Air Force Place Crash: ଭାରତୀୟ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନଟି ଦୁର୍ଘଟଣାଗ୍ରସ୍ତ ହେବା ମାତ୍ରେ ନିଆଁ ଲାଗିଯାଇ ତଳେ ପଡ଼ିଯାଇ ଖଣ୍ଡ ଖଣ୍ଡ ହୋଇଯାଇଥିଲା। ଏହି ଦୁର୍ଘଟଣା ରାଜସ୍ଥାନର ଜୈସଲମେରରେ ଘଟିଛି। ଜିଲ୍ଲା ମୁଖ୍ୟାଳୟଠାରୁ ପ୍ରାୟ ୩୦ କିଲୋମିଟର ଦୂରରେ ଥିବା ରୋଜାନିୟୋ କି ଢାନୀ ଜାଜିଆ ଗ୍ରାମ ନିକଟରେ ଥିବା ଏକ ଖାଲି ପଡ଼ିଆରେ ବିମାନଟି ଖସି ପଡ଼ିଥିଲା। ତେବେ ଏହି ଦୁର୍ଘଟଣାରେ କୌଣସି ପ୍ରାଣହାନି ଘଟିନାହିଁ। ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ଜିଲ୍ଲା ପ୍ରଶାସନ ଏବଂ ବାୟୁସେନା ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। 


COMMERCIAL BREAK
SCROLL TO CONTINUE READING

 



ଦୁର୍ଘଟଣାର ପ୍ରତ୍ୟେକ୍ଷଦର୍ଶୀ ପାଲଟିଥିଲେ ଗାଁ ଲୋକେ
ଜୈସଲମେର୍ ପୋଲିସ ଅଧୀକ୍ଷକ ସୁଧୀର ଚୌଧୁରୀ ଏହି ଦୁର୍ଘଟଣା ସମ୍ପର୍କରେ ସ୍ପଷ୍ଟ ସୂଚନା ପ୍ରଦାନ କରିଛନ୍ତି। ଜାଜିଆ ଗ୍ରାମରେ ରହୁଥିବା ପରମବୀର ସିଂ ଅଧିକାରୀମାନଙ୍କୁ କହିଥିଲେ ଯେ ସେ ବିଲରେ ବିଶ୍ରାମ ନେଉଥିବା ସମୟରେ ଏହି ଦୁର୍ଘଟଣାକୁ ଦେଖିଥିଲେ। ହଠାତ୍ ଆକାଶରୁ ନିଆଁ ଉଠୁଥିବା ଦେଖିଥିବା ନେଇ କହିଛନ୍ତି। ଯେତେବେଳେ ବିମାନଟି ନିକଟତର ହେଲା, ଦେଖାଗଲା ଯେ ବିମାନଟି ନିଆଁରେ ଜଳୁଥିଲା ଏବଂ ଶୀଘ୍ର ତଳକୁ ଖସୁଥିଲା ବୋଲି ପରମବୀର କହିଥିଲେ।