚଳାଇବାର ମୌଳିକ ତାଲିମ ପ୍ରଦାନ କରାଯାଏ। ବ୍ରିଗେଡ ସ୍ତରୀୟ ପ୍ରଶିକ୍ଷଣ ପରେ ସୈନିକଙ୍କୁ ଡ୍ୟୁଟି ପ୍ରଦାନ କରାଯାଏ। କେବଳ ୧୦ ପ୍ରତିଶଥ ସୈନିକ ଦେଶର ସଶସ୍ତ୍ର ବଳରେ ସେବା ଲାଗି ରଖାଯାଏ। 


Also Read: Agnipath Recruitment Scheme : ଭାରତୀୟ ସେନାରେ ସର୍ଟ ଟର୍ମ ନିଯୁକ୍ତି ସୁଯୋଗ, ମାସକୁ ମିଳିବ ଏତିକି ଟଙ୍କା ଦରମା


Also Read: Agnipath Scheme: ଅଗ୍ନିପଥ ଯୋଜନା କ’ଣ; ଜାଣନ୍ତୁ ଏହାର ଚୟନ, ଯୋଗ୍ୟତା ଓ ଆବେଦନ ପ୍ରକ୍ରିୟା