ଭଗବାନଙ୍କ ସମ୍ନାନ ପାଇଁ ଆଇନ କାର୍ଯ୍ୟକାରୀ କରୁ ସଂସଦ: Allahabad High Court
ଭାରତୀୟ ସମ୍ବିଧାନ ଦେଶର କୌଣସି ନାଗରିକଙ୍କୁ ନାସ୍ତିକ ହେବା ପାଇଁ ଅଧିକାର ପ୍ରଦାନ କରିଛନ୍ତି ମାତ୍ର ଏହାର ଅର୍ଥ ଏହା ନୁହେଁ ଯେ କୌଣସି ବ୍ୟକ୍ତି କୌଣସି ଧର୍ମ ଉପରେ ବିବାଦୀୟ ବୟାନବାଜି କିମ୍ବା ମତ ପ୍ରକାଶ କରିବେ।
ନୂଆଦିଲ୍ଲୀ: ଭଗବାନ ରାମ-କୃଷ, ଧାର୍ମିକ ଗ୍ରନ୍ଥ ରାମାୟଣ ଏବଂ ଏହାର ରଚୟିତା ବାଲ୍ମିକୀ ଏହଂ ମହାଭାରତର ରଚୟିତା ମହର୍ଷି ବେଦବ୍ୟାସଙ୍କ ସମେତ ଗୀତା ଭଳି ଗ୍ରନ୍ଥକୁ ରାଷ୍ଟ୍ରୀୟ ସମ୍ମାନ ଦେବା ପାଇଁ ସଂସଦ ନିଶ୍ଚିତ ପକ୍ଷେ ଆଇନ କାର୍ଯ୍ୟକାରୀ କରୁ ବୋଲି ଶୁକ୍ରବାର କହିଛନ୍ତି ଆହ୍ଲାବାଦ ହାଇକୋର୍ଟ।
ଦେଶର କୌଣସି ବ୍ୟକ୍ତିଙ୍କୁ ନାସ୍ତିକ ହେବା ପାଇଁ ସମ୍ବିଧାନ ଅଧିକାର ଦେଇଛି ମାତ୍ର ଏହାର ଅର୍ଥ ଏହା ନୁହେଁ ଯେ କେହି ହିନ୍ଦୁ ଭଗବାନ କିମ୍ବା ଦେବାଦେବୀଙ୍କ ଉଦ୍ଦେଶ୍ୟରେ ବିବାଦୀୟ ବୟାନବାଜି କରିବେ।
ଏ ସମ୍ପର୍କରେ ପିଲାଙ୍କୁ ଶିକ୍ଷା ଦେବାର ଆବଶ୍ୟକତା ରହିଛି। ଏପରିକି ଏହାକୁ ଦେଶର ସମସ୍ତ ବିଦ୍ୟାଳୟର ପାଠ୍ୟକ୍ରମରେ ବାଧ୍ୟତାମୂଳକ ଭାବେ ସାମିଲ କରିବାର ଆବଶ୍ୟକତା ରହିଛି। ଛାତ୍ରଛାତ୍ରୀ ଭାରତୀୟ ସଂସ୍କୃତି ବାବଦରେ ଶିକ୍ଷା ପ୍ରଦାନ କରିବା ଆବଶ୍ୟକ ବୋଲି ମତ ପ୍ରକାଶ କରିଛନ୍ତି ଆହ୍ଲାବାଦ ହାଇକୋର୍ଟ (Allahabad High Court)।
Also Read: ଗାଈକୁ ଜାତୀୟ ପଶୁ ଘୋଷଣା କରାଯିବା ଉଚିତ୍, ଗାଈର ସୁରକ୍ଷା ହିନ୍ଦୁମାନଙ୍କର ଏକ ମୌଳିକ ଅଧିକାର ହେଉ: ଆହ୍ଲାବାଦ HC
ଏ ସମ୍ପର୍କିତ ଏକ ମାମଲାର ଶୁଣାଣି କରି ଆହ୍ଲାବାଦ ଉଚ୍ଚ ନ୍ୟାୟାଳୟର ବିଚାରପତି ଜଷ୍ଟିସ ଶେଖର କୁମାର ଯାଦବ ଉତ୍ତର ପ୍ରଦେଶର ହାଥରସ ଜିଲ୍ଲାର ଆକାଶ ଜାଟବ ନାମକ ଜଣେ ବ୍ୟକ୍ତିଙ୍କ ଜାମିନ ଆବେଦନ ଉପରେ ଶୁଣାଣି କରି ଉପରୋକ୍ତ ବୟାନ ଦେଇଛନ୍ତି।
ହିନ୍ଦୁ ଦେବାଦେବୀଙ୍କ ବିବାଦୀୟ ଫଟୋ ସୋସିଆଲ ମିଡି଼ଆରେ ସେୟାର କରିବା ଅଭିଯୋଗରେ ଆକାଶ ଜାଟବ ନାମକ ଜଣେବ୍ୟକ୍ତିଙ୍କ ବିରୁଦ୍ଧରେ ଆହ୍ଲାବାଦ ହାଇକୋର୍ଟରେ ଦାଏର ହୋଇଥିଲା ମାମଲା। ଏହି ଘଟଣାରେ ସେ ଗତ ୧୦ ମାସ ଧରି ଜେଲରେ ରହି ଆସୁଛନ୍ତି। ତାଙ୍କର ଜାମିନ ଆବେଦନ ଉପରେ ଶୁଣାଣି କରି ଉପରୋକ୍ତ ରାୟ ଶୁଣାଇଛନ୍ତି ଅଦାଲତ।
ବିଶ୍ୱରେ ଏପରି ଅନେକ ଦେଶ ଅଛି ଯେଉଁଠି କୌଣସି ଧର୍ମକୁ ଯଦି ଅପାମାନିତ କରାଯାଏ ତାହେଲେ ଏପରି ଘଟଣାରେ ଜଡିତ ବ୍ୟକ୍ତିବିଶେଷ କିମ୍ବା ଅଭିଯୁକ୍ତଙ୍କୁ ଦଣ୍ଡିତ କରିବାର ବ୍ୟବସ୍ଥା ରହିଛି। ଯଦିଓ ଭାରତରେ ଏପରି ଆଇନ ରହିଛି ହେଲେ ଏହା ଅନ୍ୟ ଦେଶ ତୁଳନାରେ ସେତେ ପ୍ରଭାବଶାଳୀ ନୁହେଁ।
ଏହା ସହିତ କୋର୍ଟ ନିକଟରେ ରାମ ଜନ୍ମଭୂମି ମାମଲାରେ ଭାଗବାନ ରାମଙ୍କ ଉପରେ ବିଶ୍ୱାସ କରୁଥିବା ଲୋକଙ୍କ ସପକ୍ଷରେ ରାୟ ପ୍ରଦାନ କରିଛନ୍ତି। ଯିଏକି ଭାରତୀୟ ସଂସ୍କୃତିର ଆତ୍ମା ଏବଂ ଭାରତ ଶ୍ରୀରାମଙ୍କ ବିନା ଅଧୁରା ବୋଲି ଦର୍ଶାଇଛନ୍ତି କୋର୍ଟ।
Also Read: ରାମ ମନ୍ଦିର ମାମଲା: ଭୂମି ପୂଜନ ଲାଗି ରାସ୍ତା ସଫା, କାର୍ଯ୍ୟକ୍ରମ ବନ୍ଦ କରିବା ଲାଗି ହୋଇଥିବା ଆବେଦନ କୋର୍ଟରେ ଖାରଜ
ସମାଜରେ ବର୍ତ୍ତମାନ ପର୍ଯ୍ୟନ୍ତ ଏକ ବ୍ୟାଧି ଭଳି ରହିଥିବା ଜାତିଗତ ଭେଦଭାବ ବ୍ୟବସ୍ଥାକୁ ସମାଲୋଚନା କରିଛନ୍ତି କୋର୍ଟ। କୌଣସି ଦେଶର ବସବାସ କରୁଥିବା ଲୋକ ସମ୍ପୃକ୍ତ ଦେଶର ଧାର୍ମକ ଭଗବାନ, ଦେବାଦେବୀ, ଧର୍ମଗ୍ରନ୍ଥକୁ ସମ୍ମାନ ଦେବା ଆବଶ୍ୟକ। କୌଣସି ଧର୍ମ ବିରୁଦ୍ଧରେ ବିବାଦୀୟ ବୟାନ ବାଜି କରିବାରୁ ଲୋକେ ଦୂରେଇ ରହିବା ଆବଶ୍ୟକ।
ଭାରତୀୟ ସମ୍ବିଧାନ ଦେଶର କୌଣସି ନାଗରିକଙ୍କୁ ନାସ୍ତିକ ହେବା ପାଇଁ ଅଧିକାର ପ୍ରଦାନ କରିଛନ୍ତି ମାତ୍ର ଏହାର ଅର୍ଥ ଏହା ନୁହେଁ ଯେ କୌଣସି ବ୍ୟକ୍ତି କୌଣସି ଧର୍ମ ଉପରେ ବିବାଦୀୟ ବୟାନବାଜି କିମ୍ବା ମତ ପ୍ରକାଶ କରିବେ।