New York Delhi Flight: ମହିଳା ଯାତ୍ରୀଙ୍କ ଉପରେ ପରିସ୍ରା କରିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଏୟାର ଇଣ୍ଡିଆ। ବୁଧବାର ଏୟାରଲାଇନ୍ସ  ପକ୍ଷରୁ କୁହାଯାଇଛି ଯେ ଗତ ବର୍ଷ ନଭେମ୍ବରରେ ନ୍ୟୁୟର୍କ-ଦିଲ୍ଲୀ ବିମାନରେ ଜଣେ ମଦ୍ୟପ ମହିଳା ମହିଳା ଯାତ୍ରୀଙ୍କ ଉପରେ ପରିସ୍ରା କରିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାକୁ ଗୁରୁତର ସହ ନିଆଯାଇଛି। ଏନେଇ ପୋଲିସ ପାଖରେ ଅଭିଯୋଗ ପୂର୍ବରୁ ଦାଖଲ ହୋଇସାରିଛି। 


COMMERCIAL BREAK
SCROLL TO CONTINUE READING

ଏନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଏୟାର ଇଣ୍ଡିଆ ସେହି ମଦ୍ୟପଙ୍କୁ ୩୦ ଦିନ ପାଇଁ ବାରଣ କରିଛି। ଏୟାର ଇଣ୍ଡିଆ ଆହୁରି ମଧ୍ୟ କହିଛି ଯେ ଏଭଳି ପରିସ୍ଥିତିର ସମାଧାନ କରିବାରେ ବିଳମ୍ବ କରିବା ଅଭିଯୋଗରେ ବିମାନ ଚାଳକ ଦଳ ସଦସ୍ୟ କରିଥିବା ଅବହେଳାର ତଦନ୍ତ ପାଇଁ ଏକ ଆଭ୍ୟନ୍ତରୀଣ କମିଟି ଗଠନ କରିଛି।


ଏହି ଘଟଣା ସେତେବେଳେ ସାମ୍ନାକୁ ଆସିଥିଲା ଯେତେବେଳେ ସମ୍ପୃକ୍ତ ମହିଳା ଯାତ୍ରୀ ଜଣଙ୍କ ପ୍ରଥମେ ଟାଟା ସମୂହ ଚେୟାରମ୍ୟାନ୍ ଏନ.ଚନ୍ଦ୍ରଶେଖରନଙ୍କ ନିକଟକୁ ଏକ ଚିଠି ଲେଖିଥିଲେ। ଯେଉଁଥିରେ ସେ ବିମାନରେ ନିଜର କଷ୍ଟଦାୟକ ଘଟଣାକୁ ମନେ ପକାଇଥିଲେ। ମହିଳା ଜଣକ ଅଭିଯୋଗ କରିଛନ୍ତି ଯେ ମଦ୍ୟପ ବ୍ୟକ୍ତି ତାଙ୍କ ଆସନକୁ ଯାଇ ପ୍ୟାଣ୍ଟ ଖୋଲିଦେଇ ପରିସ୍ରା କରିଥିଲେ। ପରିସ୍ରା କରିବା ପରେ, ବ୍ୟକ୍ତି ଜଣକ ତାଙ୍କର ବ୍ୟକ୍ତିଗତ ଅଙ୍ଗକୁ ଦେଖାଇଥିଲା।  ଏବଂ ଯେତେବେଳେ ଅନ୍ୟ ଯାତ୍ରୀ ତାଙ୍କୁ ଯିବାକୁ କହିଥିଲେ ସେତେବେଳେ ସେ ଚାଲି ଯାଇଥିଲେ। ମହିଳାଙ୍କ ପୋଷାକ, ଜୋତା ଏବଂ ବ୍ୟାଗ ପରିସ୍ରାରେ ଭିଜି ଯାଇଥିଲା। ବିମାନ କର୍ମଚାରୀମାନେ ତାଙ୍କୁ ନୂତନ ପୋଷାକ ଏକ ସେଟ୍ ଦେଇଥିଲେ ଏବଂ ପରିସ୍ରାରେ ଭିଜି ଯାଇଥିବା ଆସନକୁ ସେମାନେ ଘୋଡ଼ାଇ ଦେଇଥିଲେ। ମହିଳା ଯାତ୍ରୀ ଜଣଙ୍କ କହିଛନ୍ତି ଯେ ବିମାନ ଦିଲ୍ଲୀରେ ଅବତରଣ କରିବା ପରେ ପରିସ୍ରା କରିଥିବା ସେହି ମଦ୍ୟପ ଯାତ୍ରୀ ଜଣଙ୍କ ଚାଲି ଯାଇଥିଲେ।


ମହିଳା ଯାତ୍ରୀଙ୍କ ଉପରେ ପରିସ୍ରା କରାଯିବା ଘଟଣାରେ ପୋଲିସ ନିକଟରେ ଅଭିଯୋଗ ହୋଇସାରିଛି। ଆଇନ ଶୃଙ୍ଖଳା ଏଜେନ୍ସି ଏବଂ ନିୟାମକ କର୍ତ୍ତୃପକ୍ଷଙ୍କୁ ସାହାଯ୍ୟ କରିବା ପାଇଁ ଏୟାର ଲାଇନ୍ସ ପ୍ରତିଶୃତିବଦ୍ଧ। ଏହି ଘଟଣାରେ ପ୍ରଥମ ପଦକ୍ଷେପ ଭାବେ ସେହି ଯାତ୍ରୀଙ୍କୁ ୩୦ ଦିନ ପାଇଁ ବାରଣ କରିଛି। ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶକଙ୍କୁ ଅବଗତ କରିଛି।  ଏହା ସହିତ ଅନୁସନ୍ଧାନ ଏବଂ ରିପୋର୍ଟ ପ୍ରକ୍ରିୟା ସମୟରେଅସନ୍ତୁଷ୍ଟ ଯାତ୍ରୀ ଏବଂ ତାଙ୍କ ପରିବାର ସହିତ ନିୟମିତ ଯୋଗାଯୋଗରେ ରହିଥିବା ଏୟାର ଇଣ୍ଡିଆ କହିଛି।


ଜଣେ ପୋଲିସ ଅଧିକାରୀ କହିଛନ୍ତି ମହିଳା ଯାତ୍ରୀଙ୍କ ଅଭିଯୋଗ କ୍ରମେ ଏଫଆଇଆର ପଞ୍ଜୀକୃତ ହୋଇଛି। ଯାହା ୪ ଜାନୁଆରୀରେ ଭାରତୀୟ ଦଣ୍ଡବିଧି ସଂହିତା ଧାରା ୩୫୪, ୨୯୪, ୫୦୯,  ୫୧୦ ଏବଂ  ଏୟାରକ୍ରାଫ୍ଟ ଆକ୍ଟ ୨୩  ଅନୁଯାୟୀ ହୋଇଛି। ଏୟାର ଇଣ୍ଡିଆ ଏହି ଘଟଣାର ମୌଳିକ ବିବରଣୀକୁ ୨୮ ଡିସେମ୍ବରରେ ପ୍ରଦାନ କରିଥିଲା। ଯାହା ପରେ ପୋଲିସ ସେହି ମହିଳା ଯାତ୍ରୀଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲା। ହେଲେ ସେ ଏୟାର ଇଣ୍ଡିଆ ପାଖରେ ତାଙ୍କର ଅଭିଯୋଗ ଦାଖଲ କରିଥିବା କହିଥିଲେ। ଯାହା ତାଙ୍କର ମୂଳ ଅଭିଯୋଗ ଭାବରେ ବ୍ୟବହାର କରାଯିବା ଆବଶ୍ୟକ ବୋଲି ସେ କହିଥିଲେ।