ନୂଆଦିଲ୍ଲୀ: ମୁମ୍ବାଇରୁ ନ୍ୟୁୟର୍କ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନରେ ବୋମା ଥିବା ନେଇ ଧମକ ଆସିଛି। ଏହି କାରଣରୁ ଦିଲ୍ଲୀ ବିମାନ ବନ୍ଦରରେ ବିମାନର ଜରୁରୀ ଅବତରଣ କରାଯାଇଥିଲା। ବର୍ତ୍ତମାନ ସୁରକ୍ଷାକର୍ମୀମାନେ ବିମାନ ଯାଞ୍ଚ କରୁଛନ୍ତି ।ବିମାନରେ ଉପସ୍ଥିତ ଥିବା ସମସ୍ତ ଯାତ୍ରୀ ଏବଂ କର୍ମଚାରୀଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଛି।


COMMERCIAL BREAK
SCROLL TO CONTINUE READING

ANI ରିପୋର୍ଟ ଅନୁଯାୟୀ, ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି ଯେ, ଅକ୍ଟୋବର 14 ରେ ମୁମ୍ବାଇରୁ ଜେଏଫକେ ଅଭିମୁଖେ ଯାତ୍ରା କରୁଥିବା ବିମାନ AI119 ସରକାରଙ୍କ ସୁରକ୍ଷା ନିୟାମକ କମିଟିର ନିର୍ଦ୍ଦେଶ କ୍ରମେ ଦିଲ୍ଲୀକୁ ପଠାଯାଇଥିଲା। ବିମାନଟି ବର୍ତ୍ତମାନ ଦିଲ୍ଲୀ ବିମାନବନ୍ଦର ଟର୍ମିନାଲରେ ଅଛି।


ସେ କହିଛନ୍ତି, ଏୟାର ଇଣ୍ଡିଆ ଏହାର ଯାତ୍ରୀ ଏବଂ କର୍ମଚାରୀଙ୍କ ସୁରକ୍ଷା ପାଇଁ ସର୍ବଦା ପ୍ରତିବଦ୍ଧ ଏବଂ ଏହାକୁ ପ୍ରାଥମିକତା ଦେଇଥାଏ । ସୂଚନାନୁସାରେ, ସୋସିଆଲ ମିଡିଆ ମାଧ୍ୟମରେ ଏୟାର ଇଣ୍ଡିଆକୁ ଏହି ଧମକ ଦିଆଯାଇଥିଲା। X ରେ ବିମାନରେ ବୋମା ବିସ୍ଫୋରଣ ହେବା ନେଇ ଧମକ ମିଳିଥିଲା । ଖବର ସମ୍ପର୍କରେ ଜଣାପଡିବା ପରେ ବିମାନଟିକୁ ଦିଲ୍ଲୀରେ ଅବତରଣ କରାଯାଇଥିଲା । ବିମାନରେ ମୋଟ 239 ଜଣ ଯାତ୍ରୀ ଥିଲେ । ଅତି କମରେ 4 ରୁ 5 ଘଣ୍ଟା ଯାଞ୍ଚ କରାଯିବା ପରେ ବିମାନଟି ପୁଣିଥରେ ଉଡାଣ ଭରିବ ।


ଏହାର କିଛି ସମୟ ପରେ ଉଡ଼ାଣ ପାଇଁ ପ୍ରସ୍ତୁତ ହେଉଥିବା ଇଣ୍ଡିଗୋ ବିମାନ ସଂଖ୍ୟା ୬ଇ ୫୬ ଏବଂ ୬ ଇ ୧୨୭୫କୁ ଅନୁରୂପ ଧମକ ମିଳିଥିଲା। ଏହାପରେ ବିମାନକୁ ପ୍ରୋଟୋକଲ ଅନୁସାରେ ଏକାନ୍ତ ରଖାଯାଇ ଯାଞ୍ଚ କରାଯାଇଛି। ସୁରକ୍ଷା ସମ୍ବନ୍ଧିତ ଏହି ବାର୍ତ୍ତା ସତ୍ୟ କି ମିଥ୍ୟା ଜଣାପଡ଼ି ନାହିଁ। ଏବାବଦରେ ଯାଞ୍ଚ ଚାଲିଛି । ଯେତେବେଳେ  ଏହାର ସମ୍ପୂର୍ଣ୍ଣ ଯାଞ୍ଚ ଶେଷ ହେବ, ପୁଣିଥରେ ଉଡ଼ାଣ ଆରମ୍ଭ କରିବ ବୋଲି ସୂଚନା ମିଳିଛି।


Also Read- ଯାଜପୁର ଛତିଆରେ ବାଇକ ସହ ଧକ୍କା ହେଇ ଜଳିଲା ବସ୍, ଜଣେ ମୃତ


Also Read- RG Kar case: ପଶ୍ଚିମବଙ୍ଗ ମୁଖ୍ୟ ସଚିବ ଡାକିଲେ ବୈଠକ