ନୂଆଦିଲ୍ଲୀ: AIMIM MLAs Joins RJD: ବିହାରର ରାଜନୈତିକ କରିଡରରୁ ଏହି ସମୟର ଏକ ବଡ ଖବର ସାମ୍ନାକୁ ଆସୁଛି । ଯେଉଁଠାରେ ଅସାଦୁଦ୍ଦିନ ଓୱେସିଙ୍କ (Asaduddin Owaisi) ଦଳରେ ଏକ ବଡ଼ ଧରଣର ଅଘଟଣ ଘଟିଛି । ଅସାଦୁଦ୍ଦିନ ଓୱେସିଙ୍କ ପାର୍ଟି AIMIM ର ଚାରିଜଣ ବିଧାୟକ ଆରଜେଡିରେ ଯୋଗଦେଇଛନ୍ତି । ବିହାର ବିଧାନସଭାରେ ବିରୋଧୀ ଦଳର ନେତା ତେଜସ୍ୱୀ ଯାଦବ (Tejashwi Yadav) ନିଜେ ଓୱେସି ଦଳର ଚାରିଜଣ ବିଧାୟକଙ୍କ ଯୋଗଦାନକୁ ନିଶ୍ଚିତ କରିଛନ୍ତି ।


COMMERCIAL BREAK
SCROLL TO CONTINUE READING

ଏହାପୂର୍ବରୁ ବୁଧବାର ଅପରାହ୍ନରେ ହଠାତ୍ ତେଜସ୍ୱୀ ଯାଦବ ବିହାର ବିଧାନସଭା ବାଚସ୍ପତି ବିଜୟ ସିହ୍ନାଙ୍କ କୋଠରୀରେ ପହଞ୍ଚି AIMIM ର ୪ ଜଣ ବିଧାୟକଙ୍କ ସହ ସାକ୍ଷାତ କରିଥିଲେ । ଏହି ସମୟରେ, ଅଖତୁରୁଲ ଇମାନ ବ୍ୟତୀତ ଓୱେସି ଦଳର ସମସ୍ତ ବିଧାୟକ ଉପସ୍ଥିତ ଥିଲେ । ଆରଜେଡିରେ ଯୋଗ ଦେଇଥିବା AIMIM ଦଳର ବିଧାୟକମାନେ ହେଉଛନ୍ତି କୋଚାଦାମନ ଆସନରୁ ବିଧାୟକ ମହମ୍ମଦ ଇଜହର ଆସଫି, ଜୋକିହାଟରୁ ବିଧାୟକ ଶାହାନାବାଜ ଆଲାମ, ବାୟାସୀରୁ ବିଧାୟକ ରୁକୁନୁଦ୍ଦିନ ଅହମ୍ମଦ, ବାହାଦୁରଗଞ୍ଜର ବିଧାୟକ ଅଞ୍ଜର ନାଏମି ।


ଓୱେସି ଦଳର ଚାରିଜଣ ବିଧାୟକଙ୍କ ଯୋଗଦାନ ସହିତ ଆରଜେଡି ବିହାରରେ ଏକକ ବୃହତ୍ତମ ଦଳ ହୋଇ ବିଜେପିକୁ ପଛରେ ପକାଇବ । ବର୍ତ୍ତମାନ ଆରଜେଡିରେ ବିଧାନସଭାରେ ୭୯ ଜଣ ବିଧାୟକ ଥିବାବେଳେ ୭୭ ଟି ବିଧାୟକଙ୍କ ସହ ବିଜେପି ଦ୍ୱିତୀୟ ଦଳ ହେବ ।


ପୁଣିଥରେ ଆରଜେଡି ବିହାରର ଏକକ ବୃହତ୍ତମ ପାର୍ଟିରେ ପରିଣତ ହୋଇଛି । ଏହାପୂର୍ବରୁ ଆରଜେଡି ସବୁଠୁ ବଡ ଦଳ ଥିଲା କିନ୍ତୁ ମଝିରେ ମୁକେଶ ସାହନିଙ୍କ ଦଳର ବିଧାୟକମାନେ ବିଜେପି ସହ ଯାଇଥିଲେ ଓ ପରେ ବିଜେପି ଏକ ବଡ ଦଳ ହୋଇ ଯାଇଥିଲା । ଆଜି ବୁଧବାର ଦିନ ତେଜସ୍ୱୀ ଯାଦବ ନିଜେ ଘୋଷଣା କରିଛନ୍ତି ଯେ ଅସାଦୁଦ୍ଦିନ ଓୱେସିର ସମସ୍ତ ଚାରିଜଣ ବିଧାୟକ ଆରଜେଡିରେ ଯୋଗ ଦେଇଛନ୍ତି ।


ଏହା ବି ପଢ଼ନ୍ତୁ: କ୍ରୁରତାର ସମସ୍ତ ସୀମା ଟପିଥିଲା କହ୍ନେୟା ଲାଲଙ୍କ ହତ୍ୟାକାରୀ! ୨୬ ଥର ହାଣିଥିଲେ, ପୋଷ୍ଟମର୍ଟମ ରିପୋର୍ଟରେ ବଡ଼ ଖୁଲାସା


ଏହା ବି ପଢ଼ନ୍ତୁ: ୧ ଜୁଲାଇରୁ ହେବ ସାତଟି ବଡ଼ ପରିବର୍ତ୍ତନ, ଯାହା ଆପଣଙ୍କ ପକେଟ୍ ଉପରେ ପକାଇବ ସିଧାସଳଖ ପ୍ରଭାବ