ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରୁ ରାଜ୍ୟ ଆତଙ୍କବାଦୀ ନିରୋଧି ବଳ ଦ୍ୱାରା ଗିରଫ ହୋଇଥିବା ଦୁଇ ଅଲକାଏଦା ଆତଙ୍କବାଦୀଙ୍କୁ ପଚରାଉଚରା କରାଯିବା ବେଳେ ଅନ୍ୟ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଗିରଫ ହୋଇଥିବା ଏହି ଆତଙ୍କବାଦୀଙ୍କ ନିକଟରୁ ରାଜ୍ୟର ବିଭିନ୍ନ ଧାର୍ମିକ ସ୍ଥଳର ନକ୍ସା ଜବତ କରାଯାଇଛି। 


COMMERCIAL BREAK
SCROLL TO CONTINUE READING

ରାଜଧାନୀ ଲକ୍ଷ୍ନୌରୁ ଧରାପଡିଥିବା ଅଲକାଏଦା ଆତଙ୍କବାଦୀଙ୍କ (Al Qaeda Terrorist) ନିକଟରୁ ଅଯୋଧ୍ୟା ରାମ ମନ୍ଦିର (Ayodhya Ram Mandir), କାଶୀ (Kashi), ମଥୁରା (Mathura), ଗୋରଖପୁର (Gorakhpur) ସମେତ ରାଜ୍ୟରେ ଅବସ୍ଥିତ ବିଭିନ୍ନ ଧାର୍ମିକସ୍ଥଳର ନକ୍ସା ଜବତ କରିଛି ଉତ୍ତର ପ୍ରଦେଶ-ୟୁପି (Uttar Pradesh) ଆତଙ୍କବାଦୀ ନିରୋଧି ବଳ-ଏଟିଏସ (Anti Terrorist Squad)। 


Also Read: ଆରଆଣ୍ଡଏଡବ୍ଲ୍ୟୁର ଚାଞ୍ଚଲ୍ୟକର ଖୁଲାସା: ଅଯୋଧ୍ୟାରେ ଆକ୍ରମଣ କରିବାକୁ ଷଡଯନ୍ତ୍ର ରଚିଛି ଆଇଏସଆଇ


ଗିରଫ ହୋଇଥିବା ଆତଙ୍କବାଦୀଙ୍କ ନିକଟରୁ ରାଜ୍ୟର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନର ନକ୍ସା ଜବତ କରାଯିବା ପରେ ସେମାନଙ୍କର ଟେଲିଗ୍ରାମ, ହ୍ୱାଟ୍ସ ଆପ୍ କଲ୍, ଭିଡିଓ କଲ ବାବଦରେ ଅଧିକ ଯାଞ୍ଚ କରାଯାଉଛି। ଆତଙ୍କବାଦୀଙ୍କ ନିକଟରୁ ଜବତ ହୋଇଥିବା ନକ୍ସାକୁ ନେଇ ଅଧିକ ସକ୍ରିୟ ହୋଇଉଠିଛି ୟୁପି ଏଟିଏସ। ଏହାକୁ ବ୍ୟବହାର ସେମାନେ ଆକ୍ରମଣ କରିବାକୁ ଷଡଯନ୍ତ୍ର କରୁଥିଲେ କି ନାହିଁ ସେ ନେଇ ତଦନ୍ତ ଜାରିରହିଛି।  


ବିଗତ ୨୪ ଘଣ୍ଟା ମଧ୍ୟରେ ୟୁପି ଏଟିଏସ ରାଜ୍ୟର ବିଭିନ୍ନ ସ୍ଥାନରୁ ପ୍ରାୟ ୧୨ ଜଣ ସଦିଗ୍ଧଙ୍କୁ ଉଠାଇ ନେଇ ହେପାଜତରେ ରଖିବା ସହ ସେମାନଙ୍କୁ ଜେରା କରୁଛି। ରାଜ୍ୟର କାନପୁର (Kanpur) ଜିଲ୍ଲାର କେତେକ ଲୋକ ଏହି ଗୋଷ୍ଠୀରେ ସାମିଲ ରହିଥିବା ଜଣାପଡି଼ଛି। ସେମାନେ ସକ୍ରିୟ ଭାବେ ଆତଙ୍କବାଦୀ ସହ ଯୋଗାଯୋଗରେ ରହିଥିବା ଜଣାପଡି଼ଛି। ବର୍ତ୍ତମାନ କାନପୁର ଠାରେ ୟୁପି ଏଟିଏସ ଶାଖାର ୩ଟି ଦଳ ରହିଥିବା ବେଳେ ଏଠାରୁ ଲକ୍ଷ୍ନୌକୁ ଅନେକ ଦସ୍ତାବିଜ ପଠାଯାଇଛି।   


ଗତ ୨୦୦୭ ନଭେମ୍ବର ୨୩ ତାରିଖରେ ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌ (Lucknow) ସମେତ ଅଯୋଧ୍ୟା (Ayodhya), ବାରଣାସୀ (Varanasi) ପ୍ରଭୃତି ସ୍ଥାନରେ ଇଣ୍ଡିଆନ ମୁଜାହିଦ୍ଦୀନ (Indian Mujahideen), ହରକତ ଉଲ ଜିହାଦ ଅଲ ଇସଲାମି (Harkat-ul-Jihad al-Islami), ଇସଲାମିକ ମୁଭମେଣ୍ଟ ଅଫ ଇଣ୍ଡିଆ (Islamic Movement of India) ଭଳି ଆତଙ୍କବାଦୀ ଗୋଷ୍ଠୀ ପକ୍ଷରୁ ଟିଫିନ (Tiffin Bomb Blast) ପ୍ରେସର କୁକର୍ ବୋମା ବିସ୍ଫୋରଣ (Pressure Cooker Bomb Blast) କରାଯାଇଛି। 


Alsso Read: ବାବ୍ରି ଘଟଣାରେ ବଦଲା ନେବାକୁ ଧମକ ଦେଲା ଆଇଏସ ଆତଙ୍କୀ ସଙ୍ଗଠନ


ଲକ୍ଷ୍ନୌରୁ ଆତଙ୍କବାଦୀ ଗିରଫ ହେବା ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସଂସଦୀୟ କ୍ଷେତ୍ର (PM Modis Parliamentary Constituency) ଧାର୍ମିକ ନଗରୀ ବାରଣାସୀ ସହରକୁ ହାଇଆଲର୍ଟ ମଧ୍ୟରେ ରଖାଯାଇଛି। ଏହାକୁ ନଜରରେ ରଖି କାଶୀ ବିଶ୍ୱନାଥ ମନ୍ଦିର, ଜ୍ଞାନବ୍ୟାପୀ କ୍ଷେତ୍ର ସହ ଏଠାକାର ଅବସ୍ଥିତ ରେଲୱେ ଷ୍ଟେସନ, ବସ ଷ୍ଟାଣ୍ଡ, ଗଙ୍ଗାନଦୀ ଘାଟ ଭଳି ସାର୍ବଜନୀନ ସ୍ଥାନ ଉପରେ ସତର୍କ ନଜର ରଖିାଯାଇଛି। ଆସନ୍ତା ୧୫ ତାରିଖ ଗୁରୁବାର ପ୍ରଧାମନ୍ତ୍ରୀ ମୋଦିଙ୍କ ବାରଣାସୀ ଗସ୍ତକୁ ନେଇ ଆଗୁଆ ସତର୍କ ହୋଇଉଠିଛି ଉତ୍ତର ପ୍ରଦେଶ ପୋଲିସ (Uttar Pradesh Police)।