ଇଟାଓ୍ୱା: ସମାଜବାଦୀ ପାର୍ଟିର ପୁରୋଧା ତଥା ସଂସ୍ଥାପକ ଜନନାୟକ ନେତାଜୀ ମୁଲାୟମ ସିଂହଙ୍କ ଦେହାନ୍ତ ପରେ ତାଙ୍କ ପୈତୃକ ବାସଭବନରେ ଅତିଥିଙ୍କ ଭିଡ଼ ଜମିବାରେ ଲାଗିଛି। ସମର୍ଥକ ଓ ପ୍ରଶଂସକମାନେ ଶ୍ରଦ୍ଧାଞ୍ଜଳି ଦେବାକୁ ଭିଡ଼ ଲାଗିଛି। ସେପଟେ ଇଟାଓ୍ୱା ଓ ଏହାର ଆଖପାଖ ଅଞ୍ଚଳର ପରମ୍ପରା ଅନୁଯାୟୀ ଗୁରୁବାର ଶୋକାକୁଳ ପରିବାର କୌଣସି ବ୍ୟକ୍ତି ବିଶେଷଙ୍କୁ ସାକ୍ଷାତ କରିନଥାନ୍ତି।  ଏହି କ୍ରମରେ ଆଜି ଅଖିଳେଶ ଯାଦବ କୌଣସି ଅତିଥିଙ୍କୁ ଦେଖା ଦେବେନାହିଁ। ଏପରିକି ଆଗନ୍ତୁକ ଅତିଥିମାନଙ୍କୁ ମଧ୍ୟ ସାକ୍ଷାତ କରିବେ ନାହିଁ ବୋଲି ଜଣାପଡ଼ିଛି। ସେପଟେ  ଆସୁଥିବା ସମର୍ଥକ, ଆଗନ୍ତୁକ, ଅତିଥି, ପ୍ରଶଂସକମାନଙ୍କୁ ନିରାଶ ହେବାକୁ ପଡ଼ିଛି। ସେପଟେ ଆଜି ଅଖିଳେଶଙ୍କୁ ମୁଣ୍ଡନ ହୋଇଥିବା ମଧ୍ୟ ଦେଖିବାକୁ ମିଳିଛି। 


COMMERCIAL BREAK
SCROLL TO CONTINUE READING

ଅଖିଳେଶ ଯାଦବ ଶୁକ୍ରବାର ଆସୁଥିବା ଅତିଥିମାନଙ୍କୁ ସାକ୍ଷାତ କରିବେ। ଏଭଳି ସ୍ଥିତିରେ ଏକ ବିପୁଳ ସଂଖ୍ୟାରେ ଅତିଥିଙ୍କ ସଂଖ୍ୟା ରହୁଥିବାରୁ ଘର ନିକଟରେ ଏକ ବଡ଼ ଟେଣ୍ଟର ବ୍ୟବସ୍ଥା କରାଯାଇଛି। ଶ୍ରଦ୍ଧାଞ୍ଜଳି ଦେବାକୁ ଆସୁଥିବା ଲୋମାନଙ୍କ ଯେପରି କୌଣସି ସମସ୍ୟା ନ ଉପୁଜେ ସେଥିପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି। ପରମ୍ପରା ଓ ନିୟମ ଅନୁଯାୟୀ ଅତିଥିମାନେ ଶ୍ରଦ୍ଧାଞ୍ଜଳି ଦେବାରେ କୌଣସି ସମସ୍ୟା ନ ଭୋଗନ୍ତି ସେଥିପ୍ରତି ମଧ୍ୟ ଯାଦବ ପରିବାର ତରଫରୁ ବ୍ୟବସ୍ଥା କରାଯାଇଛି। ଆସନ୍ତା କାଲି ମୁଲାୟମଙ୍କ ପରିବାର ପକ୍ଷରୁ ହୋଲି ମହୋତ୍ସବ ପାଳନ କରାଯିବ। 


ସେପଟେ ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ତାଙ୍କର ପୈତୃକ ଗାଁ ସେଫାଇରେ ଅତିଥିମାନେ ପହଞ୍ଚିବାରେ ଲାଗିଛନ୍ତି। କୁହାଯାଉଛି କି ଶ୍ରଦ୍ଧାଞ୍ଜଳି ପାଇଁ ଗୋଟିଏ ମଞ୍ଚ ପ୍ରସ୍ତୁତ କରାଯାଇଛି। ଏଠାରେ ନେତାଜୀଙ୍କର ପ୍ରତିମା ରଖାଯିବ। ମୁଲାୟମଙ୍କ ପରିବାରର ଛୋଟ ବଡ଼ ସମସ୍ତ ସଦସ୍ୟ ଏଠାରେ ଏକତ୍ରିତ ହେବେ। ତେବେ ଏହି ମୂର୍ତ୍ତିରେ କର୍ମୀ, ପ୍ରଶଂସକମାନେ ପୁଷ୍ପାଞ୍ଜଳି ପ୍ରଦାନ କରିପାରିବେ। ନେତାଜୀଙ୍କ ମୃତ୍ୟୁ ଖବର ପାଇବା ପରେ ମଧ୍ୟ ବହୁ ପରିମାଣରେ ଲୋକମାନେ ଅଖିଳେଶ ଯାଦବ, ଶିବପାଲ ସିଂ ଯାଦବ କିମ୍ବା ପ୍ରଫେସର ରାମ ଗୋପାଳ ଯାଦବଙ୍କୁ ଭେଟି ତାଙ୍କୁ ସାନ୍ତ୍ୱନା ଦେବା ପାଇଁ ସାଇଫାଇରେ ପହଞ୍ଚିଛନ୍ତି।


ସୂଚନାଯୋଗ୍ୟ ଗତ ସୋମବାର ସକାଳ ସମୟରେ ନେତାଜୀ ମୁଲାୟମ ସିଂହ ଯାଦବଙ୍କ ମୃତ୍ୟୁ ହୋଇଥିଲା। ମଙ୍ଗଳବାର ଉତ୍ତର ପ୍ରଦେଶରର ପୈତୃକ ଗାଁ ସେଫାଇରେ ରାଷ୍ଟ୍ରୀୟ ସମ୍ମାନ ସହ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ନେତାଜୀଙ୍କ ଶେଷ ଯାତ୍ରାରେ ଅନେକ ବିଶିଷ୍ଟ ବ୍ୟକ୍ତି ସାମିଲ ହୋଇଥିଲେ। ଶୋକାକୂଳ ପରିବେଶ ମଧ୍ୟରେ ମୁଲାୟମଙ୍କୁ ବିଦାୟ ଦିଆଯାଇଥିଲା। ସୋମବାର ଗୁରୁଗ୍ରାମର ମେହାନ୍ତ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିଲା। ନେତାଜୀ ଦେଶର ଜଣେ ମଜଭୁତ ନେତା ଥିଲେ। ସେ ଧରତ୍ରୀ ପୁତ୍ର, ନେତାଜୀ, କ୍ଷମତା ଆସନର ପେହଲଓ୍ୱାନ ଭଳି ନାମରେ ପରିଚିତ ଥିଲେ। ମୁଲାୟମ ସିଂହଙ୍କ ନାଁ 'ଗରୀବଙ୍କ ସାଥି' ନେତାଙ୍କ ତାଲିକାରେ ଆସିଥାଏ। ସେ ସମାଜବାଦୀ ରାଜନୀତି, ପଛୁଆ ତଥା ଦଳିତ ବର୍ଗଙ୍କ ନେତା ଭାବେ ପରିଗଣିତ ହେଉଥିଲେ।


ଅଧିକ ପଢନ୍ତୁ: ନେତାଜୀଙ୍କ ମୃତ୍ୟୁ ଏକ ସଂଯୋଗ


ଅଧିକ ପଢନ୍ତୁ: ଜେଲରେ ଜୀବନସାଥି ସହ ରଖିପାରିବେ ଶାରୀରିକ ସମ୍ପର୍କ, କେବଳ କରିବାକୁ ପଡ଼ିବ ଏହି କାମ