Advertisement
Article Detail0/zeeodisha/odisha2471712
Zee OdishaOdisha Stateଯାଜପୁର ଛତିଆରେ ବାଇକ ସହ ଧକ୍କା ହେଇ ଜଳିଲା ବସ୍, ଜଣେ ମୃତ

ଯାଜପୁର ଛତିଆରେ ବାଇକ ସହ ଧକ୍କା ହେଇ ଜଳିଲା ବସ୍, ଜଣେ ମୃତ

Road Accident News ବିନିକା ଥାନା କଟାପାଲି ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ୨ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୨ ଚାଳକ ମୃତ୍ୟୁବରଣ କରିଛନ୍ତି । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ବୁର୍ଲା ସ୍ଥାନାନ୍ତର ବେଳେ ଆଉ ଜଣଙ୍କର ମୃତ ହୋଇଛି ।

ଯାଜପୁର ଛତିଆରେ ବାଇକ ସହ ଧକ୍କା ହେଇ ଜଳିଲା ବସ୍, ଜଣେ ମୃତ

Road Accident News: ଯାଜପୁର ମଧ୍ୟ ଦେଇ ଯାଇଥିବା ଏନ୍ଏଚ୍ ୧୬ ଛତିଆ ନିକଟରେ ବାଇକକୁ ଧକ୍କା ଦେଇଛି ବସ୍ । ଫଳରେ ବାଇକ୍‌ ଆରୋହୀ ମୃତ୍ୟୁ ହୋଇଛି ଏବଂ ଅନ୍ୟ ୨ ଗୁରୁତର ଥିବା ସୂଚନା ମିଳିଛି । ବାରିପଦାରୁ ଭୁବନେଶ୍ବର ଅଭିମୁଖେ ଆସୁଥିଲା ଚକାଡୋଳା ବସ୍ । ବସ୍‌ରେ ଥିବା ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ଖବର ମିଳିଛି ।

ଅନ୍ୟପଟେ, ବିନିକା ଥାନା କଟାପାଲି ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ୨ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୨ ଚାଳକ ମୃତ୍ୟୁବରଣ କରିଛନ୍ତି । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ବୁର୍ଲା ସ୍ଥାନାନ୍ତର ବେଳେ ଆଉ ଜଣଙ୍କର ମୃତ ହୋଇଛି । ସେହିପରି ଲକ୍ଷ୍ମୀପୁରରେ ବାଇକ-ବୋଲେରୋ ମୁହାଁମୁହିଁ ଧକ୍କା ହେବା ଫଳରେ ୩ ଜଣ ଗୁରୁତର ହୋଇଛନ୍ତି । ୩୨୬ ଏନ୍ଏଚ୍ କଟ୍ରାକଣା ନିକଟରେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ୨ ଜଣଙ୍କୁ କୋରାପୁଟ ମେଡିକାଲ ଓ ଜଣଙ୍କୁ ଲକ୍ଷ୍ମୀପୁର ସ୍ଥାନାନ୍ତର କରାଯାଇଛି । କେବଳ ସେତିକି ନୁହେଁ, କାମାକ୍ଷାନଗରରେ ଭାରସାମ୍ୟ ହରାଇ ଓଲଟିପଡିଛି ବ୍ୟାଣ୍ଡ୍ ପାର୍ଟି ଗାଡ଼ି । ଭସାଣି ପାଇଁ ଆସୁଥିବା ବେଳେ ଡିଭାଇଡରରେ ପିଟି ହେବା କାରଣରୁ ମ୍ୟୁଜିକାଲ ଟିମର ଗାଡି ଓଲଟି ପଡିଛି।  ଏଥିରେ ୫ ଜଣ ଆହତ ହୋଇଥିବାବେଳେ ୨ ଗୁରୁତର ଥିବା ଖବର ମିଳିଛି ।

Also Read- RG Kar case: ପଶ୍ଚିମବଙ୍ଗ ମୁଖ୍ୟ ସଚିବ ଡାକିଲେ ବୈଠକ

Add Zee News as a Preferred Source

Also Read- Petrol Diesel Price: ଅନେକ ସହରରେ କମିଲା ତୈଳ ଦର ! ଜାଣନ୍ତୁ କେଉଁଠି କେତେ ରେଟ୍

About the Author